ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

କାମଧେନୁ ଯୋଜନାରେ କୃଷକଙ୍କୁ ମିଳିବ ଗାଈ : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ

Published By : Suraj Kumar | July 30, 2025 9:12 PM

ଭୁବନେଶ୍ବର,୩୦।୭ : ଘରେ ଘରେ ପହଞ୍ଚିବ ଓମଫେଡ କ୍ଷୀର ଓ ପାଉଡର । କାମଧେନୁ ଯୋଜନାରେ କୃଷକଙ୍କୁ ମିଳିବ ୨ ଟି ଗାଈ। ଗାଈର ମୂଲ୍ୟ ୨ ଲକ୍ଷ ୩୦ ହଜାର ସେଥିରୁ  ୭୦ ପ୍ରତିଶତ ସବସିଡି ମିଳିବ। କୃଷି ଭବନରେ ଦୁଇ ଦିନ ଧରି ଚାଲିଥିବା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସମୀକ୍ଷା ବୈଠକ ଶେଷ  ହେବା ପରେ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

 ଗ୍ରାମାଞ୍ଚଳ କୃଷକଙ୍କ ଆୟ ଦ୍ଵିଗୁଣିତ କରାଯିବ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଯୋଜନା ହେବ ଲାଗୁ। ସମାଜରେ ପଛୁଆ ବର୍ଗରେ ଲୋକ ବି ହେବେ ସାମିଲ।  ବିକଶିତ ଓଡ଼ିଶା ରେ ହେବେ ସାମିଲ । ଦୁଗ୍ଧ ଉତ୍ପାଦନ ଦ୍ଵିଗୁଣିତ ହେବ।  କୁକୁଡ଼ା ଛେଳି, ମତ୍ସ୍ୟ ଚାଷ ପାଇଁ ୭୦ ପ୍ରତିଶତ ସବସିଡି ପ୍ରଦାନ ପାଇଁ ହୋଇଛି ନିଷ୍ପତ୍ତି । ମତ୍ସ୍ୟଜୀବୀ ଙ୍କୁ ଫିଡ ମିଲ, ଇନସୁଲେଟ ଭ୍ୟାନ ପାଇଁ ମିଳିବ ସବସିଡି। 

ଓମଫେଡକୁ କ୍ଷୀର ଦେଉଥିବା ଚାଷୀ ଙ୍କୁ ଲିଟର ପିଛା ଅଧିକ ଟଙ୍କା ଓ ବୀମା ପ୍ରଦାନ କରାଯାଉଛି। ରାଜ୍ୟବାସୀ ଆନ୍ଧ୍ରା ମାଛ ଉପରେ ଅଧିକ ନିର୍ଭର କରୁଥିବା ପ୍ରଶ୍ନର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଏବେ ୪ ହଜାର କୋଟି ଟଙ୍କାର ସାମୁଦ୍ରିକ ଲୁଣି ମାଛ ରପ୍ତାନୀ କରାଯାଉଛି। ମିଠା ପାଣିରେ ମାଛ ଉତ୍ପାଦନ ଟିକେ କମ୍ ରହିଛି । ଚେଷ୍ଟା ଚାଲିଛି ଅଭାବକୁ ପୂରଣ ପାଇଁ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.