ନୂଆଦିଲ୍ଲୀ: ନିକଟରେ ପାକିସ୍ତାନ ସେନା ମୁଖ୍ୟ ଦୁଇଥର ଆମେରିକା ଗସ୍ତ କରିସାରିଛନ୍ତି ଏବଂ ଉଭୟ ଦେଶ ନିକଟତର ହେବାର ପ୍ରଭାବ ଏବେ ଦୃଶ୍ୟମାନ ହେଉଛି। ଆମେରିକୀୟ ଏଜେନ୍ସି ମୁଡିଜ୍ ପାକିସ୍ତାନର କ୍ରେଡିଟ୍ ରେଟିଂକୁ Caa2 ରୁ Caa1 କୁ ଉନ୍ନୀତ କରିଛି। ଏହା ପଛରେ ସଂସ୍ଥା କାରଣ ଦର୍ଶାଇଛି ଯେ, ଏବେ ପାକିସ୍ତାନର ବାହ୍ୟ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି। ମୁଡିଜ୍ ର ଏହି ରେଟିଂ ପରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ, ଏହା ଏକ ସଙ୍କେତ ଯେ ଆର୍ଥିକ ନୀତି ଗୁଡ଼ିକ ସଠିକ୍ ଦିଗରେ ଯାଉଛି।
ବାସ୍ତବରେ, Caa2 ଏକ ଅତ୍ୟନ୍ତ ଦୁର୍ବଳ ବର୍ଗରେ ଯାଇଥାଏ, ଯେଉଁଥିରେ ପାକିସ୍ତାନକୁ ପୂର୍ବରୁ ରଖାଯାଇଥିଲା । ବର୍ତ୍ତମାନ ପାକିସ୍ତାନର ରେଟିଂରେ ଉନ୍ନତି ଆସିଛି, ଯାହା ଦର୍ଶାଉଛି ଯେ,ଏହାର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି।
ତେବେ ଯେକୌଣସି ଦେଶର ଭଲ ରେଟିଂ ସେହି ଦେଶ ସହିତ ବାଣିଜ୍ୟ ଏବଂ ନିବେଶ ଉପରେ ସିଧାସଳଖ ପ୍ରଭାବ ପକାଏ। ପାକିସ୍ତାନର ରେଟିଂରେ ଉନ୍ନତି ପରେ,ଏବେ ଋଣ ନେବାର କ୍ଷମତା ଏବଂ ପରିସ୍ଥିତି ଉନ୍ନତ ହୋଇପାରେ ବୋଲି ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି । ଏହା ବିଶ୍ୱାସ କରାଯାଏ ଯେ,ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ଭବିଷ୍ୟତରେ ଏହାର ନୀତି ହାର ମଧ୍ୟ ପରିବର୍ତ୍ତନ କରିପାରିବ। ଯଦି ଏହା ହୁଏ, ତେବେ ବର୍ତ୍ତମାନର ୧୧% ହାରକୁ ହ୍ରାସ କରାଯାଇ ପାରିବ। ଏହା ସେଠାକାର ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ ପକାଇବ।
ପାକିସ୍ତାନର ମୂଲ୍ୟାଙ୍କନକୁ ବଢାଇବା ପରେ, ଆମେରିକୀୟ ମୂଲ୍ୟାଙ୍କନ ଏଜେନ୍ସି କହିଛି ଯେ, ସେମାନେ ଏବେ ପାକିସ୍ତାନ ସରକାରଙ୍କ ପାଇଁ ସମ୍ଭାବନାକୁ ସକାରାତ୍ମକରୁ ସ୍ଥିରକୁ ବୃଦ୍ଧି କରିଛନ୍ତି। ଏହା କେବଳ ପାକିସ୍ତାନର ଆର୍ଥିକ ସ୍ଥିତିରେ ଉନ୍ନତିକୁ ପ୍ରତିଫଳିତ କରେ ନାହିଁ,ବରଂ IMF ଅଧୀନରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡ଼ିକରେ ପ୍ରଗତିକୁ ମଧ୍ୟ ଦର୍ଶାଏ ।