ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ମନରେଗା ଯୋଜନାରେ ଦୁର୍ନୀତିର ଲମ୍ବା ତାଲିକା; ବଙ୍ଗୋମୁଣ୍ଡା ବ୍ଲକ୍ ଘେରାଉ କଲା କଂଗ୍ରେସ

Published By : Anindita Ratha | July 22, 2025 1:53 PM

ବଙ୍ଗୋମୁଣ୍ଡା,୨୨/୦୭: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କପିଳାଭଟା ଓ ଝରିଏଲ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଏନେଇ  ବଙ୍ଗୋମୁଣ୍ଡା ବ୍ଲକ୍ ଘେରାଉ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି କଂଗ୍ରେସ । ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏହି ଘେରାଉ ହୋଇଛି ।

ତେବେ ଦାଦନ ପ୍ରବଣ ଅଞ୍ଚଳରେ ଲୋକଙ୍କୁ କାମ ଯୋଗାଇବା ଉଦ୍ଦେଶ୍ୟରେ ଯୋଜନା ହୋଇଛି। ମାତ୍ର ଗରିବଙ୍କ ଶହେ ଦିନ କାମ ମିଳିବା ବଦଳରେ ଅଣଦେଖା କରାଯାଉଛି । ଦୁର୍ନୀତି କରି ଠିକାଦାର ମେସିନ ସାହାଯ୍ୟରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ମନରେଗା ଦୁର୍ନୀତି ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବ୍ଲକ ଅଫିସ୍ ଘେରାଉ ଥିବା ବେଳେ ଆଗାମୀ ଦିନରେ ପିଡ଼ି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା ଚେତାବନୀ ଦେଇଛନ୍ତି । 

ଏହାଛଡ଼ା ଦାବିପତ୍ର ପ୍ରଦାନ ବେଳେ ପୂର୍ବ ବିଧାୟକ ସାଲୁଜାଙ୍କ ସମେତ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଓମ କୁମ୍ଭାର, ଅବସରପ୍ରାପ୍ତ ଶିକ୍ଷକ ନୀଳକଣ୍ଠ ତ୍ରିପାଠୀ,ଭାଗ୍ୟ ହିଆଲ ବିଜୟ ବନ୍ସଲ ଜତୀନ୍ଦ୍ର ପଟେଲ, ଶ୍ରୀକର ମାଝୀଙ୍କ ସମେତ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁରୁ ଶହ ଶଙ କର୍ମୀ ଏଥିରେ ସାମିଲ ହୋଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.