ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟାର ତଦନ୍ତ ଶିଥିଳ: ଡିଏଫ୍‌ଓ ଗଲେ କୁଆଡ଼େ,ସମନକୁ ବେଖାତିର, ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ

ଭବାନୀପାଟଣା,୩୦/୦୯: ରାୟଗଡ଼ା  ଫରେଷ୍ଟ ଡିଭିଜନ ଦ୍ୱାରା ପରିଚାଳିତ ତଥା  କଳାହାଣ୍ଡି ଜିଲ୍ଲାର ଜାରିଂ ହାଇଟେକ୍‌ ନର୍ସରୀର  ସେଲ୍‌ଭି କଲଚର୍‌ ରିସର୍ଚ୍ଚ ୱିଙ୍ଗ୍‌ ଫରେଷ୍ଟର ସଞ୍ଜୟ  ନାୟକ (୩୩) ଆତ୍ମହତ୍ୟା ଘଟଣାରେ ପୁଲିସ୍‌ ତଦନ୍ତ ପ୍ରକ୍ରିୟା ଶିଥିଳ ପଡ଼ିଛି । ପୁଲିସ୍‌ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ବିଭାଗୀୟ ଡିଏଫ୍‌ଓ ତଥା ରିସର୍ଚ୍ଚ ୱିଙ୍ଗ୍‌ ଅଧିକାରୀ ଦେବେନ୍ଦ୍ର ବେହେରା । ଫରେଷ୍ଟରଙ୍କ ଆତ୍ମହତ୍ୟା ପରେ ତାଙ୍କ  ସୁଇସାଇଡ୍‌ ନୋଟ୍‌ରୁ ବନ ବିଭାଗରେ ହେଉଥିବା କୋଟି କୋଟି ଟଙ୍କାର ପିସି କାରବାର ପଦାକୁ ଆସିଥିଲା । ଏହାପରେ ବିବାଦକୁ ଆସିଥିଲେ ଡିଏଫ୍‌ଓ ଶ୍ରୀ ବେହେରା । ଇତିମଧ୍ୟରେ ତାଙ୍କୁ  ଦୁଇ ଦୁଇ ଥର ସମନ୍‌ କରାଯିବା ସତ୍ତେ୍ୱ ସେ  ଏହାକୁ ବେଖାତିର କରି ଭବାନୀପାଟଣାସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସୁନାହାନ୍ତି । 

ତାଙ୍କର  ଫୋନ୍‌ ସୁଇଚ୍‌ ଅଫ୍‌ ଥିବାବେଳେ ସେ ଏବେ  କେଉଁଠାରେ ଅଛନ୍ତି, ତାହାର ଟେର୍‌ ମିଳୁନି । ଘଟଣାର ୧୧ଦିନ ପରେ ବି ଡିଏଫ୍‌ଓଙ୍କ ଆକାଉଣ୍ଟ  ଯାଞ୍ଚ ହୋଇ ନ ଥିବାରୁ ପ୍ରକୃତରେ କେତେ ଟଙ୍କାର  ପିସି କାରବାର ହୋଇଛି ଏବଂ ଦୁର୍ନୀତି କେବଳ  ଜାରିଂ ନର୍ସରୀରେ ସୀମିତ ନା ଏହାର ଚେର ଅନ୍ୟ  ବନାଞ୍ଚଳକୁ ବ୍ୟାପିଛି ତାହାର ଚିତ୍ର ମଧ୍ୟ ଅସ୍ପଷ୍ଟ  ରହିଛି । ସେପଟେ ରବିବାର କଟକ ଫରେଷ୍ଟ  ଟ୍ରେନିଂ ଆଣ୍ଡ ଡେଭଲପ୍‌ମେଣ୍ଟ ସିସିଏଫ୍‌ ବିକାଶ  ରଞ୍ଜନ ଦାଶଙ୍କ ନେତୃତ୍ୱରେ ଜାରିଂ ନର୍ସରୀରେ  ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ସିସିଏଫ୍‌  ଶ୍ରୀ ଦାଶ କହିଛନ୍ତି, ଫରେଷ୍ଟରଙ୍କ ଆତ୍ମହତ୍ୟା ଦିନ  ହିଁ ଅର୍ଥାତ୍‌ ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ଯାଏ  ଡିଏଫ୍‌ଓ ଛୁଟିରେ ଥିଲେ । ଏବେ ତାଙ୍କର କୌଣସି  ଖୋଜଖବର ମିଳୁନାହିଁ । ପୁଲିସ୍‌ ତାଙ୍କୁ ଖୋଜୁଛି । 

