ପ୍ରମୂଖ ଖବର
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମହାରାଷ୍ଟ୍ରରେ କାହାକୁ ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହାନ୍ତି ଜନତା ? ସିନ୍ଦେ, ଫଡନାଭିସ୍ ଓ ଉଦ୍ଧବ କିଏ ହେବେ ସିଏମ୍

Published By : Harapriya Biswal | October 30, 2024 4:22 PM

ମୁମ୍ବାଇ,୩୦।୬: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ନାମାଙ୍କନ ଆସନ୍ତାକାଲି ଶେଷ ଦିନରେ ଥିଲା ଓ ଏବେ ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ଏହି ନିର୍ବାଚନରେ ଦୁଇ ମେଣ୍ଟ ଭିତରେ ସିଧା ମୁକାବିଲା ଓ ଦୁଇଟିରୁ ତିନୋଟି ଲେଖାଏଁ ଦଳ ସାମିଲ ହୋଇଛନ୍ତି। ତଥାପି ମଧ୍ୟ ମୈଦାନରେ ଲଢେଇ ହେବ ଖୁବ୍ ଜୋରଦାର। ଏହି କାରଣରୁ ଏନ୍‌ସିପି ଓ ଶିବସେନା ଗୋଷ୍ଠୀ ହୋଇଛି ଓ ଦୁଇ ଅଲଗା ଅଲଗା ଗୋଷ୍ଠୀରେ  ଅଛନ୍ତି। ଏଭଳି ସ୍ଥିତିରେ ଭୋଟର କାହା ସହ ରହିବେ ଓ କାହା ବିରୋଧରେ, ତା’ର ପରୀକ୍ଷା ହେବ। ଲୋକସଭା ନିର୍ବାଚନରେ ଦେଖିଥିଲେ ଯେ, ଅଜିତ ପାଓ୍ବାରଙ୍କ ଏନ୍‌ସିପି ତୁଳନାରେ ଶରଦ ପାଓ୍ବାରଙ୍କୁ ସମର୍ଥନ କରିଥିଲେ। ସେଭଳି ଏକନାଇ ସିନ୍ଦେ ଓ ଉଦ୍ଧବ ଠାକରେଙ୍କ ଶିବସେନା ଦୁଇ ଗୋଷ୍ଠୀରେ ଅଛନ୍ତି ଓ ସାଧାରଣ ନୀର୍ବାଚନରେ ଦୁହିଁଙ୍କର ପ୍ରଦର୍ଶନ ପ୍ରାୟ ଏକା ଭଳି ଥିଲା। 

ଏଥର ମଧ୍ୟ ଜଟିଳ ସ୍ଥିତି ରହିଛି ଓ ବହୁ ଆସନରେ ପୁରାଣା ଓ ନୂଆ ଏନ୍‌ସିପିର ପ୍ରାର୍ଥୀ ମୁକାବିଲାରେ ଥିବା ବେଳେ ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ଏଭଳି ସ୍ଥିତିରେ କେଉଁ ନେତାଙ୍କୁ ଲୋକ ଅଧିକ ପସନ୍ଦ କରନ୍ତି,ଏହା ମଧ୍ୟ ଏକ ପ୍ରଶ୍ନ, ଯାହାର ଜବାବ୍ ଲୋକ ଜାଣିବାକୁ ଚାହାନ୍ତି। ଏହା ଭିତରେ ଏକ ସର୍ଭେ ହୋଇଛି, ଯେଉଁଥିରେ ଏହା ଜାଣିବାକୁ ଚେଷ୍ଟା ହେଉଛି ଯେ, ଲୋକ ମୁଖ୍ୟମନ୍ତ୍ରୀ ଭାବରେ କେଉଁ ନେତାଙ୍କୁ କେତେ ପସନ୍ଦ କରନ୍ତି। ଏହି ସର୍ଭେରୁ ଜଣାପଡୁଛି ସିନ୍ଦେ ମହାରାଷ୍ଟ୍ରର ସିଏମ୍‌ ହେବା ଲୋକଙ୍କ ପ୍ରଥମ ପସନ୍ଦ। ସି-ଭୋଟର ସର୍ଭେ ଅନୁସାରେ ସେ ପ୍ରଥମ ସ୍ଥାନରେ ଅଛନ୍ତି। ସେଭଳି ଚକିତ କରିବା ଦେବା ଭଳି କଥା ହେଲା ଉଦ୍ଧବ ଠାକରେଙ୍କୁ ଲୋକ ଦ୍ବିତୀୟ ସ୍ଥାନରେ ରଖିଛନ୍ତି।

ସେଭଳି ପୁରା ୫ ବର୍ଷ ପର୍ଯ୍ୟନ୍ତ ସରକାର ଚଲାଇଥିବା ଦେବେନ୍ଦ୍ର ପଡନାଭିସ୍‌ଙ୍କୁ ଲୋକେ ତୃତୀୟ ସ୍ଥାନରେ ରଖିଛନ୍ତି। ବିଜେପି କିଛି ଦିନ ତ‌େ‌ କହିଥିଲେ ଆମେ ସିନ୍ଦେଙ୍କ ନେତୃତ୍ବରେ ନିର୍ବାଚନ ଲଢିବୁ, କିନ୍ତୁ ଏବେ ବି ଆଶଙ୍କା ରହିଛି ମହାମେଣ୍ଟ ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ? ଏଭଳି ସନ୍ଦେହ ମହାବିକାଶ ଅଘାଡି ସରକାରକୁ ନେଇ ମଧ୍ୟ ରହିଛି।  କାରଣ ସିଏମ୍‌ ଫେସ୍ ଭାବରେ କାହା ନାଁ ବିଷୟରେ ଘୋରୋ କରାଯାଇ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.