ଭୁବନେଶ୍ବର,୩୦/୧୨: ଚବିଶ ଘଣ୍ଟା ଆଉ ସାତ ଦିନ, ଅନବରତ କି ବୋର୍ଡର ଟକ୍ଟକ୍ ଶବ୍ଦରୁ ଆପଣଙ୍କ ସୋସିଆଲ ମିଡିଆ ଯାଏଁ ଆମେ ପହଞ୍ଚାଉଛୁ ଟିକ୍ନିଖ୍ ଖବର। ଶବ୍ଦକୋଷର ଶବ୍ଦ ସହିତ ଯାବତୀୟ ଲୋକକଥାକୁ ନେଇ ଆମେ ଭେଟିଦେଉଛୁ ପ୍ରତିଟି ମୂହୂର୍ତ୍ତର ସମ୍ବାଦ। ଶରୀର ପାଇଁ ସ୍ବାସ୍ଥ୍ୟ, ସମାଜ ପାଇଁ ସାହିତ୍ୟ ଆଉ ଶିକ୍ଷା, ଗାଁ ପଡ଼ିଆରୁ ଷ୍ଟାଡିୟମର କମେଣ୍ଟ୍ରୀ, ଗାଁ ପାଲା ମଣ୍ଡପରୁ ପାର୍ଲାମେଣ୍ଟ ଯାଏଁ ରାଜନୀତିର ବଶ୍ଳେଷଣ ଆଉ ତା' ସାଙ୍ଗକୁ ଅନିୟମିତତାରୁ ଅପରାଧର କଳା ତାଲିକା ଆମ ଖବରରେ। ଆଉ ହାଲ୍କା ଟାଇମ୍ରେ ମନ ବୁଝାଇବାକୁ ମନୋରଞ୍ଜନର ମନମତାଣିଆ ନ୍ୟୁଜ୍ ଆପଣଙ୍କ ମୋବାଇଲ୍କୁ ଆମେ ପଠାଉ ପ୍ରତି ସେକେଣ୍ଡ, ମିନିଟ୍ ଆଉ ପ୍ରତି ଘଣ୍ଟାରେ।
ଆପଣଙ୍କ ନୈଦନ୍ଦିନ ଜଞ୍ଜାଳ ଭିତରେ ଆପଣଙ୍କ ମୋବାଇଲ୍କୁ ଆମେ ପଠାଇଛୁ ଖୁବ୍ କମ୍ ସମୟରେ ଖବରର ସାରାଂଶ। ସେଥିପାଇଁ ଲୋକଙ୍କ ନଜରରେ ଆମେ ନମ୍ବର ଓ୍ବାନ ଆଉ ପାଠକଙ୍କ ହୃଦୟରେ ଆମେ ଅଗ୍ରଣୀଙ୍କ ଠାରୁ ଆଗରେ। ଆଉ ଆପଣଙ୍କ ଆଗରେ ନିରପେକ୍ଷତାର ଶପଥ କରିଥିବା ଅଗ୍ରଣୀ ସମ୍ବାଦ ସଂସ୍ଥାନ ପ୍ରମେୟ ଏବଂ ନ୍ୟୁଜ୍ ସେଭେନ୍ ଡିଜିଟାଲ୍ ଓ୍ବିଙ୍ଗ୍ର ଆଜି ହେଉଛି ସ୍ବନକ୍ଷେତ୍ର ଦିବସ।
ସାମାଜିକ ଗଣମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚିଛି ଖୁବ୍ ସହଜ ଓ ସରଳ ଭାବରେ ଅନେକ ଖବରର ନୋଟିଫିକେସନ୍। ପ୍ରତି ଘଣ୍ଟାର ବୁଲେଟିନ୍, ଅକସ୍ମାତ ଆପଣଙ୍କ ଅଞ୍ଚଳରେ ଘଟୁଥିବା ଘଟଣାବଳୀ, ଦେଶ ଦୁନିଆର ସବୁ କଥା ସାଙ୍ଗକୁ ଇତିହାସରୁ ଆଜିଯାଏଁର ଘଟଣାବଳୀ ଆପଣଙ୍କ ନଜରକୁ ଆଣିଛୁ ଆମେ। ସାମାଜିକ ଗଣମାଧ୍ୟମ ଫେସ୍ବୁକ୍, ୟୁ ଟ୍ୟୁବ୍, ଏକ୍ସ (ପୂର୍ବରୁ ଟ୍ବିଟର), ଇନ୍ଷ୍ଟାଗ୍ରାମ ଇତ୍ୟାଦିରେ ପ୍ରମେୟ ଡଟ୍ କମ୍, ପ୍ରମେୟ ଓଡ଼ିଆ ଏବଂ ପ୍ରମେୟ ନ୍ୟୁଜ୍ ସେଭେନ୍ ପୋର୍ଟାଲର ପ୍ରତିଟି ଖବର ଆପଣ ପାଇଛନ୍ତି ହାତପାହାନ୍ତାରେ।
ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆମେ ଅଗ୍ରାଧିକାର ଦେଇଛୁ ଆପଣଙ୍କ ରୁଚିକୁ। ସେଥିପାଇଁ ସଫଳତାର ବର୍ଷଗୁଡ଼ିକୁ ଆମେ ଅତିକ୍ରମ କରିଚାଲିଛୁ। ଏ ଯାତ୍ରା ଏତେ ବି ସହଜ ନଥିଲା। ଅସାମାଜିକଙ୍କ ଆକ୍ରୋଷ ଠାରୁ ଦୁର୍ନୀତିଖୋର୍ଙ୍କ ପର୍ଦ୍ଦାଫାସ କରି ଆମେ ଆଗେଇ ଚାଲିଛୁ। ଆପଣଙ୍କ ଭଲପାଇବା ଓ ଚାହିଦାକୁ ନଜରରେ ରଖି ସାଲିସବିହୀନ ଖବର ଦେଇଆସିଛୁ ଆମେ। ଆଶା କରିବୁ ଆପଣଙ୍କ ଭଲପାଇବା ଆମ ସହିିତ ଚୀରକାଳ ରହିଥାଉ। ଆମେ ଏମିତି ସବୁବେଳେ ରହିଥାଉ ଆପଣ ହୃଦୟରେ ଏବଂ ଅଗ୍ରଣୀଙ୍କ ଠାରୁ ଆଗରେ।