ପିସି ଚାପ ସାଙ୍ଗକୁ ମାନସିକ ନିର୍ଯାତନା  ଅସହ୍ୟ ହେବାରୁ ଫରେଷ୍ଟର ଭବାନୀପାଟଣାସ୍ଥିତ  ଫରେଷ୍ଟ କଲୋନିସ୍ଥିତ କ୍ୱାର୍ଟର୍ସରେ ଫାଶୀ ଲଗାଇ ଝୁଲିପଡ଼ିଥିଲେ । ଗତ ସେପ୍ଟେମ୍ବର ୧୮ ତାରିଖରେ  ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ  ସୃଷ୍ଟି କରିଥିଲା । ଫରେଷ୍ଟରଙ୍କ ମୃତଦେହ ନିକଟକୁ  ମିଳିଥିବା ସୁଇସାଇଡ୍‌ ନୋଟ୍‌ରୁ ପଦାକୁ ଆସିଥିଲା ବନ  ବିଭାଗରେ ଚାଲିଥିବା କୋଟି କୋଟି ଟଙ୍କାର ଚାରା  ଦୁର୍ନୀତି । ଡିଏଫ୍‌ଓ ଶ୍ରୀ ବେହେରାଙ୍କ ଚାପରେ ପଡ଼ି  ସଞ୍ଜୟ କିପରି ଲକ୍ଷାଧିକ ଟଙ୍କା ପିସି ଦେଇଥିଲେ,  ତାଙ୍କ ପାଇଁ ଏସି କିଣାଇଥିଲେ, ଏକ ମନ୍ଦିରକୁ ୪୦ ହଜାର ଟଙ୍କା ଡୋନେସନ ଦେଇଥିଲେ ଏବଂ  ଡିଏଫ୍‌ଓଙ୍କ ଘରେ ବୋରୱେଲ ଖନନ କରାଇଥିଲେ  ତାହା ଏଥିରେ ଉଲ୍ଲେଖ ଥିଲା । ପିସି ନ ଦେଲେ  ସସ୍‌ପେଣ୍ଡ୍‌ କରିଦେବାକୁ ଓ ଚାକିରିରୁ ବହିଷ୍କାର  କରିବାକୁ ଡିଏଫ୍‌ଓ ଧମକ ଦେଉଥିଲେ । ବିନା କାରଣରେ ସଞ୍ଜୟଙ୍କୁ ବଲାଙ୍ଗୀର ବଦଳି  କରିଦେଇଥିଲେ ବୋଲି ତାଙ୍କ ବଡ଼ଭାଇ ରବିନାରାୟଣ  ନାୟକ ଏତଲାରେ ଦର୍ଶାଇଥିଲେ । 

ପିସି ଚାପରେ ବନ ବିଭାଗର ଜଣେ ପଦସ୍ଥ  ଅଧିକାରୀଙ୍କ ଆତ୍ମହତ୍ୟା ରାଜ୍ୟବ୍ୟାପୀ ଚର୍ଚ୍ଚାର  ବିଷୟ ହୋଇଥିବାବେଳେ ଗତ ୨୩ ତାରିଖରେ  ଏହାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ  ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ । ନିର୍ଦ୍ଦେଶର  ୭ଦିନ ପରେ ଜାରିଂ ନର୍ସରୀରେ ସିସିଏଫ୍‌ ଶ୍ରୀ  ଦାଶ ପହଞ୍ଚି ସଞ୍ଜୟଙ୍କ ପରିବାର ପକ୍ଷରୁ ହୋଇଥିବା  ଅଭିଯୋଗ ଆଧାରରେ ତଦନ୍ତ କରିଛନ୍ତି । ଚାରା  ଦୁର୍ନୀତି ଅଭିଯୋଗର ଖୋଳତାଡ଼ ହୋଇଛି ।  ନର୍ସରୀରେ କ’ଣ ସବୁ କାର୍ଯ୍ୟ କରାଯାଇଛି, ତାହା  ଅନୁଧ୍ୟାନ କରିବା ସହ ବିଭିନ୍ନ ରେକର୍ଡ/ତଥ୍ୟର  ଯାଞ୍ଚ କରାଯାଇଛି । ଫରେଷ୍ଟରଙ୍କ ମୃତ୍ୟୁ ପରେ  ଉକ୍ତ ପଦବିରେ ନୂତନ ଫରେଷ୍ଟରଙ୍କୁ ନିଯୁକ୍ତି  ଦିଆଯାଇଛି । ଅନ୍ୟ ୪ଜଣ ଫିଲ୍ଡ ଅଫିସର ମଧ୍ୟ  ନିୟୋଜିତ ଅଛନ୍ତି । ସେମାନଙ୍କ ସହ ଆଲୋଚନା  ହୋଇଛି । ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ  କରାଯାଉଛି ବୋଲି ସିସିଏଫ୍‌ ଶ୍ରୀ ଦାଶ କହିଛନ୍ତି ।  

