ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ରାସ୍ତା କଡରେ ରହିଛି ଅଧା କଟା ଗଛ, ଦୁର୍ଘଟଣା ଆଶଙ୍କା

Published By : Suraj Kumar | July 29, 2025 7:01 PM

ପାଟଣାଗଡ,୨୮।୭ ( ଆପ୍ର) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଯୋଗୀମୁଣ୍ଡା ମୁଖ୍ୟ ରାସ୍ତାର ଜନଗହଳି ସ୍ଥାନରେ ଅଧା କଟା ଗଛଗୁଡିକ ରହିଛି। ଫଳରେ ଦୁର୍ଘଟଣା ଘଟିବା ଆଶଙ୍କା ସୃଷ୍ଟି ହୋଇଛି।ଲୋକଙ୍କ ଅଭିଯୋଗ ସତ୍ତ୍ୱେ ସଂପୃକ୍ତ ଠିକା ସଂସ୍ଥା ଏପରି କି ପ୍ରଶାସନିକ ସ୍ତରରେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା କାରଣରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଏକ ଠିକା ସଂସ୍ଥା ଦ୍ଵାରା  ପାଟଣାଗଡ଼ ବର୍ଥଲା ଛକ ଠାରୁ ଖପ୍ରାଖୋଲ ଲାଠୋର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ  କାମ ଚାଲିଛି। ଏହି ପରିପ୍ରେକ୍ଷୀରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଶହଶହ ବର୍ଷର ଗଛ ଗୁଡ଼ିକ ଠିକା ସଂସ୍ଥା କାଟିବାରେ ଲାଗିଛି। ଯାହାକୁ ନେଇ ଗଛ ସହିତ ଯୋଡି ହୋଇଥିବା ଐତିହ୍ୟ କ୍ଷୟର ପ୍ରତିବାଦରେ ସେପ୍ଟେମ୍ବର ୭ ତାରିଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଶାଖା ପକ୍ଷରୁ ଗଛକଟା ବନ୍ଦ ନେଇ  ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏଥି ସହ ତା ପରଦିନ କାର୍ଯ୍ୟାଳୟ ସମ୍ମୁଖରେ ସଂଘ କର୍ମକର୍ତ୍ତାମାନେ ଧାରଣା ଦେଇଥିଲେ। ଗଛ କଟା ବନ୍ଦ କରାଯିବ ବୋଲି ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ଗଛକଟା ବନ୍ଦ ହୋଇନଥିଲା। ୧୫ ଦିନରୁ ଉର୍ଦ୍ଧ୍ବ ହେବ ଯୋଗିମୁଣ୍ଡାର ମୂଖ୍ୟ ରାସ୍ତା‌ ଜନଗହଳି ଅଞ୍ଚଳରେ ଏକାଧିକ ବିରାଟ ନିମ୍ବଗଛ ଗୁଡ଼ିକୁ କଟର ସାହାଯ୍ୟରେ ଗଛର ମୂଳକୁ ଅଧାରୁ ଅଧିକ ଅଂଶ କଟାଯାଇ ଛାଡି ଦିଆଯାଇଛି। ସେହି ରାସ୍ତାଦେଇ ଲୋକେ ଭୟଭୀତ ଅବସ୍ଥାରେ ଯାଉଥିବା ବେଳେ କେତେବେଳେ ଯେ ଏହି ଗଛ ପଡି ଲୋକଙ୍କ ଜୀବନ ଚାଳିଯିବ କହିହେବ ନି ? ଅନ୍ୟ ପଟେ ସେହି ରାସ୍ତାଦେଇ ଯାତାୟତ କରୁଥିବା ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କୁ ଲୋକେ ଘଟଣା ସ୍ଥଳରେ ଅଟକାଇ ଅଭିଯୋଗ ସତ୍ତ୍ୱେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। କିଛି ଅଘଟଣ ଘଟିବା ପୂର୍ବରୁ ଏଥିପ୍ରତି ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଯୋଗିମୁଣ୍ଡା ଗ୍ରାମବାସୀ ଦାବୀ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.