ପ୍ରମୂଖ ଖବର
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ମୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ମହାକୁମ୍ଭରେ ‘ହ୍ୟାରି ପୋଟର୍‌’! ସେଲ୍‌ଫି ନେବାକୁ ଲାଗିଲା ଲୋକଙ୍କ ଭିଡ

Published By : Prameya | February 1, 2025 8:21 AM

ପ୍ରୟାଗରାଜ ୦୧/୦୨: ମହାକୁମ୍ଭକୁ ଚର୍ମଚକ୍ଷୁରେ ଦେଖିବାର ଅଭିଳାଷ କେବଳ ଭାରତୀୟଙ୍କର ନାହିଁ, ସାରା ବିଶ୍ୱର ଲୋକଙ୍କ ମନରେ ଏହି ଇଚ୍ଛା ରହିଛି । ସେଥିପାଇଁ ମହାକୁମ୍ଭର ମହାୟୋଜନକୁ ଦେଖିବାକୁ ସମଗ୍ର ବିଶ୍ୱରୁ ଲୋକେ ଧାଇଁ ଆସୁଛନ୍ତି । ଏହି କ୍ରମରେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଜଣେ ବିଦେଶୀ ବ୍ୟକ୍ତି ଭଣ୍ଡାରାରୁ ମିଳୁଥିବା ଖାଦ୍ୟକୁ ଅତି ଆନନ୍ଦର ସହ ଖାଉଥିବା ନଜର ଆସିଛନ୍ତି । ଲୋକେ ତାଙ୍କୁ ‘ହ୍ୟାରି ପୋଟର୍‌’ ନାମରେ ସମ୍ବୋଧନ କରୁଛନ୍ତି । ସେ କହିଛନ୍ତି- ମୁଁ ଡାନିଏଲଙ୍କଠୁ ଅଧିକ ସୁନ୍ଦର । ସୋସିଆଲ ମିଡିଆରେ ଭାଇରାଲ ଏହି ‘ହ୍ୟାରି ପୋଟର୍‌’ ଫେମ୍‌ ହେଉଛନ୍ତି ଇଟାଲିର ନିକୋଲୋ ବ୍ରୁଗ୍‌ନାରା । ମହାକୁମ୍ଭରେ ତାଙ୍କୁ ଯେଉଁ ଖ୍ୟାତି ମିଳୁଛି, ତା’ର ସେ ଭରପୂର ଆନନ୍ଦ ଉଠାଉଛନ୍ତି । ଅତ୍ୟନ୍ତ ଖୁସିରେ ମହାକୁମ୍ଭ, ୟୁରୋପ, ଭାରତ, ଯୋଗ ଓ ଯୋଗୀ ସରକାରଙ୍କ ବିଷୟରେ ସେ ଅନେକ କଥା କହିଛନ୍ତି ଏବଂ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି ।

ଇଟାଲିର ନ୍ୟୁଜ୍‌ ଏଜେନ୍ସି ତରଫରୁ ଜଣେ କ୍ୟାମେରାମ୍ୟାନ୍‌ ଭାବେ ନିକୋଲୋ ଆସିଥିଲେ ମହାକୁମ୍ଭର ନ୍ୟୁଜ୍‌ କରିବାକୁ, ଫଟୋ ଉଠାଇବାକୁ; କିନ୍ତୁ ଏଠାକୁ ଆସି ସେ ନିଜେ ଖବର ପାଲଟିଛନ୍ତି । ଲୋକେ ତାଙ୍କ ସହ ସେଲ୍‌ଫି ନେଉଛନ୍ତି । ରିଲ୍ସ କରୁଛନ୍ତି ଓ ତାଙ୍କ ସହ କଥା ହେବାକୁ ପାଗଳ ହେଉଛନ୍ତି । ବିଦେଶରେ ଏଭଳି ପ୍ରସିଦ୍ଧ ହୋଇଯିବେ ବୋଲି ନିକୋଲୋ କେବେ ଭାବି ନ ଥିଲେ । ମହାକୁମ୍ଭ ଖବର ସଂଗ୍ରହ କରିବାକୁ ଇଟାଲିରୁ ମହାକୁମ୍ଭକୁ ଆସିଥିବାରୁ ନିକୋଲୋ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ କହିଛନ୍ତି । ତାଙ୍କ ଅନୁସାରେ, ଏକ ସୀମିତ କ୍ଷେତ୍ରରେ କୋଟି କୋଟି ଲୋକଙ୍କ ମିଳନ, ସ୍ନାନ-ପୂଜନ ଓ ଧ୍ୟାନ ଏବଂ ଏତେ ସୁନ୍ଦର ଭାବେ ସମଗ୍ର ପ୍ରକ୍ରିୟାର ବ୍ୟବସ୍ଥା ହେବା କୌଣସି ଆଶ୍ଚର୍ଯ୍ୟଠୁ କମ୍‌ ନୁହେଁ । ସେ କହିଛନ୍ତି, ଭାରତ ସମସ୍ତଙ୍କୁ ପ୍ରେମର ସହ ନିଜର ଅଙ୍ଗ କରିନିଏ । ଏହା ଭାରତର ମହାନତା । ଏଠାରେ କୋଟି କୋଟି ଲୋକ ଯେଉଁଭଳି ଭାବେ ନିଜେ ନିଜେ ଆସି ଶାନ୍ତିପୂର୍ବକ ପୂଜା-ଆରାଧନା କରୁଛନ୍ତି, ତାହା ଅକଳ୍ପନୀୟ ଦୃଶ୍ୟ । ୟୁରୋପରେ ଏଭଳି ଦୃଶ୍ୟ ବିଷୟରେ ଚିନ୍ତା କରାଯାଇ ପାରିବ ନାହିଁ । କାରଣ ଲୋକସଂଖ୍ୟା ସହିତ ବ୍ୟବହାର ଦୃଷ୍ଟିରୁ ମଧ୍ୟ ୟୁରୋପୀୟ ଦେଶମାନଙ୍କ ପାଇଁ ଏତେ ବିଶାଳ ଜନସମୁଦ୍ରର ପ୍ରବନ୍ଧନ ଅସମ୍ଭବ । ଯୋଗୀ ସରକାରଙ୍କ ପ୍ରୟାସକୁ ନିକୋଲୋ ପ୍ରଶଂସା କରିଛନ୍ତି ।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.