ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ଲକ୍‌ ଗ୍ରାଣ୍ଟ୍‌ ଅଧ୍ୟାପକ ପାଇବେ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ସୁବିଧା

Published By : Manoj | August 14, 2025 9:07 AM

କଟକ,୧୪/୦୮: ଏଣିକି ୪୮୮ ବ୍ଲକ୍‌ ଗ୍ରାଣ୍ଟ୍‌  କଲେଜର ଅଧ୍ୟାପକମାନଙ୍କୁ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ନିୟମର ୨୦୧୪ ପ୍ଲେସ୍‌ମେଣ୍ଟ୍‌ ରୁଲ୍ସ ଆଧାରରେ ସମସ୍ତ ସୁବିଧା  ମିଳିବ । ଏହି ବର୍ଗର ଲେକ୍‌ଚରର୍‌ ଗ୍ରୁପ୍‌-ଏ ଏବଂ  ରିଡର୍‌ ଷ୍ଟେଟ୍‌ ସ୍କେଲ୍‌ ପାଇପାରିବେ ବୋଲି ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ରାଜ୍ୟର ହଜାର  ହଜାର ବ୍ଲକ୍‌ ଗ୍ରାଣ୍ଟ୍‌ ଅଧ୍ୟାପକ ଉପକୃତ ହେବେ। ଲୋକନାଥ ବେହେରାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ଡି.କେ. ଶ୍ରୀପଦ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ସମସ୍ତ ସୁବିଧା  ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ହଜାର  ହଜାର ମାମଲା ହାଇକୋର୍ଟକୁ ଆସିବ ଏବଂ  ସମସ୍ତଙ୍କ କ୍ଷେତ୍ରରେ ଯଦି ଏହି ଆଦେଶ ଲାଗୁ ହୁଏ  ତାହେଲେ ରାଜ୍ୟ ରାଜକୋଷ ଉପରେ ପ୍ରବଳ ଚାପ  ପଡ଼ିବ ବେଲି ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତିରେ  ଦର୍ଶାଯାଇଥିଲା। ଅପରପକ୍ଷେ ନିୟମ ଅନୁଯାୟୀ  ବ୍ଲକ୍‌ ଗ୍ରାଣ୍ଟ ଅଧ୍ୟାପକମାନେ ଯଦିଓ ପଦୋନ୍ନତି ଆଦି  ପାଇବେ କିନ୍ତୁ ଏହି ରାୟ ପ୍ରକାଶ ପାଇବା ଦିନଠାରୁ  ହିଁ ସମସ୍ତ ଆର୍ଥିକ ସୁବିଧା ମିଳିବ ବୋଲି ହାଇକୋର୍ଟ  ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ  ହାଇକୋର୍ଟ ଆବେଦନକାରୀଙ୍କୁ ଗାଣ୍ଟ୍‌ ଇନ୍‌ ଏଡ୍‌ ନିୟମ  ଆଧାରରେ ସୁବିଧା ଦିଆଯାଇପାରିବ ନାହିଁ ବୋଲି  ରାଜ୍ୟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.