ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୪ ହାର୍ଡକୋର୍ ମାଓବାଦୀ

Published By : Rasmita Pradhan | February 4, 2025 11:31 AM

ଭୁବନେଶ୍ଵର, ୦୪/୦୨ : ଦୁର୍ବଳ ହେଉଛି ମାଓ ସଙ୍ଗଠନ। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଭୟଭୀତ ହୋଇ ଆତ୍ମସମର୍ପଣ କଲେ ୪ ହାର୍ଡକୋର୍ ମାଓବାଦୀ। ମାଓବାଦୀଙ୍କ TCOC ଆରମ୍ଭରୁ ଚାରି ଜଣ ହାର୍ଡକୋର ନକ୍ସଲ ମହାରାଷ୍ଟ୍ର ଗଡଚିରୋଲି ପୋଲିସ ଓ CRPF ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ମୋଟ ୨୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। 

ସୂଚନାନୁଯାୟୀ, ଜଣେ ଡିଭିଜନାଲ୍ କମିଟି ସଦସ୍ୟ ଓ ଜଣେ ଏରିଆ କମିଟି ସଦସ୍ୟ ସହ ଦୁଇ ଜଣ ପ୍ଲାଟୁନ୍ ସଦସ୍ୟ ଗଡ଼ଚିରୋଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଚାରି ହାର୍ଡକୋର ମାଓବାଦୀ ହେଲେ ଅଶୋକ ପୋଚ୍ୟା ସାଦେକ, ବନିତା ଦୋହେ ଜୋର, ସାଧୁ ଲିଙ୍ଗୁ ଓ ମୁନ୍ନି ପୋଡିଆ କୋରସା। ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ସୂଚନା ମିଳିଛି।

ଏହି ଖବରଟିକୁ ପଢନ୍ତୁ-ନାବାଳିକାଙ୍କ ଉପରେ ଚଢିଗଲା ମୋ ବସ୍, ନନ୍ଦନକାନନ ପଟିଆ ରୋଡ୍ ଅବରୋଧ

ଉଲ୍ଲେଖଯୋଗ୍ୟ ଯେ, ମାଓମୁକ୍ତ ଭାରତ ଗଠନ ଲାଗି ତାରିଖ ଘୋଷଣା ହେବା ପରେ ୨୦୨୪ରେ ଛତିଶଗଡରେ ୧୮୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିଭଳି ୫୮ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ସେହିପରି ୫୦୩ ଜଣ ମାଓବାଦୀ ପୋଲିସ ହାତରେ ଗିରଫ ହେବା ପରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ୨୦୨୫ ଜାନୁଆରୀ ମାସରେ ୨୩ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ୪୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଓ ୧୭ ଜଣ ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଫେବୃଆରୀ ୧ରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଆଜି ଆଉ ୪ ଜଣ ଆତ୍ମସମର୍ପଣ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.