ଭୁବନେଶ୍ବର,୧୪/୦୮: ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ନେଇ ସମୀକ୍ଷା ହୋଇଛି । ଏହା ଉପରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ପ୍ରତିକ୍ରିୟା ରଖି କହିଛନ୍ତି, ପିଏମ୍ ସୂର୍ଯ୍ୟ ଘରକୁ ନେଇ ଆହୁରି ଅଧିକ ସଚେତନତା କରିବାର ଅଛି । ବିଲ୍ କଲେକ୍ସନ କରୁଥିବା କର୍ମଚାରୀଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍-ଲେଟ୍ ଓ ପାମ୍ପ-ଲେଟ୍ ବଣ୍ଟାଯିବ ପାଇଁ କୁହାଯାଇଛି । ଅନଲାଇନ ଜରିଆରେ ଯେଉଁମାନେ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନୀ ମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ପିଏମ ସୂର୍ଯ୍ୟ ଘର ଯୋଜନାରେ ଓଡ଼ିଶାର ପ୍ରୋଗେସ୍ ସ୍ଲୋ ଅଛି । ସେଥିପାଇଁ ନିଷ୍ପତ୍ତି ନିଆଯାଇଛି, ଏଣିକି ପ୍ରତି ମାସରେ ଏହା ଉପରେ ରିଭ୍ୟୁ କରାଯିବ । ଯୋଜନାର ଅଗ୍ରଗତିକୁ ନେଇ ବିତରଣ କମ୍ପାନୀଙ୍କ ସହ ବୈଠକ ହେବ । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ୩ଲକ୍ଷ ଟାର୍ଗେଟ ଦିଆ ଯାଇଥିଲା । କିନ୍ତୁ ଓଡ଼ିଶାରେ ଏହା ଧିମେଇ ଯାଇଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ହଜାର ସଂଯୋଗ ଦିଆଯାଇଛି । ତେଣୁ ନିଷ୍ପତ୍ତି ହୋଇଛି, ଆସିଥିବା ୧ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।