ଭୁବନେଶ୍ବର, ୧୨/୮ : ଆଉ ବ୍ୟବହାର ହେବ ନି ‘ହରିଜନ’ ଶବ୍ଦ । ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ ଏହି ଶବ୍ଦ । ଜାତିଗତ ପ୍ରମାଣ ପତ୍ରରେ ବି ଏହି ଶବ୍ଦ ରହିବନି । ଏ ନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଭାରତୀୟ ସମ୍ବିଧାନର ଧାରା ୩୪୧ଅନୁଯାୟୀ ଅଧିସୂଚିତ ଅନୁସୂଚିତ ଜାତିର ବ୍ୟକ୍ତିମାନଙ୍କୁ ସୂଚିତ କରିବା ପାଇଁ କେବଳ ସାମ୍ବିଧାନିକ ଶବ୍ଦ ‘ଅନୁସୂଚିତ ଜାତି’ ବ୍ୟବହୃତ ହେବ । ‘ହରିଜନ’ ବଦଳରେ ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ପତ୍ରରେ ‘ଅନୁସୂଚିତ ଜାତି’ ଉଲ୍ଲେଖ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ସମସ୍ତ ସରକାରୀ କାର୍ୟ୍ୟାଳୟରେ ଏହି ନିର୍ଦ୍ଦେଶ କଡା କଡ଼ି ପାଳନ ହେବ ।