ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଅଶୋକ ଚନ୍ଦ୍ରା ହୋଇପାରନ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପରବର୍ତ୍ତି ଏମଡି ତଥା ସିଇଓ, କେନ୍ଦ୍ର ସରକାରଙ୍କୁ ସୁପାରିଶ୍ କଲା ଏଫଏସଆଇବି...

Published By : Ladu Kishor | October 29, 2024 11:27 PM

ନୂଆଦିଲ୍ଲୀ: ଅଶୋକ ଚନ୍ଦ୍ରା ହୋଇପାରନ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପରବର୍ତ୍ତୀ ଏମଡି ତଥା ସିଇଓ । ଭାରତ ସରକାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦାୟିତ୍ବ ଅଶୋକ ଚନ୍ଦ୍ରାଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସେବା ପ୍ରତିଷ୍ଠାନ ବ୍ୟୁରୋ (FSIB) ତାଙ୍କ ନିଯୁକ୍ତିକୁ ସୁପାରିଶ୍ କରିଛି । ଏହା ସହ ପିଏନବିର ନୂତନ ଏମଡି ତଥା ସିଇଓ ପଦରେ ତାଙ୍କୁ ନିଯୁକ୍ତ କରିବା ପାଇଁ ରାସ୍ତା ସଫା କରିଛି । ଅଶୋକ ଚନ୍ଦ୍ରା ବର୍ତ୍ତମାନ କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ଅଛନ୍ତି । ସେ ଅତୁଲ କୁମାର ଗୋଏଲଙ୍କ ସ୍ଥାନ ନେବେ, ଯିଏକି ଡିସେମ୍ବର ୩୧, ୨୦୨୪ ରେ ଅବସର ନେବାକୁ ଯାଉଛନ୍ତି ।  

ସୂଚନାଥାଉକି, ସରକାରୀ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାର ନିର୍ଦ୍ଦେଶକ ଚୟନ କରୁଥିବା ସଂସ୍ଥା FSIB ସୋମବାର ଏହି ନିଷ୍ପତ୍ତି ନେଇଛି । ଏଥିପାଇଁ ୧୬ ଜଣ ଆଶାୟୀଙ୍କ ସାକ୍ଷାତକାର ନେଇଥିଲା ସଂସ୍ଥା । ଏନେଇ ସଂସ୍ଥା କହିଛି ଯେ, ସାକ୍ଷାତକାରରେ ତାଙ୍କ ପ୍ରଦର୍ଶନ, ସମଗ୍ର ଅନୁଭବ ଓ ଉପସ୍ଥିତ ମାପଦଣ୍ଡକୁ ଧ୍ୟାନରେ ରଖି ବ୍ୟୁରୋ ପିଏନବିରେ ଏମଡି ଏବଂ ସିଇଓ ପଦ ପାଇଁ ଅଶୋକ ଚନ୍ଦ୍ରାଙ୍କ ନାମରେ ସୁପାରିଶ୍ କରିଛି । ଏଫଏସଆଇବିର ସୁପାରିଶ୍ ଆଧାରରେ ଅନ୍ତିମ ନିର୍ଣ୍ଣୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ନିଯୁକ୍ତି ସମିତି ଦ୍ବାରା ନିଆଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.