ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ବିଂଶ ଶତାବ୍ଦୀରେ ବି ଚାଲିଛି ଏକଚ୍ଛତ୍ରବାଦ ଶାସ, ଭିସା-ଇଣ୍ଟରନେଟର ସୁବିଧା ପାଇବାକୁ ଏଭଳି ସଂଘର୍ଷ କରନ୍ତି ଏହି ଦେଶର ଲୋକ

Published By : Swapna Ray | August 13, 2025 5:31 PM

ନୂଆଦିଲ୍ଲୀ, ୧୩।୮: ଆଧୁନିକ ଯୁଗରେ ଇଣ୍ଟରନେଟ୍ ଅମ୍ଳଜାନ ସଦୃଶ । ଯେମିତି ନିଶ୍ୱାସ ବନ୍ଦ ହେଲେ ମଣିଷ ବଞ୍ଚିବା ଅସମ୍ଭବ । ଠିକ୍ ସେହିଭଳି ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଇଣ୍ଟରନେଟ୍ ବିନା ଚଳିବା ମୁସକିଲ । ମନେ କରନ୍ତୁ, ଆପଣଙ୍କୁ ଏକ ଏଭଳି ଦେଶରେ ଜୀବନ ବିତାଇବାକୁ କୁହାଯିବ, ଯେଉଁଠାରେ ଇଣ୍ଟରନେଟ୍ ସୁବିଧା ନଥିବ । ଆପଣ କହିବେ, ଆଜିର ଯୁଗରେ ଏମିତି କୌଣସି ଦେଶ ନାହିଁ, ଯେଉଁଠାରେ ଇଣ୍ଟରନେଟ୍ ନାହିଁ । ବୋଧହୁଏ ଆମେ ଆପଣଙ୍କ ସହ ଥଟ୍ଟା କରୁଛୁ, ନଚେତ୍ ଭୁଲ୍ ସୂଚନା ଦେଉଛୁ । ନାଇଁ ଆଜ୍ଞା । ବାସ୍ତବରେ ଆଜିର ଯୁଗରେ ଏକ ଏଭଳି ଦେଶ ରହିଛି ଯେଉଁଠାରେ ଲୋକ ଇଣ୍ଟରନେଟ୍‌ର ବ୍ୟବହାର କରୁନାହାନ୍ତି । ଏହି ଦେଶଟି କେଉଁଟି ? ଏଠାକାର ଲୋକେ କାହିଁକି ଇଣ୍ଟରନେଟ୍‌ର ବ୍ୟବହାର କରନ୍ତିନି ଆସନ୍ତୁ ଜାଣିବା । 

