ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କ୍ୟାନସର ଔଷଧ ଉପରେ ଜିଏସଟି ହ୍ରାସ କରିବାକୁ ଜିଏସଟି କାଉନସିଲ୍‌ର ନିଷ୍ପତ୍ତି, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ...

ନୂଆଦିଲ୍ଲୀ: କ୍ୟାନସର ଔଷଧ ଉପରେ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ଜିଏସଟି କାଉନସିଲ୍ । ଆଜି (ସୋମବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି କାଉନସିଲ୍‌ର ୫୪ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ୧୨ ପ୍ରତିଶତ ବଦଳରେ କ୍ୟାନସର ଔଷଧ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହା ବ୍ୟତୀତ ଜିଏସଟି କାଉନସିଲ୍ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମାର ପ୍ରିମିୟମ ଦେୟ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ । ତେବେ ଧାର୍ମିକ ଯାତ୍ରା ପାଇଁ ହେଲିକପ୍ଟର ସେବା ବ୍ୟବହାର କରିବା ବେଳେ ବର୍ତ୍ତମାନ ୧୮ ପ୍ରତିଶତ ବଦଳରେ କେବଳ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ଜିଏସଟି କାଉନସିଲର ବୈଠକରେ ସ୍ୱାସ୍ଥ୍ୟ ବୀମା ଏବଂ ଜୀବନ ବୀମାର ପ୍ରିମିୟମ ଦେୟ ଉପରେ ଜିଏସଟି ହ୍ରାସ ଉପରେ ଆଲୋଚନା ହୋଇଥିଲା । ଏହା ପରେ ଏହି ସମସ୍ୟାକୁ ଅଧିକ ଅଧ୍ୟୟନ ପାଇଁ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GOM) କୁ ପଠାଯାଇଛି । ଅକ୍ଟୋବର ୨୦୨୪ ସୁଦ୍ଧା GOM କୁ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ ପଡିବ । ନଭେମ୍ବର ୨୦୨୪ ରେ ହେବାକୁ ଥିବା ଜିଏସଟି କାଉନସିଲ୍ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।

ତେବେ ଆଜିର ଜିଏସଟି କାଉନସିଲ ବୈଠକରେ ଧାର୍ମିକ ତୀର୍ଥଯାତ୍ରା କରୁଥିବା ଲୋକଙ୍କୁ ମଧ୍ୟ ଆଶ୍ବସ୍ତି ଦିଆଯାଇଛି । ଧାର୍ମିକ ତୀର୍ଥଯାତ୍ରା ପାଇଁ ହେଲିକପ୍ଟର ସେବା ବ୍ୟବହାର କରିବାବେଳେ ବର୍ତ୍ତମାନ ୧୮ ପ୍ରତିଶତ ବଦଳରେ କେବଳ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଉତ୍ତରପ୍ରଦେଶ ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ANI କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜିଏସଟି କାଉନସିଲ ଆମର ଦାବି ଗ୍ରହଣ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.