ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ସଟ୍ଟା ଆଡ୍ଡା ଉପରେ ଚଢାଉ ୫ ଅଭିଯୁକ୍ତ କୋର୍ଟ ଚାଲାଣ; ସଟ୍ଟାଚାର୍ଟ,ନଗଦ ଟଙ୍କା ସହ ମୋବାଇଲ ଫୋନ ଜବତ

Published By : Bijay Swain | July 25, 2025 9:31 PM

ପାଟଣାଗଡ, ୨୫|୭(ଆପ୍ର): ପାଟଣାଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନ ରେ ପୁଲିସ ଆଜି ଚଢାଉ କରି ବେଆଇନ ଭାବେ ଅନ୍ ଲାଇନରେ ସଟ୍ଟା ଖେଳାଉଥିବା ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁମୁଣ୍ଡି ଗାଁର  ଭୋଲାସାଗର ନାଗ,  ବ୍ରାହ୍ମପୁରା ର ବାସୁଦେବ କୁଦେଇ , ବାବାଜୀ ପଡା ର ହାଡୁ ହୋତା,ବଡପଡାର ଗିରିଜା ପ୍ରସାଦ ନାଗ ଓ ରାମପୁର ର ବାସୁଦେବ ହେର୍ଣ୍ଣା। ଏଥି ସହ ସେମାନଙ୍କ ଠାରୁ ପୁଲିସ ୧୪ ହଜାର ୧ ଶହ ଟଙ୍କା, ସଟ୍ଟାଚାର୍ଟ, ୨ ଗୋଟି ମୋବାଇଲ ଫୋନ, ଗୋଟିଏ ମୋବାଇଲ ଚାର୍ଜର, ପାୱାର ବ୍ୟାଙ୍କ, କାଲକୁଲେଟର, ଡଟ୍ ପେନ୍ ଆଦି ଜବତ କରିଛି। 

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ‌ଏସଡିପିଓ ସଦାନନ୍ଦ ପୂଝାରୀଙ୍କ ତତ୍ତ୍ୱାବଧାନରେ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା। ଉକ୍ତ ଟିମ୍ ଶୁକ୍ରବାର ପାଟଣାଗଡ଼ ଥାନା ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ବିଭିନ୍ନ ଅନ୍ ଲାଇନରେ ସଟ୍ଟା ଆଡ୍ଡା ଗୁଡ଼ିକ ଉପରେ  ଚଢାଉ କରିଥିଲା। ଚଢ଼ାଉ ସମୟରେ ସଟ୍ଟା ଖେଳାଉଥିବା ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଥାନାକୁ ଆଣିଥିଲା । 

ପରେ ଏନେଇ ସେମାନଙ୍କ ନାମରେ ୫ ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ଗଡତ୍ୟା ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.