ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ତେନ୍ତୁଲିପଦର ଗାଁରେ ଅଗ୍ନିକାଣ୍ଡ, ୨୦ ବଖରା ଘର ପୋଡ଼ି ପାଉଁଶ

Published By : Harapriya Sethi | March 7, 2025 9:30 AM

ଭୁବନେଶ୍ୱର,୦୭/୦୩: ତେନ୍ତୁଲିପଦର ଗ୍ରାମରେ ଅଘଟଣ । ବରଯାତ୍ରୀ ଫୁଟାଉଥିବା ବାଣରୁ ଲାଗିଲା ନିଆଁ । ଜଳିଗଲା ୨୦ ବଖରା ଘର । ନିଆଁରେ ଜଳି ପୋଡ଼ି ପାଉଁଶ ହେଲା ଆସବାବପତ୍ର, ଖାଦ୍ୟ ଶସ୍ୟ, ଟଙ୍କା, ସୁନା । ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଆଠମଲ୍ଲିକ ଅଗ୍ନିଶମ ବାହିନୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ତେନ୍ତୁଲିପଦର ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ, ସହାୟତା ରାଶି ଘୋଷଣା ପରେ ଧାରଣାରୁ ଉଠିଲେ ଲୋକେ

ସୂଚନା ମୁତାବକ, ତେନ୍ତୁଲିପଦର ଗାଁରେ ଏକ ଝିଅ ବାହାଘର ହେଉଥିଲା । ବରଯାତ୍ରୀ ଗାଁରେ ଆସି ପହଞ୍ଚିବା ପରେ ବାଣ ଫୁଟାଉଥିଲେ । ସେହି ବାଣରୁ ନିଆଁ ବ୍ୟାପି ଗାଁର କିଛି ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଧିରେ ଧିରେ ଅନ୍ୟ ଘର ଗୁଡ଼ିକୁ ବ୍ୟାପିଥିଲା । ଏହା ଦେଖି ଗାଁଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ହେଲେ ଘଟଣା ସ୍ଥଳରେ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଲା ଅଗ୍ନିଶମ ବାହିନୀ । ଏହାରି ଭିତରେ ୨୦ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ସେଠାରେ ପହଞ୍ଚି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ତେବେ ଅଗ୍ନିଶମ ବାହିନୀ ବିଳମ୍ୱରେ ପହଞ୍ଚିବାରୁ ଘରଗୁଡ଼ିକ ପୋଡି ଯାଇଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ୮ ଟି ପରିବାର ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.