ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ବେଆଇନ ବାଲି ଚାଲାଣ ପାଇଁ ରାସ୍ତା ଅବସ୍ଥା ଶୋଚନୀୟ, ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ

Published By : Suraj Kumar | July 27, 2025 8:12 PM

ପାଟଣାଗଡ଼,୨୭।୭ (ଆପ୍ର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ପଞ୍ଚାୟତ ଅଧିନସ୍ଥ ବାଗବାହାଳି ଓ ମୁଦଳସର ଗାଁ ଦେଇ ପ୍ରବାହିତ ହେଉଥିବା ସୁକତେଲ ନଦୀ ଭିତରୁ ବେଆଇନ ଭାବରେ ଲିଜ ପରିସୀମା ବାହାରୁ ନଦୀର ବିଭିନ୍ନ ସ୍ଥାନରୁ ମନ ଇଚ୍ଛା ବାଲି ଚୋରାଚାଲାଣ ହେଉଛି। ପ୍ରଶାସନିକ ସ୍ତରରେ ଖଣି ବିଭାଗ,ରାଜସ୍ବ ବିଭାଗ,ପୁଲିସ ସଭିଏଁ ଚୁପ ବସିରହିଥିବା ଯୋଗୁଁ ବାଲି ମାଫିଆ କୋଟି କୋଟି ଟଙ୍କାର ବେଆଇନ ଭାବେ ବାଲି ଚାଲାଣ  କରିଛନ୍ତି। ଫଳରେ ବାଲି ମାଫିଆ ଜଣକ ନିଜେ ମାଲେମାଲ ହେଉଥିବାବେଳେ ସରକାର ରାଜସ୍ବ ହରାଇଚାଲିଛନ୍ତି।

ଅପରପକ୍ଷରେ ବାଲି ମାଫିଆ ଜଣକ ଗତ ଛଅ ମାସ ଧରି ଲିଜ ଅବଧି ସୀମା ଅଞ୍ଚଳ ପୁଡାପଦର ଘାଟରୁ ବାଲି ଉତ୍ତୋଳନ ନ କରି ବେଆଇନ ଭାବେ ବାଗବାହାଲି ତଳି ଘାଟ ଅଂଚଳର ବିଭିନ୍ନ ସ୍ଥାନରୁ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ କରିଛନ୍ତି। କିନ୍ତୁ କିଛିଦିନ ପୂର୍ବରୁ ସୁକତେଲ ନଦୀରେ ବର୍ଷା ଜଳ ଆସିଯିବାରୁ କୋଟି କୋଟି ଟଙ୍କାର ଦୁର୍ନୀତି ବର୍ଷା ଜଳରେ ଧୋଇ ହୋଇଯାଇଥିବା ଅଞ୍ଚଳବାସୀଙ୍କ ମଧ୍ୟରେ  ଚର୍ଚ୍ଚା ଜୋର ଧରିଛି। ପରିଶେଷରେ ଏହାର ପରିଣାମ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି।

ପ୍ରକାଶ ଯେ, ବାଲି ଚାଲାଣ ପାଇଁ ରାଜସ୍ବ,ଖଣି ବିଭାଗ ସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ସମସ୍ତ ନିୟମକୁ ପାଳନ କରି ବାଲି ନେବା କଥା । କିନ୍ତୁ ବାଲି ମାଫିଆ ଜଣକ ସମସ୍ତ ନିୟମକୁ ଦଳିମକଚି ଦେଇ ଲିଜ ପରିଧି ବାହାର ସୀମାରୁ ଦିନ ରାତି ଦୈନିକ ସର୍ତ୍ତବଳୀ ଠାରୁ ପାଞ୍ଚ ଗୁଣ ଅଧିକ ବାଲି ହାଇୱା ମାଧ୍ୟମରେ ବେଆଇନ ଚୋରାଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ବାଲି ବୋଝେଇ ହାଇୱା ରାସ୍ତାରେ ଯାଉଥିବା ଯୋଗୁଁ ବାଗବାହାଳି ଗାଁରୁ ତମିଆଁ ଛକ ପର୍ଯ୍ୟନ୍ତ ୧୦ କିମି ରାସ୍ତା ର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ଦୈନନ୍ଦିନ ଦୁର୍ଘଟଣା ମାନ ଘଟୁଛି।ଏଥିସହ ଏହି ରାସ୍ତା ଦେଇ ପ୍ରତ୍ୟେକ ସମୟରେ ବାଲି ବୋଝେଇ ହାଇୱା ଯାତାୟାତ କରୁଥିବାରୁ ଦୁର୍ଘଟଣା ଭୟରେ ଅଇଁଳାତୁଙ୍ଗା ଗାଁର ଦଶରୁ ଉର୍ଦ୍ଧ୍ବ ଅବିଭାବକ ନିଜ ପିଲାଛୁଆଙ୍କୁ ତମିଆଁ ଶିଶୁମନ୍ଦିର ରୁ ଅନ୍ୟତ୍ର ଅପସାରଣ କରିନେଇଥିବା ଜଣାପଡିଛି। ଏନେଇ ଅଞ୍ଚଳବାସୀ ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନ ନେବା ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ସଜବାଜ ହେଉଥିବା ସୂଚନା ମିଳିଛି।ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.