ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ପାତ୍ରପଡ଼ା ଛାତିଥରା ଦୁର୍ଘଟଣାକୁ ୪ ଦିନ ବିତିଲା, ନରହନ୍ତା କାର ଚାଳକଙ୍କ ପତ୍ତା ପାଉନି ପୁଲିସ

Published By : Rasmita Pradhan | August 13, 2025 7:59 AM

ଭୁବନେଶ୍ୱର,୧୩/୦୮ : ପାତ୍ରପଡ଼ାରେ ଛାତିଥରା ଦୁର୍ଘଟଣାକୁ ୪ ଦିନ ବିତିଲାଣି । ହେଲେ ମଣିଷମରା କାର ଡ୍ରାଇଭରର ପତ୍ତା ପାଉନି ପୁଲିସ। କାର ମାଲିକ ସୋମନାଥ ବେହେରାଙ୍କ ବିପଦପୂର୍ଣ୍ଣ ଗାଡ଼ିଚାଳନା ନେଇ ନାନା ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଘଟଣା ପରଠୁ ସୋମନାଥ ଫେରାର୍‌ ଥିବାରୁ ସେ ହିଁ କାର ଚଳାଉଥିବା ପୁଲିସ ସନ୍ଦେହ କରୁଛି । ଅନ୍ୟପଟେ ଏହି ନରହନ୍ତା କାର ଚାଳକଙ୍କ ଲାଇସେନ୍ସ ବାତିଲ୍‌ ପାଇଁ ଦାବି ଉଠୁଛି । ବରମୁଣ୍ଡା ରମାମଣି ପେଟ୍ରୋଲ ପମ୍ପ ସାମ୍ନାରେ ଲାଗିଥିବା ଟିଭିଡିଏସ୍‌ କ୍ୟାମେରାରୁ ସୋମନାଥ ହିଁ ଘଟଣାଦିନ କାର ଚଳାଉଥିବାର ପ୍ରମାଣ ଗୋଟାଇଛି ପୁଲିସ । ହେଲେ, ସେ ଘଟଣା ପରଠୁ ଫୋନ୍‌ ସୁଇଚ୍‌ ଅଫ୍‌ କରି କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି । 

ତଦନ୍ତରୁ ଜଣାପଡ଼ିଛି, ସୋମନାଥଙ୍କ ଘର ପୁରୀରେ । ସେ ଇନ୍‌ଫୋସିଟିର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି । ତାଙ୍କ ବାପା ଟ୍ରକ ସଂଘର ରାଜ୍ୟସ୍ତରୀୟ ନେତା । ସୋମନାଥ ରାଜଧାନୀ ରାସ୍ତାରେ ସବୁବେଳେ ବିପଦପୂର୍ଣ୍ଣ ଭାବେ କାର୍‌ ଚଳାନ୍ତି । ଦାମୀ କାର ସହ ଫଟୋ ପୋଜ୍‌ ଦିଅନ୍ତି । ସୋସିଆଲ ମିଡିଆରେ ‘ଡ୍ରିଙ୍କ ଆଣ୍ଡ ଡ୍ରାଇଭ’ ଲେଖି ବିଦେଶୀ ବ୍ରାଣ୍ଡ ମଦର ଫଟୋ ପୋଷ୍ଟ କରିଛନ୍ତି । ଏସବୁ କାରନାମା ସାମ୍ନାକୁ ଆସିବା ପରେ ସୋମନାଥଙ୍କ ବିପଥଗାମୀ ଗାଡ଼ି ଚାଳନା ଯୋଗୁଁ ହିଁ ହୋମଗାର୍ଡ ମାନସ ରାଉଳଙ୍କ ପରିବାର ଛାରଖାର ହୋଇଯାଇଥିବା ପୁଲିସ ଅନୁମାନ କରୁଛି । ସେପଟେ ଆର୍‌ଟିଓ-୨ ସନତ କୁମାର ଜେନାଙ୍କ କହିବା ମୁତାବକ, କେହି ଡ୍ରାଇଭର ନିୟମିତ ଢ଼ଙ୍ଗରେ ବିପଦପୂର୍ଣ୍ଣ ଗାଡ଼ି ଚଳାଉଥିଲେ, ତା’ ଲାଇସେନ୍ସ ବାତିଲ ପାଇଁ ପୁଲିସ ପକ୍ଷରୁ ଆରଟିଓଙ୍କୁ ସୁପାରିଶ କରାଯିବ । ଏମ୍‌ଭିଆଇ ଆକ୍ଟ ଧାରା ୧୯ ଅନୁସାରେ, ୩ ମାସ ପାଇଁ ଲାଇସେନ୍ସ ବାତିଲ୍‌ କରାଯିବ ।

ଏହି ଖବରଟିକୁ ପଢନ୍ତୁ- ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.