ପ୍ରମୂଖ ଖବର
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଧଉଳିରେ "ହର ଘର ତ୍ରିରଙ୍ଗା" ଚିତ୍ରକଳା ଶିବିର ଆୟୋଜିତ

Published By : Gurupada Nath | August 13, 2025 8:05 PM

ଭୁବନେଶ୍ୱର,୧୩/୮ : ଧଉଳି ଚାରୁକଳା ମହାବିଦ୍ୟାଳୟ ଏବଂ ରାଷ୍ଟ୍ରୀୟ ଲଳିତକଳା କେନ୍ଦ୍ର, ଭୁବନେଶ୍ୱର ମିଳିତ ସହଯୋଗରେ ଧଉଳିଠାରେ "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏକାଡେମୀ କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ, ଚିତ୍ରଶିଳ୍ପୀ ଡ.ପଞ୍ଚାନନ ସାମଲ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ । 

ଏହି ଅବସରରେ ମହାବିଦ୍ୟାଳୟର ୬୦ଜଣ ଯୁବ ଶିଳ୍ପୀଙ୍କୁ ନେଇ "ଭାରତ ସ୍ଵାଧୀନତା " ଶୀର୍ଷକ ଏକ ଜଳ ରଙ୍ଗ ଚିତ୍ରକଳା ଶିବିର ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ସାମଲ ଶିଳ୍ପୀମାନଙ୍କୁ ନିଜ ଚିତ୍ରରେ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ସହ ଭାରତ ସ୍ବାଧିନତାର ମହାନ ନେତାମାନଙ୍କ ଚିତ୍ର ସ୍ଥାନ ଦେବାକୁ ଉତ୍ସାହିତ କରିଥିଲେ । ଏକାଡେମୀ ସଚିବ ଶ୍ରୀ ବେଦାଲା ଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ । ଶିଳ୍ପୀଙ୍କ ତୂଳୀରେ ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ, ଜୟୀ ରାଜଗୁରୁ, ଭଗତ ସିଂହ, ଝାନ୍ସି ରାଣୀ ଲକ୍ଷ୍ମିବାଇ ପ୍ରମୁଖଙ୍କ ତ୍ୟାଗ ଓ ଭାରତ ସ୍ବାଧିନତାର ନିଛକ ପ୍ରତିଫଳନ ସୁନ୍ଦର ଭାବେ ଚିତ୍ରିତ ହୋଇଥିଲା । ପରେ ପରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାମାନେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତାଙ୍କ ଜୟଗାନ କରି ଶାନ୍ତିସ୍ତୁପରୁ ଦୟାନଦୀ ଘାଟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । 

ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ଭୂପତିଭୂଷଣ ପଣ୍ଡା ଓ ସୋଫିଆ ୟାସ୍ମୀନ୍ ପରିଚାଳନା କରିଥିଲେ ଏବଂ କେଦାର ନାୟକ, ସରୋଜ କୁମାର ରାଉତ, ରଶ୍ମିରଞ୍ଜନ ପଟ୍ଟନାୟକ, ୟାନିତା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.