ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ମିଳିବ ଘର: ଫୋକସ୍‌ରେ ଆର୍ଥିକ ଦୁର୍ବଳ ଓ ନିମ୍ନ ଆୟକାରୀ ବର୍ଗ

Published By : Prameya | May 29, 2025 2:43 PM

ଭୁବନେଶ୍ୱର,୨୯/୦୫: ରାଜଧାନୀରେ ୧୫ ଲକ୍ଷ  ଟଙ୍କାରେ ଶସ୍ତା ଘର ମିଳିବ । ଗୃହ ଓ ନଗର ଉନ୍ନୟନ ବିଭାଗ  ପ୍ରୟାସରେ ଏହାକୁ ତିଆରି କରାଯିବ । ବିଭିନ୍ନ ଘରୋଇ କ୍ଷେତ୍ର ସହଯୋଗରେ ଏହି ଶସ୍ତା ଘର ତିଆର ହେବ । ୧୫ ଲକ୍ଷ ଟଙ୍କାରୁ ନେଇ ୫୦ ଲକ୍ଷ  ଟଙ୍କାରେ ଅଲଗା ଅଲଗା ବର୍ଗ ପାଇଁ ଘର ରହିବ । ଗ୍ରେଟର ଭୁବନେଶ୍ୱର ଭିଜନ ଅଧୀନରେ ‘ସମସ୍ତଙ୍କ ପାଇଁ  ଗୃହ' ମିଶନ କାର୍ଯ୍ୟକାରୀ କରିବାକୁ ବିଭାଗ ଏଭଳି ଯୋଜନା ପ୍ରସ୍ତୁତ  କରିଛି ।  

ଫିଲିପାଇନ୍‌ସର  ମାନିଲାରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ମୁଖ୍ୟାଳୟରେ ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ(ଏଡବ୍ଲୁୟୁଏଫ) ପକ୍ଷରୁ ସହରାଞ୍ଚଳରେ  ସୁଲଭ ଗୃହର ଜରୁରି ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଫୋରମ୍‌ରେ ଶସ୍ତା ଘର ପ୍ରକଳ୍ପ ଉପରେ ବିସ୍ତୃତ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ରାଜଧାନୀରେ ଦିନକୁ  ଦିନ ଘର ଦାମ ଆକାଶଛୁଆଁ ହେଉଛି । ଆର୍ଥିକ ଦୁର୍ବଳ ବର୍ଗ  (ଇଡବ୍ଲୁଏସ୍‌) ଓ ନିମ୍ନ ଆୟକାରୀ ଗୋଷ୍ଠୀ(ଏଲଆଇଜି) ବର୍ଗର ଲୋକେ ଘରଟିଏ କିଣିବା  ସ୍ୱପ୍ନ ହୋଇଯାଉଛି । ସେମାନଙ୍କ  ଘର ସ୍ୱପ୍ନ ପୂରା କରିବାକୁ ନଗର  ଉନ୍ନୟନ ବିଭାଗ ଶସ୍ତା ଘର ପ୍ରକଳ୍ପ ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଖାଲି ରାଜଧାନୀ ନୁହେଁ,  ଅନ୍ୟ ସହରରେ ବି ଏହି ପ୍ରକଳ୍ପ ଆରମ୍ଭ ହେବ । ମାଲେସିଆ, ଭାରତ ଓ ନେଦରଲ୍ୟାଣ୍ଡ୍‌ସର  ବିଶେଷଜ୍ଞମାନେ ଶସ୍ତା ଗୃହ ପ୍ରକଳ୍ପକୁ ନେଇ ନିଜସ୍ୱ ଅଭିଜ୍ଞତା  ବାଣ୍ଟିଥିଲେ । ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂହ ସରକାରଙ୍କ ବିଭିନ୍ନ ଅଭିନବ ମଡେଲକୁ  ଉପସ୍ଥାପନ କରିଥିଲେ।

ସହରକୁ ବସ୍ତି ଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର। କାରଣ ଘର ଅଭାବ ହେଉଛି ବସ୍ତି ତିଆରି ହେବାର ମୁଖ୍ୟ କାରଣ। ତେଣୁ ସହର ଭିତରେ ଭଡା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି।

ଟାଉନ ପ୍ଲାନିଂ ବା ଟିପି ସ୍କିମ ଉପରେ ମଧ୍ୟ ଗୁରୁତ୍ଵ ଦେଉଛନ୍ତି ସରକାର । ପୁରୁଣା ଜାଗା ଥିବା ଲୋକ ମଧ୍ୟ ଉଚିତ ମୂଲ୍ୟ ପାଉଛନ୍ତି । ସ୍ଵତନ୍ତ୍ର ପ୍ଲାନିଂ ମାଧ୍ୟମରେ ସ୍ୱେରେଜ, ଡ୍ରେନେଜ, ରୋଡ଼, ଲାଇଟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ସରକାର ଯୋଗାଇ ଦେବେ । ଭୁବନେଶ୍ୱର ଓ କଟକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରୀରେ ମଧ୍ୟ କରିବା ପାଇଁ ଯୋଜନା କରୁଛନ୍ତି ସରକାର । ଏନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.