ପୁରୀ,୦୭/୦୨: ସହରର ଏକ ପ୍ରତିଷ୍ଠିତ ସଂସ୍କୃତ ଶିକ୍ଷା ଅନୁଷ୍ଠାନ ପରିସରରେ ବୁଧବାର ଜଣେ ଛାତ୍ରୀ ବିଚିତ୍ର ଆଚରଣ ପ୍ରଦର୍ଶନ କରିଛନ୍ତି । ତାଙ୍କ ସହ ଥିବା ଅନ୍ୟ ଛାତ୍ରୀମାନେ କହିଛନ୍ତି, ତାଙ୍କ ଶରୀରରେ କୌଣସି ଆତ୍ମା ସବାର କରିଥିଲା ।
ଛାତ୍ରୀ ଜଣକ କହିଛନ୍ତି, ମୁଁ ଏହି ଅନୁଷ୍ଠାନରେ ପଢ଼ୁଥିଲି । ମାତେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ମୋ ମୃତଦେହକୁ ଲାଇବ୍ରେରୀ ପାଶ୍ୱର୍ରେ ପୋତି ଦିଆଯାଇଛି । ସେହି ସ୍ଥାନ ଏବେ ଖୋଳିଲେ ମୋ ମୃତଦେହ ମିଳିବ । ତେବେ ଛାତ୍ରୀଙ୍କ ଏଭଳି ପ୍ରଳାପ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଆତଙ୍କ ଖେଳାଇ ଦେଇଛି । ଏଭଳି ଆଚରଣ ପ୍ରଦର୍ଶନ କରିଥିବା ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଛନ୍ତି ଅନୁଷ୍ଠାନ କର୍ତ୍ତୃପକ୍ଷ । ତେବେ ବିଜ୍ଞାନ ଯୁଗରେ ଏସବୁ ମିଥ୍ୟା ଓ ଭ୍ରମାତ୍ମକ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଉଛି । ତଥାପି ଏହି ଘଟଣାର ତଦନ୍ତ ଆବଶ୍ୟକ ବୋଲି କିଛି ଲୋକ ଦାବି କରିଛନ୍ତି ।
ଯେଉଁ ଛାତ୍ରୀଙ୍କ ଆତ୍ମା ବୋଲି ଆଲୋଚନା ହେଉଛି, ସେ କିଏ? ସେ କେବେ ଅନୁଷ୍ଠାନରେ ପଢୁଥିଲେ । ସତରେ ତାଙ୍କର ମୃତ୍ୟୁ ଘଟିଛି କି ନାହିଁ ସେନେଇ ତଥ୍ୟ ସଂଗ୍ରହ କରାଗଲେ ଏହା ସତ କି ମିଛ ତାହା ସ୍ପଷ୍ଟ ହୋଇଯିବ ବୋଲି ଆଲୋଚନା ଚାଲିଛି । ପୁଲିସ ଏନେଇ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି ।