ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଚୋରା ଚାଲାଣ ବେଳେ ଧରା ପଡିଲା ୫୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ, ଜଣେ ନାବାଳକ ସହ ଦୁଇ ଗିରଫ

ଗୁଣପୁର, ୨୪/୦୯: ଗୁଣପୁର ପୋଲିସକୁ ବଡ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କଲା ପୋଲିସ। ୫୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ। ଘଟଣାରେ ଜଣେ ନାବାଳକ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରୁ ଏକ ପିକପ୍ ଗାଡି ଯୋଗେ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗୁଣପୁର ପୋଲିସ ସହରର ଖର୍ଲିଙ୍ଗ୍ ନିକଟରୁ ଏହି ଗଞ୍ଜେଇକୁ ଜବତ କରିଛି। ଏହି ଘଟଣାରେ ଜଣେ ନାବାଳକ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସ୍ଥାନୀୟ ଏସଡିପିଓ ବାବୁଲି ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବାସହ ଜବତ ଗଞ୍ଜେଇର ମୁଲ୍ଯ ପ୍ରାୟ ୫୦ ଲକ୍ଷରୁ ଅଧିକ ହେବ ବୋଲି କହିଛନ୍ତି। 

OD 18k 0243 ନମ୍ବର ମହିନ୍ଦ୍ରା ମ୍ୟାକ୍ସ ପିକପ୍ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ଉକ୍ତ ଗାଡ଼ିରୁ ୫୨୭ କିଲୋଗ୍ରାମ ଗଞ୍ଜେଇ ଓ ୧୫୦ ଟଙ୍କା ସହ ଦୁଇଟି ମୋବାଇଲ୍ ଫୋନ ପୋଲିସ୍ ଜବତ କରିଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁରରେ ଏମଭି ଚେକିଂ ଓ ମୋବାଇଲ ପେଟ୍ରୋଲିଙ୍ଗ ଜୋରସୋର ଚାଲିଥିବା ବେଳେ ଗୁଣୁପୁର ଥାନା ଅନ୍ତର୍ଗତ ଖର୍ଲିଂ ଗ୍ରାମର ଆରଏମସି ଗେଟ ଦେଇ ମୁଖ୍ୟ ରାସ୍ତାରେ ଯାଉଥିବା ଗଞ୍ଜେଇ ଚାଲାଣ ଗାଡି ଉପରେ ପୋଲିସ୍ ଚଢାଉ କରି ଏହି ସଫଳତା ପାଇଛି । ଗୁଣୁପୁର ଠାରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା ବୋଲି ପୋଲିସ କହିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଜପତି ଜଲ୍ଲା ଅଡବା ଥାନା ଅନ୍ତର୍ଗତ ଶୁଣ୍ଢିପଦାର ଜିତୁ ନାୟକ ଏବଂ ଜଣେ ନାବାଳକ। ଏହି ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଦର୍ଶ ଥାନା ଏସ୍ଡ଼ିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ସ୍ଥାନିୟ ଆଇଆଇସି ଉତ୍ତମ କୁମାର ସାହୁ ଓ ଏସଆଇ ଅଶୋକ ପାଢ଼ୀ ଉପସ୍ଥିତ ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.