ପ୍ରମୂଖ ଖବର
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଖରିଫ ଫସଲ ଅମଳ ପୂର୍ବରୁ ହେବ ବିଶାଳ ଚାଷୀ ଆନ୍ଦୋଳନ; ଚେତାବନୀ ଦେଲା କଂଗ୍ରେସ

Published By : Harapriya Sethi | July 31, 2025 2:01 PM

ଭୁବନେଶ୍ୱର, ୩୧/୦୭: ଖରିଫ ଫସଲ ଅମଳ ପୂର୍ବରୁ ବିରାଟ ଚାଷୀ ଆନ୍ଦୋଳନ ହେବ। ଏଭଳି ଚେତାବନୀ ଦେଇଛି କଂଗ୍ରେସ। କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ କହିଛନ୍ତି, ଚାଷୀ ଏକର ପିଛା ୨୦ କ୍ୱିଣ୍ଟାଲ ଧାନ ଅମଳ କରୁଛି । ହେଲେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ମାତ୍ର ୧୩ କ୍ୱିଣ୍ଟାଲ ଧାନ କିଣୁଛନ୍ତି । ଫଳରେ ଚାଷୀର ରୋଜଗାର ବଢୁନାହିଁ । ତେଣୁ ଚାଷୀ ନିଜ ପରିବାର ପାଇଁ ଧାନ ରଖିବା ପରେ ସମସ୍ତ ବଳକା ଧାନକୁ ସରକାର ସିଧା ସଳଖ କିଣନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ସେହିପରି ଫସଲ ବୀମା ଦେବା ବେଳେ ଚାଷୀ ପରିବାରକୁ ମଧ୍ୟ ବୀମାଭୁକ୍ତ କରାଯାଉ। କୃଷି ବୀମା ସହ ସ୍ୱାସ୍ଥ୍ୟବୀମା ଦିଆଯାଉ। ବରଗଡ଼ରେ ଚାଷୀ ଏବେ ରୋଗିଣା । ତେଣୁ ଚାଷୀଙ୍କୁ ୫୫ ବର୍ଷରେ ଦଶ ହଜାର ଟଙ୍କା ସ୍ୱତନ୍ତ୍ର ଭତ୍ତା ଦିଆଯାଉ। କୃଷି ବୀମା ସହ ସ୍ୱାସ୍ଥ୍ୟବୀମା ଦେବା ଓ ଶେଷ ଚାଷୀ ପଞ୍ଜୀକରଣ କରିବା ଯାଏ ପ୍ରକ୍ରିୟା ଜାରି ରଖିବା ପାଇଁ କଂଗ୍ରେସ ଦାବି କରିଛି।  ଅପରପକ୍ଷେ ପଞ୍ଜୀକରଣ ପାଇଁ ଚାଷୀଙ୍କ ପାଖକୁ ଯାଆନ୍ତୁ ସରକାର। ଏବେ ଖରିଫ ଧାନ ଚାଷ ସମୟ।  ଚାଷୀ ଚାଷ କାମ ଛାଡ଼ି ପଞ୍ଜୀକରଣ ପାଇଁ ଆସିବ ନାହିଁ। ତେଣୁ ଚାଷୀ ପାଖକୁ ସରକାରୀ ଦଳ ଯାଆନ୍ତୁ । ଶେଷ ଚାଷୀ ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହୁ ବୋଲି କିଷାନ କଂଗ୍ରେସ ଦାବି କରିଛି । ଏହାଛଡ଼ା ଜଟିଳ ପ୍ରକ୍ରିୟା ପଞ୍ଜୀକରଣକୁ ବାଦ ଦିଅନ୍ତୁ। ନହେଲେ ଅକ୍ଟୋବର, ନଭେମ୍ବର ବେଳକୁ ସାରା ରାଜ୍ୟରେ ଲଢେଇ ହେବ। ପ୍ରଦେଶ କିଷାନ କଂଗ୍ରେସ ଏହାର ନେତୃତ୍ୱ ନେବ। ଚାଷୀ ମୁହଁରେ ହସ ଫୁଟାଇବାକୁ ସମସ୍ତ ଉଦ୍ୟମ କରିବ।

ଅପରପକ୍ଷେ ପଶ୍ଚିମ ଓଡିଶାରେ ସାରର ଅଭାବ ଦେଖା ଦେଇଛି। ନିମ୍ନ ମାନର ବିହନ ଦେଉଛନ୍ତି। ତାହା ଗଜା ହେଉନି। ଏଭଳି ବିଭିନ୍ନ ଗମ୍ଭୀର ଅବସ୍ଥା ଦେଇ ଓଡ଼ିଆ ଚାଷୀ କୂଳ ସମୟ ବିତାଉଛି। ସରକାର କ୍ଷମତାକୁ ଆସିଲା। ହେଲେ ଏବେ ଚାଷୀଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି। ରାଜ୍ୟର ବହୁ ଜିଲ୍ଲା ଗସ୍ତ କରିବା ପରେ ଚାଷୀଙ୍କ ସମସ୍ୟା ଜାଣିଲୁ। ଅଜଣା ଆତଙ୍କରେ ସମୟ କାଟୁଛନ୍ତି। ଚାଷୀ ବଳକା ଧାନ ବିକି ପାରୁନି। ସେମାନେ ଖୋଲା ଆକାଶ ତଳେ ବର୍ଷ ବର୍ଷ କାମ କରୁଥାନ୍ତି। ତେଣୁ ଆସନ୍ତା ବିଧାନସଭା ଅଧିବେଶନ ବେଳେ ସରକାର ସ୍ୱତନ୍ତ୍ର କିଷାନ ଭତ୍ତା ଆଣନ୍ତୁ ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ଚାଷୀ ନେତା ଅରୁଣ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.