ଭୁବନେଶ୍ୱର ୧୨/୦୮: ସରିଲା ସଚିବସ୍ତରୀୟ ବୈଠକ। ଦଶଟି ଦିଗ ଉପରେ ଗୁରୁତ୍ବ ଦେଲେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା। ଏଣିକି ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା। ନିର୍ଦ୍ଧାରିତ ସମୟରେ କର୍ମଚାରୀମାନେ ଅଫିସରେ ଉପସ୍ଥିତ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ଭଲ ପ୍ରଦର୍ଶନ ନଥିବା ଅଧିକାରୀ ଉପରେ ନଜର ରଖାଯିବ । ସରକାରୀ କାର୍ଯ୍ୟରେ ଅବହେଳା ହେଲେ ଆଗୁଆ ଅବସର ଉପରେ ଦିଆଯିବ। ଏଥିସହିତ ସିଏମ୍ଓରୁ ଆସୁଥିବା ୟୁଆଇ ଉପରେ ତୁରନ୍ତ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
୧. ଏଣିକି ସବୁ ଅଫିସରେ ଲାଗିବ AI କ୍ୟାମେରା। ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଳା ସ୍ତରୀୟ ସବୁ ସରକାରୀ କାର୍ଯ୍ୟାଳୟରେ କୃତ୍ରିମ ବୃଦ୍ଧିମତା କ୍ୟାମେରା ଲଗାଯିବ।
୨. ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଅଫିସ୍ ଆସିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ନୂଆ ମେକାନିଜମ୍ ବିକଶିତ କରାଯିବ।
୩. ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । ନିୟମିତ ଭାବେ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ସହ ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ ଦିଆଯିବ । ପ୍ରଦର୍ଶନରେ ସୁଧାର ନ ଆସିଲେ ଆଗୁଆ ଅବସର ଗୁରୁତ୍ଵ ଦିଆଯିବ ।
୪. ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସୁଥିବା UI ନୋଟ୍ ଉପର ତୁରନ୍ତ ଉତ୍ତର ଦେବା ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି ।
୫. ଦୁର୍ନୀତିର ମୂଳ କାରଣ ଖୋଜିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ଅର୍ଡର ରହିଛି । ଲୋକଙ୍କୁ ସେବା ପ୍ରଦାନରେ କାହିଁକି ବିଳମ୍ବ ହେଉଛି ତାହାକୁ ଅନୁଧ୍ୟାନ କରାଯିବ ।
୬. ଅକ୍ଟୋବର ମାସରୁ ଆରମ୍ଭ ହେବ ସିଏମ୍ ଡାସ୍ ବୋର୍ଡ ।
୭. କେନ୍ଦ୍ରୀୟ ସ୍କିମ୍ ଗୁଡ଼ିକୁ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ। ୧୨ରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭଗର ସଚିବ ମାନେ ସମୀକ୍ଷା କରିବେ ।
୮. ସମସ୍ତ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ ଦେବେ ।
୯. ଅଧିକାରୀ ମାନେ ଫିଲ୍ଡ ଭିଜିଟ୍ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
୧୦. ସଚିବ ସ୍ତରୀୟ ବୈଠକରେ Enforcement ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଇଛନ୍ତି ।
ଅକ୍ଟୋବରରୁ ଆରମ୍ଭ ହେବ ସିଏମ୍ ଡାସବୋର୍ଡ। ପ୍ରତିମାସରେ ୭ରେ କେନ୍ଦ୍ରୀୟ ସ୍କିମ୍ ସମୀକ୍ଷା କରିବେ ଜିଲ୍ଲାପାଳ। ସବୁ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ମୁଖ୍ୟଶାସନ ସଚିବଙ୍କ ଫୋକସ। ଅଫସରଙ୍କ ଫିଲ୍ଡ ଭିଜିଟ୍ କରିବେ। ଏନ୍ଫୋର୍ସମେଣ୍ଟ ଉପରେ ସରକାର ଅଧିକ ଗୁରୁତ୍ଵଦେବେ।
ସୂଚନା ଅନୁଯାଇ ମଙ୍ଗଳବାର ସକାଳେ ଲୋକସଭା ଭବନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଶାସନ ସଚିବ ମନୋଜ ଆହୁଜ ଅଧ୍ୟକ୍ଷତା କରିଥିଲେ। ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ଅନୁ ଗର୍ଗ ଉପସ୍ଥିତ ଥିବା ବେଳେ ସମସ୍ତ ବିଭାଗ ସଚିବମାନେ ଉପସ୍ଥିତି ରହିଥିଲେ। ଏହି ବୈଠକରେ ୧୦ ମୁଖ୍ୟ ପ୍ରସଙ୍ଗ ଉପରେ ସିଏସ୍ ଫୋକସ କରିବା ସହ ଅଧିକାରୀମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଗୁଡ଼ିକୁ ତୁରନ୍ତ ପାଳନ କରିବାକୁ କୁହାଯାଇଛି।