ଅପରପକ୍ଷେ କଳାହାଣ୍ଡି ଏସ୍‌ପି ଅଭିଳାଷ  ଜୀଙ୍କ ନିର୍ଦ୍ଦେଶକ୍ରମେ ଭବାନୀପାଟଣା ଟାଉନ୍‌  ପୁଲିସ୍‌ ସଞ୍ଜୟଙ୍କ ପରିବାରର ଏତଲା ଓ ସୁଇସାଇଡ୍‌ ନୋଟ୍‌ ଆଧାରରେ ତଦନ୍ତ ପ୍ରକ୍ରିୟା  ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ  ତପନ କାଲୋ କହିଛନ୍ତି । ଭୁବନେଶ୍ୱର ଲିଙ୍ଗରାଜ  ଥାନା ଅନ୍ତର୍ଗତ ଖାରବେଳନଗର ପ୍ରାଣୀଧନ  ଚିକିତ୍ସା ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା  ଡିଏଫ୍‌ଓଙ୍କ ଘରେ ଇତିମଧ୍ୟରେ ଚଢ଼ଉ କରାଯାଇଥିଲା । ସେଠାରେ ଡିଏଫ୍‌ଓଙ୍କ ଦୁଇ ଶଳା  ରହୁଛନ୍ତି । 

ଲିଙ୍ଗରାଜ ଥାନା ପୁଲିସ୍‌ ସହଯୋଗରେ  ପାଞ୍ଚଦିନ ଧରି ତଦନ୍ତ ପ୍ରକ୍ରିୟାରେ ଡିଏଫ୍‌ଓଙ୍କ  ପୁଅ ପୁଣେର ଏକ ସଫ୍ଟୱେର କମ୍ପାନିରେ କାମ କରୁଥିବା ଜଣାପଡିଛି । ଡିଏଫ୍‌ଓ ଏବଂ ତାଙ୍କ  ସ୍ତ୍ରୀ ଉଭୟଙ୍କ ମୋବାଇଲ୍‌ ନମ୍ବର ବନ୍ଦ ରହିଛି ।  ସେମାନେ ଫେରାର ଅଛନ୍ତି । ଫୋନ୍‌ କଲ୍‌ ରେକର୍ଡ  ଯାଞ୍ଚ କରାଯାଇଛି । ସେମାନେ ୱାଟସଆପ୍‌  କଲ୍‌ରେ କଥାବାର୍ତ୍ତା କରୁଥାଇପାରନ୍ତି ବୋଲି  ସନ୍ଦେହ କରାଯାଉଥିବା ତଦନ୍ତକାରୀ ଅଧିକାରୀ  ଶ୍ରୀ କାଲୋ କହିଛନ୍ତି । ସେହିପରି ଭବାନୀପାଟଣା  ଟାଉନ ପୁଲିସ୍‌ ସଞ୍ଜୟଙ୍କ ଭାଇ ରବିନାରାୟଣ,  ସ୍ତ୍ରୀ, ମା’ ଓ ଜାରିଂ ହାଇଟେକ୍‌ ନର୍ସରୀର ୪  କର୍ମଚାରୀଙ୍କ ବୟାନ ରେକର୍ଡ କରିସାରିଛି । 

ମୋଟାମୋଟି କହିବାକୁ ଗଲେ ଫରେଷ୍ଟର ସଞ୍ଜୟଙ୍କ ଆତ୍ମହତ୍ୟା ଘଟଣାରେ ଏବେବି ଉଭୟ ବନ ବିଭାଗ ଓ ପୁଲିସର ହାତ ଖାଲିରହିଛି । ପୁଲିସ୍‌ ଅନ୍ଧାରରେ ବାଡ଼ି ବୁଲାଉଛି । ଫରେଷ୍ଟରଙ୍କ ଆତ୍ମହତ୍ୟା ଦିନ ଡିଏଫ୍‌ଓଙ୍କ ଛୁଟିନେବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ରାଇମ୍‌ବ୍ରାଞ୍ଚ୍‌ କିମ୍ବା ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ହିଁ ମୃତ ଫରେଷ୍ଟରଙ୍କ ପରିବାର ସଦସ୍ୟ ନ୍ୟାୟ ପାଇପାରିବେ ବୋଲି ବନ ବିଭାଗର ତଳିଆ କର୍ମଚାରୀ ଦାବି କରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.