ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଓଡ଼ିଶା ସୀମାନ୍ତରେ ଚାରି ମାଓବାଦୀ ଗିରଫ,ବିସ୍ଫୋରକଦ୍ରବ୍ୟ ଓ ମାଓସାମଗ୍ରୀ ଜବତ

Published By : Bijay Swain | November 29, 2024 9:59 PM

ମାଲକାନଗିରି, ୨୯/୧୧: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁରରେ ମାଓ ଦମନ ଅଭିଯାନ ସମୟରେ ଚାରି ସକ୍ରିୟ ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ମାଓବାଦି ମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ l

ମିଳିଥିବା ସୂଚନା ଅନୁଯାଇ ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ଭୈରମଗଡ଼ ଥାନାର ପୋନ୍ଦୁମ ଅଞ୍ଚଳରେ ମାଓ ଗତିଵିଧି ନେଇ ପୋଲିସକୁ ଖବର ମିଳିଥିଲା । ଏହି ଖବର ପାଇବା ପରେ ପୋଲିସ ଓ ଜବାନ ମିଳିତ ଭାବେ ତଲାସୀ ଅଭିଯାନ ଜାରି ରଖିଥିଲେ। ଠିକ ଏହି ସମୟରେ ଚାରି ସନ୍ଦିଗ୍ଧ ବ୍ୟକ୍ତି ସୁରକ୍ଷାକର୍ମୀଙ୍କୁ ଦେଖି ଜଙ୍ଗଲ ମଧ୍ୟକୁ ଦଉଡି ପଳାଇଥିଲେ । ସୁରକ୍ଷାକର୍ମୀମାନେ ସେମାନଙ୍କୁ ପିଛା କରିବା ସହ ସେମାନଙ୍କୁ କାବୁ କରିଥିଲେ। ପରେ ସେମାନଙ୍କ ପାଖରେ ଥିବା ଏକ ବସ୍ତାରୁ ମାଓ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ବିଜାପରୁ ପୁଲିସ ସେମାନଙ୍କୁ ଗିରଫ କରିଥିଲାl 

ଗିରଫ ହୋଇଥିବା ଚାରି ମାଓବାଦୀ ମାନେ ହେଲେ ସକୁ ହପକା, ମନୁ ହପକା, ଲଛୁ ମାଡ଼ବି, କୋସଲା ମାଡ଼ବି। ସେମାନଙ୍କ ନିକଟରୁ ଟିଫିନ ବୋମା, କର୍ଡେକ୍ସ ତାର, ସ୍ବିଚ, ମାଟି ଖୋଳିବା ସାମଗ୍ରୀ ଆଦି ଜବତ ହୋଇଥିବା ନେଇ ପୁଲିସ ସୂଚନା ଦେଇଛି। ଗିରଫ ହେବା ପରେ ଚାରି ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛିl

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.