ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ତ୍ରିରଙ୍ଗାରେ ଝଟକୁଛି ରାଜଧାନୀ: ସ୍ୱାଧୀନତା ଦିବସ ପୂର୍ବରୁ ଖୋଲିଲାଣି ପସରା, ଡିମାଣ୍ଡରେ ପତାକା, ବେଲୁନ, ହାତ ବ୍ୟାଣ୍ଡ୍‌

Published By : Manoj | August 12, 2025 2:57 PM

ଭୁବନେଶ୍ୱର,୧୨/୦୮: ସ୍ୱାଧୀନତା ଦିବସ ପାଇଁ  ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । କିଏ ଜାତୀୟ ପତାକା  କିଣୁଛନ୍ତି ତ ଆଉ କିଏ ଜାତୀୟ ପତାକା ରଙ୍ଗ ଥିବା ବିଭିନ୍ନ  ଅଳଙ୍କାର । କିଏ ଘରେ ସଜେଇବା ପାଇଁ କିଣୁଛନ୍ତି ତ  ଆଉ କିଏ ଗାଡ଼ି ସଜେଇବା ପାଇଁ । ସ୍ୱାଧୀନତାର ଏହି  ପର୍ବକୁ ପାଳିବା ପାଇଁ ସମସ୍ତଙ୍କ ମନରେ ଭରିଗଲାଣି  ଉତ୍କଣ୍ଠା । ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ‘ହର୍‌ ଘର୍‌ ତ୍ରିରଙ୍ଗ’  ପାଇଁ ଆଗୁଆ ପତାକା କିଣିବା ଆରମ୍ଭ ହୋଇଗଲାଣି ।  ସେଥପାଇଁ ବଜାର ଅଧିକାଂଶ ଦୋକନରେ ଆସ୍ଥାନ ଜମାଇ  ସାରିଲାଣି ତ୍ରିରଙ୍ଗା । ଏଥିପାଇଁ ଅନେକ ଉଠାଦୋକାନୀ  ମଧ୍ୟ ବସିଗଲାଣି ।  

ଛୋଟପିଲାଙ୍କଠୁ ଆରମ୍ଭକରି ବୟସ୍କ ପର୍ଯ୍ୟନ୍ତ  ସମସ୍ତେ ବଜାର ମୁହାଁ ହେଲେଣି । ଯୁବପିଢ଼ି ବଡ଼ ଜାତୀୟ  ପତାକା କିଣୁଥିବା ବେଳେ ଛୋଟ ପିଲାମାନେ ଛୋଟ  ପତାକା, ବେଲୁନ, ହାତ ବ୍ୟାଣ୍ଡ୍‌ ଭଳି ବିଭିନ୍ନ ସାମଗ୍ରୀ  କିଣୁଛନ୍ତି । ଛୋଟ ପତାକା ଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ  ଆରମ୍ଭ କରି ୮୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ବଡ଼  ପତାକାଗୁଡ଼ିକ ଶହେ ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା  ପର୍ଯ୍ୟନ୍ତ ରହିଛି । ଏହାବ୍ୟତୀତ ଟୋପି, ହେୟାର କ୍ଲିପ୍‌,  ରିବନ ଫିତା, ପତାକା ଷ୍ଟାଣ୍ଡ, ବ୍ୟାଜ୍‌, ହାତ ବ୍ୟାଣ୍ଡ୍‌,  ବେଲୁନ ଭଳି ବିଭିନ୍ନ ସାମଗ୍ରୀ ୧୦ ଟଙ୍କାରୁ ଆରମ୍ଭ  ହୋଇ ୧୫୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ଏଗୁଡ଼ିକ ମୁଖ୍ୟତଃ  ଏକ ନମ୍ବର ହାଟ, ଖଣ୍ଡଗିରି, ପଟିଆ, ରସୁଲଗଡ଼ ଭଳି  ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି । ସ୍ୱାଧୀନତା ଦିବସରେ  ମହିଳାମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଦୋକାନ ତଥା କେତେକ  ଘରୋଇ ସଂସ୍ଥା ବିଭିନ୍ନ ସାଜସଜ୍ଜା ସାମଗ୍ରୀ ସଜେଇ ସାରିଲେଣି । ବିଶେଷକରି ତ୍ରିରଙ୍ଗା ଶାଢି ମହିଳାମାନଙ୍କର  ପ୍ରଥମ ପସନ୍ଦ ପାଲଟିଛି । ଯାହାର ମୂଲ୍ୟ ସାଢ଼େ ୪ ଶହ  ଟଙ୍କାରୁ ଆରମ୍ଭ ।  

ଏହାବାଦ୍‌ ମହିଳାମାନଙ୍କ ପସନ୍ଦ ତାଲିକାରେ  ଯୋଡ଼ିହୋଇଛି ତ୍ରିରଙ୍ଗା ଅଳଙ୍କାର । ଯାହାର ମୂଲ୍ୟ ୫୦  ଟଙ୍କାରୁ ଆରମ୍ଭ ହୋଇ ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି ।  ଏଥିରେ କାନଫୁଲ, ମୁଦି, ହାର ପର୍ଯ୍ୟନ୍ତ ସବୁକିଛି  ରହୁଛି । କୁର୍ତ୍ତା ୨ଶହ ଟଙ୍କାର ଆରମ୍ଭ ହୋଇ ହଜାରେ  ଟଙ୍କା ପର୍ଯ୍ୟନ୍ତ ରହୁଛି । ସରକାରୀ ଅଧିକାରୀ ଏବଂ ସ୍କୁଲ  ଏବଂ କଲେଜଗୁଡ଼ିକ ଖଦି ପତାକା ଅଧିକ କିଣୁଛନ୍ତି । ଏକ ନମ୍ବର ବଜାରରେ ପତାକା ବିକ୍ରି କରୁଥିବା ଦୋକାନୀ ପି ରେଣୁ କୁହନ୍ତି, ସ୍କୁଲପିଲାମାନେ ନିଜ ଅଭିଭାବକଙ୍କ  ସହିକ ଏହିସବୁ ସାମଗ୍ରୀ କିଣିବାକୁ ଅଧିକ ଆସୁଛନ୍ତି । ସ୍ୱାଧୀନତା ଦିବସକୁ ଆଉ ଦିନ କେଇଟା ବାକି ଥିବାରୁ  ନିଜ ନିଜର ସମୟ କାଢ଼ି ବିଭିନ୍ନ ବର୍ଗର ଲୋକେ ଏହି  ସାମଗ୍ରୀ କିଣିବାକୁ ଆସୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.