ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଫିଲ୍ମି ଅନ୍ଦାଜ୍‌ରେ ୟୁପି ପୁଲିସର ସଚେତନତା; ‘ହୃଦୟ ଦିଅନ୍ତୁ ହେଲେ OTP ଦିଅନି’…

Published By : Harapriya Sethi | July 23, 2025 1:49 PM

ଉତ୍ତରପ୍ରଦେଶ, ୨୩/୦୭: ଉତ୍ତରପ୍ରଦେଶ ପୁଲିସର ଅଭିନବ ଉପାୟ । ଏକ କ୍ରିଏଟିଭ୍ ୱେ’ରେ ସାଇବର ଠକେଇ ନେଇ ଲୋକଙ୍କୁ ସଚେତନ କରିଛି ୟୁପି ପୁଲିସ । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ସୈୟାରା’ ଦେଖି ଲୋକମାନେ ଥିଏଟର୍‌ରେ ବେହୋସ୍ ହେଉଛନ୍ତି... ହେଲେ ପ୍ରକୃତରେ ହୋସ୍ ତ ସେତେବେଳେ ଉଡ଼ିବ, ଯେତେବେଳେ ‘ଆଇ ଲଭ୍ ୟୁ’ ପରେ ଓଟିପି ଦିଅ ପ୍ଲିଜ୍ ମେସେଜ୍ ଆସିବ । ଆଉ ତା’ପରେ ଆକାଉଣ୍ଟରେ ବାଲାନ୍ସ ମାତ୍ର ୨୦ ଟଙ୍କା ରହିବ । 

ଏହି ପୋଷ୍ଟ ଜରିଆରେ ପୁଲିସ ଏହି ସୂଚନା ଦେଇଛି ଯେ, ଅନଲାଇନ୍ ଗଢ଼ି ଉଠିଥିବା ସମ୍ପର୍କରେ OTP ଦେବା ବିପଦଜନକ ହୋଇପାରେ । ଭଲପାଇବା ଦିଅନ୍ତୁ, ବିଶ୍ୱାସ କରନ୍ତୁ ହେଲେ ନିଜର ବ୍ୟକ୍ତିଗତ ତଥ୍ୟ ଖାସ୍ କରି OTP କାହାରି ସହ ସେୟାର କରନ୍ତୁ ନାହିଁ । ଯଦି ଆପଣ ସେୟାର କରିଥିବା ବ୍ୟକ୍ତି ସାଇବର୍ ଠକ ହୋଇଥାନ୍ତି, ତେବେ ପରବର୍ତ୍ତୀ ସମୟରେ ଆପଣଙ୍କୁ ମୋଟା ଅଙ୍କର କ୍ଷତି ସହିବାକୁ ପଡ଼ିପାରେ । 

ବର୍ତ୍ତମାନ ପୁଲିସର ଏହି ମେସେଜଟି ବେଶ୍ ଭାଇରାଲ ହୋଇଛି । ଯେଉଁଥିରେ #SaiyaaraSeSavdhaan ଏବଂ #CyberSafeRaho ଭଳି ହାସ୍‌ଟ୍ୟାଗ୍ ବ୍ୟବହାର କରାଯାଇଛି । ପୁଲିସ ଲୋକଙ୍କୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା କିମ୍ୱା କୌଣସି ଅଜଣା ବ୍ୟକ୍ତିଙ୍କୁ OTP ଦେବା ପୂର୍ବରୁ ୨ଥର ଚିନ୍ତା କରିବାକୁ ନିବେଦନ କରିଛି । 

ୟୁପି ପୁଲିସର ଏହି ପୋଷ୍ଟ କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି, ସତର୍କତାର ଅଭାବ ହିଁ ଦୁର୍ଘଟଣାର କାରଣ । ତେଣୁ ଯଦି ଆପଣ କେବେ ଏପରି କୌଣସି ସନ୍ଦେହଜନକ ପରିସ୍ଥିତିର ସାମ୍ନା କରୁଛନ୍ତି, ତେବେ ତୁରନ୍ତ ୧୧୨ କିମ୍ୱା ସାଇବର୍ ହେଲ୍ପଲାଇନ୍ ନମ୍ୱରରେ ଯୋଗାଯୋଗ କରନ୍ତୁ । ୟୁପି ପୁଲିସ ତୁରନ୍ତ ଆପଣଙ୍କୁ ସାହାଯ୍ୟ କରିବ । ସାଇବର୍ ଠକେଇ ପାଇଁ ପୃଥକ ପୁଲିସ ଷ୍ଟେସନ ମଧ୍ୟ ଖେଲାଯାଇଛି । 

ସେପଟେ ପୁଲିସର ଏହି ପୋଷ୍ଟ ଉପରେ ୟୁଜର୍ସ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ ଲେଖିଛନ୍ତି ଯେ, ଲୋକଙ୍କୁ ବୁଝାଇବାର ଏହି ଉପାୟ ବହୁତ ଭଲ। ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି, ଦିଲ୍ଲୀ ପୁଲିସ ପରେ ଏବେ ଉତ୍ତପପ୍ରଦେଶ ପୁଲିସର ଅଭିନବ ପ୍ରୟାସ । କିଛି ୟୁଜର୍ ଏହି ପୋଷ୍ଟରେ ନିଜର ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି । 

କହିରଖୁ କି, ସୈୟାରା ଫିଲ୍ମ ବକ୍ସ ଅଫିସ୍‌ରେ ଏକ ଲୋକପ୍ରିୟ ସିନେମା ପାଲଟିଛି । ଏହି ଫିଲ୍ମର କ୍ରେଜ୍ ସାରା ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ରିଲିଜ୍ ହେବାର ପ୍ରଥମ ୪ ଦିନରେ ଫିଲ୍ମଟି ୧୦୦ କୋଟିରୁ ଅଧିକ ଟଙ୍କା ମଧ୍ୟ ରୋଜଗାର କରିଛି । ଫିଲ୍ମର କ୍ରେଜ୍ ଏତେ ରହିଛି ଯେ, ପ୍ରଶଂସକମାନେ ଥିଏଟର୍‌ରେ କାନ୍ଦୁଥିବା, ଗୀତ ଗାଉଥିବା ଏବଂ ନାଚୁଥିବା ଦେଖିବାକୁ ମିଳିଛି । ଏପରି ପରସ୍ଥିତିରେ ୟୁପି ପୁଲିସ ଏହି ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.