ପ୍ରମୂଖ ଖବର
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଟ୍ରଲର୍‌କୁ ପଛପଟୁ ପିଟିଲା ବାଇକ୍‌, ଯୁବକ ମୃତ

Published By : Harapriya Sethi | March 6, 2025 8:39 AM

ଭୁବନେଶ୍ୱର,୦୬/୦୩: ଆଠମଲ୍ଲିକ ଧଳପୁର ବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା । ମହାନଦୀ ପୋଲ ଉପରେ ଛିଡା ହେଇଥିବା ଟ୍ରଲର୍‌କୁ ପଛପଟୁ ପିଟିଲା ବାଇକ୍‌ । ଘଟଣା ସ୍ଥଳରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ମୃତକ ବୌଦ୍ଧ ଜିଲ୍ଲାର ଚାରିଛକ ଥାନା ମଣିପୁର ଗ୍ରାମର ପ୍ରକାଶ ଭୁକ୍ତା ବୋଲି ଜଣା ପଡ଼ିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଧଳପୁର ବ୍ରିଜ୍‌ରେ ଏଭଳି ଘଟଣା ଘଟିଛି । 

ସ୍କର୍ପିଓକୁ ପିଟିଲା ହାଇୱା: ଜଣେ ମୃତ, ୩ ଗୁରୁତର

ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ସମୟରେ ପ୍ରକାଶ ମହାନଦୀ ପୋଲ ଦେଇ ଆଠମଲ୍ଲିକ ଥାନାର କୁଦଗାଁ ଗ୍ରାମକୁ ଯାଉଥିଲେ । ପୋଲ ଉପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଟ୍ରଲର୍‌ ଛିଡା ହୋଇଥିଲା । ପ୍ରକାଶ ଦ୍ରୁତ ଗତିରେ ଗାଡ଼ି ଚଳାଇ ଟ୍ରଲର୍‌ ପଛପଟେ ବାଡେଇ ଦେଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଆଠମଲ୍ଲିକ ପୋଲିସ ଓ ଅଗ୍ନିଶ୍ରମ ବିଭାଗ ପହଞ୍ଚି ପ୍ରକାଶକୁ ଆଠମଲ୍ଲିକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ପ୍ରକାଶକୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ପୋଲିସ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.