ପ୍ରମୂଖ ଖବର
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଗ୍ରାହକଙ୍କୁ ବଡ଼ ଆଶ୍ଵସ୍ତି, ୪ ଦିନରେ ୬ ହଜାର ଖସିଲା ସୁନା

ଭୁବନେଶ୍ଵର, ୨୭/୦୭ : ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ। ଗ୍ରାହକଙ୍କୁ ବଡ଼ ଆଶ୍ଵସ୍ତି। ଲଗାତର ଖସୁଛି ସୁନା ଦର। ବଜେଟ୍‌ ଆସିବାର ୪ ଦିନ ମଧ୍ୟରେ ୬୦୦୦ ଟଙ୍କା ଶସ୍ତା ହେଲା ସୁନା। ସେହିଭଳି ରୁପା ଦରରେ ମଧ୍ୟ ୭ ହଜାର ଟଙ୍କା ହ୍ରାସ ଘଟିଛି। ବଜାରରେ ଏହି ମୂଲ୍ୟବାନ ଧାତୁର ବଢିଛି ଚାହିଦା। ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଉଭୟ ସୁନା ଏବଂ ରୁପା ଉପରେ ସୀମା ଶୁଳ୍କକୁ ହ୍ରାସ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାର ପ୍ରଭାବରେ ଲଗାତର ଉଭୟ ଧାତୁ ଦରରେ ପତନ ଘଟିଛି। 

ରାଜଧାନୀ ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦରରେ ୧,୦୯୦ ଟଙ୍କା ହ୍ରାସ ଘଟିଥିବାବେଳେ ୨୨ କ୍ୟାରେଟ୍‌ ସୁନା ୧,୦୦୦ ଟଙ୍କା ଶସ୍ତା ହୋଇଛି । ଉଭୟର ଦର ଯଥାକ୍ରମେ ୬୮,୭୩୦ ଟଙ୍କା ଏବଂ ୬୩,୦୦୦ ଟଙ୍କାକୁ ଖସିଆସିଛି। ସେହିଭଳି କିଲୋଗ୍ରାମ ପିଛା ରୁପା ଦର ଆଜି ୮୯,୦୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି। ଗତ କିଛି ଦିନ ତଳେ ୧୦ ଗ୍ରାମ ପିଛା ସୁନା ଦର ୭୫,୦୦୦ ଟଙ୍କା ପାର୍‌ କରିଥିଲା । ସେହିପରି, ଲକ୍ଷେ ଡେଇଁଥିଲା ରୁପା । 

୨୦୨୪-୨୫ ବଜେଟ୍‌ରେ ଅର୍ଥମନ୍ତ୍ରୀ ସୁନା ଓ ରୁପା ଉପରେ ଲାଗୁ ହେଉଥିବା ସୀମା ଶୁକ୍ଳ ହ୍ରାସ କରିଛନ୍ତି। ସୁନାରୁପା ଉପରେ ଲାଗୁ ହେଉଥିବା ଆମଦାନୀ ଶୁକ୍ଳ ୧୫% ରୁ ୬%କୁ ହ୍ରାସ ପାଇଛି। ଯାହାଫଳରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଉଭୟ ଧାତୁର ଦର ଖସିଛି। କେବଳ ସୁନା କିମ୍ଵା ରୁପା ନୁହେଁ ପ୍ଲାଟିନମ୍ ଉପରେ ମଧ୍ୟ ଅର୍ଥମନ୍ତ୍ରୀ ସୀମା ଶୁକ୍ଳ ୬.୪୬%କୁ ହ୍ରାସ କରିଛନ୍ତି। ତେବେ ଆଗାମୀ ଦିନରେ ସୁନା ଦର ଆହୁର ଖସିପାରେ ବୋଲି ଅନୁମାନ କରାଯାଉଛି। 

ଏହି ମୂଲ୍ୟବାନ୍ ଧାତୁର ଦର ଖସିବାରୁ ଗ୍ରାହକମାନେ ଖୁସିଥିବା ବେଳେ ନିବେଶକଙ୍କୁ ଝଟ୍‌କା ଲାଗିଛି। ୪ ଦିନ ମଧ୍ୟରେ ସୁନା ୬ ହଜାର ଟଙ୍କା ଖସିବା ଫଳରେ ବହୁ ଲୋକଙ୍କୁ କ୍ଷତି ହୋଇଛି। ତେବେ ଦର ଖସୁଥିବାବେଳେ ବର୍ତ୍ତମାନ ସୁନାରେ ନିବେଶ କରିବାର ପ୍ରକୃଷ୍ଟ ସମୟ ବୋଲି ପ୍ରକାଶ କରିଛନ୍ତି ବଜାର ବିଶେଷଜ୍ଞ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.