ପ୍ୟାରିସ୍, ୫।୧୨ : ଫ୍ରାନ୍ସରେ ୩ ମାସରେ ଭାଙ୍ଗିଲା ସରକାର । ଯାହା ପରେ ପ୍ରଧାନମନ୍ତ୍ରୀ ମିଚେଲ୍ ବର୍ନିୟରଙ୍କୁ ଲାଗିଛି ବଡ଼ ଝଟକା । ଅନାସ୍ଥା ଭୋଟ୍ରେ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିଚେଲ୍ ବର୍ନିୟର୍ । ତାଙ୍କ ବିରୋଧରେ ଶତାଧିକ ଭୋଟ୍ ପଡ଼ିଛି । ଆଜି କ୍ୟାବିନେଟ୍ ସାଙ୍ଗକ ଇସ୍ତଫା ପତ୍ର ଦେବେ । ସେ ଫ୍ରାନ୍ସ ରାଷ୍ଟପ୍ରତି ଇମାନୁଏଲ୍ ମାକ୍ରୋନଙ୍କ ନିକଟରେ ନିଜ ଇସ୍ତପା ଦାଖଲ କରିବେ । ଗତ ୬୦ ବର୍ଷରେ ଫ୍ରାନ୍ସରେ ପ୍ରଥମ ଥର ଲାଗି ଏଭଳି ଘଟଣା ଦେଖିବାକୁ ମିଳିଛି ।
ବର୍ନିୟର୍ ନେତୃତ୍ୱାଧୀନ ସରକାର ବିରୋଧରେ ଆନାସ୍ଥା ପ୍ରସ୍ତାବ ଆଣିଥିଲେ ବାମପନ୍ଥୀ । ମେରିନ୍ ଲେ ପେନ୍ଙ୍କ ନେତୃତ୍ୱରେ ରାଇଟ୍ ଓ୍ୱିଙ୍ଗ୍ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲା । ୫୭୭ ସଦସ୍ୟ ବିଶିଷ୍ଟ ଗୃହରେ ୩୩୧ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ବର୍ନିୟର୍ ସରକାରଙ୍କୁ ହଟାଇବାକୁ ଭୋଟ୍ ଦେଇଛନ୍ତି । ରାଷ୍ଟ୍ରପତି ମାକ୍ରୋନ୍ ଯଥାଶୀଘ୍ର ଏକ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଚାହୁଁଛନ୍ତି । ୧୯୬୨ମସିହାରେ ଚାର୍ଲ୍ସ ଡି ଗଲ୍ ରାଷ୍ଟ୍ରପତି ଥିବାବେଳେ ଜର୍ଜ ପମ୍ପିଡୋ ସରକାରଙ୍କ ପରାଜୟ ପରଠାରୁ ଏହାଥିଲା ପ୍ରଥମ ସଫଳ ଅନାସ୍ଥା ପ୍ରସ୍ତାବ । ୧୯୫୮ ମସିହାରେ ପଞ୍ଚମ ଗଣତନ୍ତ୍ର ଆରମ୍ଭ ହେବା ପରଠାରୁ ଫ୍ରାନ୍ସରେ ଚଳିତ ସରକାର ସବୁଠୁ କମ୍ ଦିନର ଶାସନରେ ଥିଲା ।