ଭୁବନେଶ୍ୱର,୦୪/୦୧: ଡମଣା ଛକ ନିକଟସ୍ଥ ଅଳିଆ ଗଦାରେ ଅଗ୍ନିକାଣ୍ଡ । ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଡମଣା ଛକ ପାଖରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଡମଣା ଛକ ନିକଟସ୍ଥ ଅଳିଆ ଗଦାରେ ହଠାତ ନିଆଁ ଲାଗି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ଏହା ଭୟାନକ ରୂପ ନେଇଥିଲା । ନିଆଁ ଲାଗିବା କାରଣରୁ ୫୦ ଫୁଟ ଉଚ୍ଚର ଧୂଆଁ ମଧ୍ୟ ଉଠିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଉଭୟ ପହଞ୍ଚିଥିଲେ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଓ ରୋବର୍ଟ ମେସିନ୍ ନିୟୋଜିତ ହୋଇ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି ।