ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଶ୍ରୀଲ ପ୍ରଭୁପାଦ ଜୀ ହେଉଛନ୍ତି ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ : ମୁଖ୍ୟମନ୍ତ୍ରୀ

Published By : Gurupada Nath | August 13, 2025 10:46 PM

ଭୁବନେଶ୍ୱର,୧୩/୮ : ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ  ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ବଳିତ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜବାହଲାଲ ଇଣ୍ଡୋର ଷ୍ଟାଡିଅମ ଠାରେ ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବ ଅବସରରେ କହିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କାହିଥିଲେ ଯେ, ପରମପୂଜ୍ୟ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ କେବଳ ଜଣେ ମହାନ ସନ୍ଥ, ଶିକ୍ଷକ କିମ୍ବା ଧର୍ମପ୍ରଚାରକ ନଥିଲେ, ତାଙ୍କର ଜୀବନ ଦର୍ଶନ, ଗୀତା ଓ ଭାଗବତର ଶାଶ୍ୱତ ସନ୍ଦେଶ, ଏବଂ "ଜୀବନକୁ ଭଗବାନଙ୍କ ସେବାରେ ନିୟୋଜିତ କରିବା"—ଏହି ମୂଲ୍ୟବୋଧ ସଦା ଆମ ପାଇଁ ପ୍ରେରଣା ସାଜିଛି। ଶ୍ରୀ ସଚ୍ଚିଦାନନ୍ଦ ମଠ ଜ୍ଞାନର ଦୀପ୍ତି ବାଣ୍ଟିବା ସହ କର୍ତ୍ତବ୍ୟବୋଧ ଓ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି। ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ ଏହି ଚେତନାର ଜାଗରଣ ଆମ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ। ଗତ ୧୦୦ ବର୍ଷରେ ଏହି ମଠ କେବଳ ଧର୍ମଚେତନା ଜାଗୃତ କରିନାହିଁ, ବରଂ ଶିକ୍ଷା, ଦାନ, ସାଧୁସଙ୍ଗ, ସମାଜସେବା ଓ ଯୁବପିଢ଼ିକୁ ନୈତିକ ଦିଶା ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଶ୍ରୀଲ ପ୍ରଭୁପାଦଙ୍କର ଅବଦାନ ଆଜି ମଧ୍ୟ ପ୍ରାସଙ୍ଗିକ, ଯାହାକୁ ଅନୁଶୀଳନ କଲେ, ଆଜିର ସମାଜ ବିଶ୍ଵଭାତୃତ୍ଵ ଭାବରେ ପ୍ରତିଷ୍ଠିତ ହୋଇ ଏକ ବାସ୍ତବ ସୁଖ, ସମୃଦ୍ଧ ଓ ଶାନ୍ତି ଲାଭ କରି ପାରିବ। ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ କେବଳ ଏକ ସ୍ମୃତି ଦିବସ ନୁହେଁ, ବରଂ ଆମ ପାଇଁ ଏକ ସଂକଳ୍ପ ଯେ, ଆମେ ତାଙ୍କର ଦେଇଯାଇଥିବା ଆଦର୍ଶ, ସେବାଭାବ ଓ ଭକ୍ତିର ପଥରେ ଅଟଳ ରହିବୁ। ଭକ୍ତିଭାବର ପ୍ରକୃତ ସଜ୍ଞା ଓ ଉଦ୍ଦେଶ୍ୟ ହେଉଛି ମାନବର ଅନ୍ତରାତ୍ମାକୁ ଶୁଦ୍ଧି କରିବା। ଏହି ଦିଗରେ ଶ୍ରୀ ଶିଲ ପ୍ରଭୁପାଦ ଆମକୁ ମାର୍ଗ ଦର୍ଶନ କରିଯାଇଛନ୍ତି। ତେଣୁ, ତାଙ୍କ ପ୍ରଦର୍ଶିତ ମାର୍ଗକୁ ଆମେ ଆମ ଜୀବନଶୈଳୀର ଅଂଶ ଭାବେ ଅନ୍ତର୍ଭୁକ୍ତ କରିପାରିଲେ, ଆମ ଜୀବନ ସାର୍ଥକ ହୋଇଯିବ। ତାଙ୍କରି ଦିଗଦର୍ଶନ ଓ ବାଣୀ ଆମ ପାଇଁ ଅମୃତର ଆଶ୍ଲେଷ ହେଇ ରହିବ ବୋଲି ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ। 

ଗୌଡୀୟ ମିଶନର ସଭାପତି ଶ୍ରୀମଦ୍ ଭକ୍ତି ସୁନ୍ଦର ସନ୍ୟାସୀ ଗୋସ୍ୱାମୀ ମହାରାଜ କହିଥିଲେଯେ, ଶ୍ରୀଲ ପ୍ରଭୁପାଦ ହେଉଛନ୍ତି ଜ୍ଞାନ ଆହୋରଣର ଏକ ଗ୍ରନ୍ଥ, ଯାହାକୁ ଜୀବନ ଭରି ଅଧ୍ୟୟନ କଲେ ମଧ୍ଯ ସରିବନି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀଯୁକ୍ତ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ। 

ଏହି ଅବସରରେ ଶ୍ରୀମଦ୍ ଭକ୍ତି ବିଚାର ଭାରତୀ ମହାରାଜ, ଗୌଡୀୟ ମିଶନର କମିଟି ମେମ୍ବର, ଶ୍ରୀଯୁକ୍ତ ଉମେଶ ଖଣ୍ଡେଲ୍‌ୱାଲ୍ ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ଗୌଡିୟ ବୈଷ୍ଣବ ସମ୍ମିଳନୀର ସଭ୍ୟ ଭକ୍ତି ବୋଧାୟନ ବେଦାନ୍ତ ମହାରାଜ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭକ୍ତି ରୂପକ ରାଧାନ୍ତି ମହାରାଜ ଧନ୍ୟବାଦ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.