ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

୩୨ ହଜାର ଫୁଟ୍ ଉଚ୍ଚରେ ଉଡୁଥିଲା ପ୍ଲେନ୍, ଅଚାନକ୍‌ ଗାଏବ ଥିଲେ ଫ୍ଲାଇଟ ଆଟେଣ୍ଡାଣ୍ଟ, ଆଉ ତାପରେ...

Published By : Ankita S | June 3, 2025 12:59 PM

ନୂଆଦିଲ୍ଲୀ,୦୩/୦୬: ମଝି ଆକାଶରେ ଗନ୍ତବ୍ୟସ୍ଥଳକୁ ବଢୁଥିଲା ବିମାନ । ପ୍ରାୟ ୩୪ ହଜାର ଫୁଟ୍ ଉଚ୍ଚରେ ବିମାନ ଉଡ଼ୁଥିଲା । ଏହି ସମୟରେ କିଛି ଏମିତି ହୋଇଥିଲା ଯାହାକୁ ଦେଖି ସବୁ ଯାତ୍ରୀଙ୍କର ହୋସ୍ ଉଡିଯାଇଥିଲା । ଫ୍ଲାଇଟରେ ଖାଇବା ପରସିବା ସମୟ ହେଉଥିଲା । ଅଚାନକ୍ ଗାଏବ ହୋଇଯାଇଥିଲେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ । ତାଙ୍କୁ ଖୋଜା ପଡ଼ିଥିଲା । ଆଉ ତା ପରେ ଯାହା ହେଲା ସମସ୍ତେ ତାଜୁବ । ବିମାନ ଶୌଚାଳୟରେ ସେ ଉଲ୍ଲଗ୍ନ ହୋଇ ନାଚୁଥିବାର ଦେଖିବାକୁ ମିଳିଥିଲା ।

ବ୍ରିଟିଶ୍ ଏୟାରସ୍ପେସ୍‌ର ଏକ ବିମାନରେ ଏପରି ଅଜବ ଗଜବ ଘଟଣା ଦେଖିବାକୁ ମିଳିଛି । ଫ୍ଲାଇଟ୍‌ର ଜଣେ କ୍ରିଉ ମେମ୍ବର ବିଜନେସ କ୍ଲାସ ଶୌଚାଳୟରେ ଉଲ୍ଲଗ୍ନ ହୋଇ ନାଚୁଥିବାର ଦେଖିବାକୁ ମିଳିଥିଲା ଅନ୍ୟ ସଦସ୍ୟ । ତାଙ୍କର ଏପରି କାର୍ଯ୍ୟ ପଛରେ ସେ ନିଶାସକ୍ତ ଥିବା ସନ୍ଦେହ କରାଯାଉଥିଲା । ଯାତ୍ରୀଙ୍କୁ ଖାଇବା ପରସିବା ପରିବର୍ତ୍ତେ ସେ ଗାଏବ ଥିଲେ । ଆଉ ଶୌଚାଳୟରେ କିଛି ଏପରି ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା । ବିନା ପୋଷାକରେ ଥାଇ ସେ ନାଚୁଥିଲେ ।

ନ୍ୟୁଜ ଏଜେନ୍ସିଂ 'ଦ ସନ୍‌' ରିପୋର୍ଟ ଅନୁସାରେ, ଯେତେବେଳେ ଫ୍ଲାଇଟ୍‌ରେ ଖାଇବା ପରସିବାର ସମୟ ହେଲା ସେବେ ଆଟେଣ୍ଡାଣ୍ଟ ଖୋଜା ପଡିଥିଲେ । ତାଙ୍କୁ ଅନ୍ୟ ସଦସ୍ୟ ଖୋଜା ଖୋଜି ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଜଣାପଡିଥିଲା କି ସେ ବିଜନେସ କ୍ଲାସ ଶେୌଚାଳୟରେ ଉଲ୍ଲଗ୍ନ ହୋଇ ନାଚୁଥିଲେ । ଏହା ଦେଖି ଅନ୍ୟ କ୍ରୁ ସଦସ୍ୟ ତାଙ୍କୁ କାବୁ କରିଥିଲେ । କାରଣ ସେ ବିନା ପୋଷାକରେ ଥିଲେ ଯାହା ଅଶୋଭନୀୟ  । ତାଙ୍କୁ ପୋଷାକ ଦିଆଯାଇଥିଲା । ପ୍ରାୟ ୧୧ ଘଣ୍ଟା ଫ୍ଲାଇଟ୍‌ ଯାତ୍ରାରେ ଏକ ସିଟ୍‌ରେ ତାଙ୍କୁ ବାନ୍ଧି ଦିଆଯାଇଥିଲା । ବିମାନ ଅବତରଣ କରିବା ପରେ ପୋଲିସ ଓ ଏକ ମେଡିକାଲ ଟିମ୍‌ ଉକ୍ତ କ୍ରିଉ ସଦସ୍ୟଙ୍କ ଚେକ୍ଅପ କରିଥିଲେ । ଏ୩୮୦ ବିମାନରେ ପ୍ରାୟ ୪୭୦ ଯାତ୍ରୀ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.