ଏକ ଆଫ୍ରିକୀୟ ଦେଶ, ଯାହାର ନାଁ ଇରିଟ୍ରିଆ । ଇରିଟ୍ରିଆର ଜନସଂଖ୍ୟା ପାଖାପାଖି ୬୦ ଲକ୍ଷ । ଏହି ଦେଶ ଆଫ୍ରିକାର ଉତ୍ତର-ପୂର୍ବ ଲୋହିତ ସାଗର ପାଖରେ ଅବସ୍ଥିତ । ଯାହାର ସୀମା ଇଥିଓପିଆ, ସୁଡାନ, ଦିବୁତି ସହ ସଂଯୁକ୍ତ । ଦୀର୍ଘ ବର୍ଷ ଧରି ଇରିଟ୍ରିଆରେ ଏକାଧିକ ଦେଶ ଶାସନ କରିଥିଲେ ।୧୯୯୧ରେ ଏହି ଦେଶକୁ ସ୍ୱାଧିନତା ମିଳିଥିଲା । ଏହି ଦେଶର କ୍ଷେତ୍ରଫଳ ୧.୧୭ ଲକ୍ଷ ବର୍ଗ କିମି । ସ୍ୱାଧିନତା ପରଠୁ ଆଜି ପର୍ଯ୍ୟନ୍ତ ଇରିଟ୍ରିଆର ରାଷ୍ଟ୍ରପତି ଅଛନ୍ତି ଇସାଇସ୍ ଅଫୱର୍କି । ଇସାଇସ୍ ଇରିଟ୍ରିଆର ରାଷ୍ଟ୍ରପତି ହେବା ପରେ ସେ ଦେଶରେ ନିର୍ବାଚନ କରାଇନାହାନ୍ତି । ସତ୍ତାରେ ତିଷ୍ଠି ରହିବାକୁ ଦେଶରେ ଅଜବ ନିୟମ ଲାଗୁ କରିଛନ୍ତି ଇସାଇସ୍ । ଇଣ୍ଟରନ୍ୟାସନାଲ ଟେଲି କମ୍ୟୁନିକେସନ ୟୁନିୟନର ରିପୋର୍ଟ ଅନୁସାରେ, ଏହି ଦେଶରେ ଏରିଟ୍ରେନ ନାମକ ଏକମାତ୍ର, ଟେଲିକମ କମ୍ପାନୀ । ଯାହାକୁ ସରକାର ଚଲାନ୍ତି । ଏଠାରେ ଇଣ୍ଟରନେଟ୍ ତ ଦୂରର କଥା ଏଠାକାର ଲୋକଙ୍କ ପାଇଁ ମୋବାଇଲର ସିମ୍ କାର୍ଡ କିଣିବା ବି ଏତେ ସହଜ ନୁହେଁ। ଯେଉଁଥିପାଇଁ ପ୍ରଥମେ ଏକ ଫର୍ମ ଭରିବାକୁ ପଡ଼େ । ଏଥିସହ ସ୍ଥାନୀୟ ପ୍ରଶାସନର ମଞ୍ଜୁରୀ ବି ଜରୁରୀ । ସିମକାର୍ଡ ମିଳିବା ପରେ ବି ଇଣ୍ଟରନେଟ୍ ବ୍ୟବହାର କରିପାରିବେନି କାରଣ ଏଥିରେ ମୋବାଇଲ ଡାଟାର ସୁବିଧା ନଥାଏ । ଯଦି କେହି ଇଣ୍ଟରନେଟ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ସାଇବର କାଫେରେ ନିଜ ଆବଶ୍ୟକ ମୁତାବକ ଘଣ୍ଟାଏ କି ଦୁଇ ଘଣ୍ଟା ପାଇଁ କୁପନ କିଣିବାକୁ ପଡ଼େ । ଏଥିପାଇଁ ସହରାଞ୍ଚଳରେ ହାତଗଣତି କିଛି କାଫେ ରହିଛି । ଇଣ୍ଟରନେଟ ବ୍ୟବହାର କରିବାକୁ ଏଠାରେ କୁପନ୍‌ର ବ୍ୟବସ୍ଥା ରହିଛି । ଘଣ୍ଟାକ ପାଇଁ ୧୫ ନାକପା ଦେବାକୁ ପଡ଼େ । ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୮୦ ଟଙ୍କା । 

ସୋସିଆଲ ମିଡିଆ ସାଇଟ୍ ବ୍ୟବହାର ପାଇଁ ନାଗରିକଙ୍କ ଉପରେ ଦୃଢ଼ ଆଇନ ଲାଗୁ କରିଛି ଇରିଟ୍ରିଆ ସରକାର । ଯଦି କେହି ନାଗରିକ ସରକାର ବିରୁଦ୍ଧରେ ବୟାନ ଦିଅନ୍ତି, ତେବେ ତାକୁ ସିଧାସଳଖ ଜେଲ ଯିବାକୁ ପଡ଼ିବ । ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଦେଶରେ ଗୋଟିଏ ହେଲେ ATM ମେସିନ ନାହିଁ, ଏଠାକାର ଲୋକେ ବ୍ୟାଙ୍କରୁ କେବଳ ୨୩ ହଜାର ୫୦୦ ନାପାକ ଉଠାଇପାରିବେ । ସେ ପୁଣି ମାସକରେ ଥରେ । ତେବେ ବିବାହ କାର୍ଯ୍ୟକ୍ରମରେ ଏହି ଟଙ୍କା ଉଠଇବା ନିୟମରେ କୋହଳ କରାଯାଏ । 

ଇରିଟ୍ରିଆ ଦେଶର ସରକାରଙ୍କ କହିବାନୁସାରେ, ଦେଶର ବର୍ଦ୍ଧିତ ଦରଦାମ ରୋକିବାକୁ ଏଭଳି ନିୟମ ଲାଗୁ ହୋଇଛି । ଯାହା ଲୋକଙ୍କୁ ସଞ୍ଚୟ କରିବା ଶିଖାଉଛି । ଏଠାକାର ମିଡିଆ ବି ସରକାରଙ୍କ ନିୟନ୍ତ୍ରଣରେ । ଯଦି କେହି ସରକାରଙ୍କ ବିରୁଦ୍ଧରେ କୌଣସି ଖବର ପ୍ରକାଶ କରନ୍ତି, ତେବେ ତାଙ୍କୁ ଜେଲ୍ ଯିବାକୁ ପଡ଼େ । କେବଳ ଏତିକି ନୁହେଁ, ଲୋକମାନେ ଟିଭିରେ କ’ଣ ଦେଖିବେ ଏହା ଉପରେ ମଧ୍ୟ ସରକାର ନଜର ରଖନ୍ତି । ଅନ୍ୟ କୌଣସି ଦେଶକୁ ଚାକିରି ପାଇଁ ଯିବାକୁ ହେଲେ, ଏହା ପୂର୍ବରୁ ତାଙ୍କୁ ପ୍ରଥମେ ମିଲିଟାରୀ ଟ୍ରେନିଂ ପୂରା କରିବାକୁ ହେବ । ଯାହା ପରେ ସେ ପାସପୋର୍ଟ ଆବେଦନ କରିପାରିବେ । କଥା ଏତିକିରେ ସରିନି, ପାସପୋର୍ଟ ମିଳିବା ପରେ ବି ବାହାର ଦେଶକୁ ଯିବେ ଏତେ ସହଜ ହୋଇନଥାଏ । କାରଣ ଏଥିପାଇଁ ଏକଜିଟ୍ ଭିସାର ଆବଶ୍ୟକତା ପଡ଼େ । ଯାହା ସରକାର ଏତେ ସହଜରେ ଦିଏନାହିଁ । ସରକାରଙ୍କ କହିବାନୁସାରେ, ଯେଉଁ ଲୋକ ଥରେ ଦେଶ ବାହାରକୁ ପଳେଇବେ, ସେ ପୁଣିଥରେ ଇରିଟ୍ରିଆକୁ ଫେରିବାକୁ ଚାହିଁବେନି ।  

ବିଂଶ ଶତାବ୍ଦୀରେ ବି ଚାଲିଛି ଏକଚ୍ଛତ୍ରବାଦ ଶାସନ । ଇରିଟ୍ରିଆକୁ ସାଉଥ ଆଫ୍ରିକାର ‘ଉତ୍ତର କୋରିଆ’ ବୋଲି ମଧ୍ୟ କୁହାଯାଏ । ଥରେ ଚିନ୍ତା କରନ୍ତୁ, ଇରିଟ୍ରିଆର ନାଗରିକଙ୍କ ପରିସ୍ଥିତି କେତେ ଶୋଚନୀୟ ! ଯେଉଁଠି ଭାରତୀୟଙ୍କ ପାଇଁ ଇଣ୍ଟରନେଟ୍‌ର ବ୍ୟବହାର କରିବା ଖୁବ୍ ସାଧାରଣ କଥା କିନ୍ତୁ, ଇରିଟ୍ରିଆରେ ଭିସା, ଇଣ୍ଟରନେଟ୍‌ର ସୁବିଧା ପାଇବାକୁ ଲୋକଙ୍କୁ ଏଭଳି ସଂଘର୍ଷ କରିବାକୁ ପଡ଼ୁଛି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.