ନୂଆଦିଲ୍ଲୀ,୫/୧୧ : ଶାହରୁଖ ଖାନ ୨୦୨୩ରେ କମବ୍ୟାକ୍ କରିଥିଲେ । ତାଙ୍କର ସେହି ବର୍ଷ ୧-୨ ନୁହେଁ ବରଂ ୩ଫିଲ୍ମ ରିଲିଜ ହୋଇଥିଲା । ବର୍ଷ ୨୦୨୩ର ଶେଷରେ ଡଙ୍କି ଫିଲ୍ମ ଆସିଥିଲା । ଯାହାକୁ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମକୁ ଲୋକମାନଙ୍କ ଖୁବ୍ ଭଲପାଇବା ମିଳିଥିଲା । ଡଙ୍କି ସହ ସାଉଥର ଫିଲ୍ମ ସାଲାରର ଟକ୍କର ହୋଇଥିଲା। ସାଲାର ଏବଂ ଡଙ୍କିର ଟକ୍କର ପରେ ଏବେ ନିର୍ଦ୍ଦେଶକ ପ୍ରଶାନ୍ତ ନିଜ ଭୁଲ୍ ଜାଣିପାରିଛନ୍ତି ଏବଂ ସେ ଶାହରୁଖ ଖାନଙ୍କୁ ଭୁଲ୍ ମାଗିଛନ୍ତି ।
ସାଲାର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏକ ସାକ୍ଷାତକାରରେ କହିଛନ୍ତି କି, ଆମ ପାଖରେ ରିଲିଜ୍ ଲାଗି କେବଳ ୨୨ଡିସେମ୍ବରର ତାରିଖ ଥିଲା । ଶାହରୁଖ ଖାନ ପ୍ରାୟ ୧ବର୍ଷ ପୂର୍ବରୁ ଡଙ୍କିକୁ ଖ୍ରୀଷ୍ଟମାସରେ ରିଲିଜ କରିବାର ଘୋଷଣା କରିଥିଲେ। ତାଙ୍କ ସହ ଟକ୍କର କରିବା ଆମ ପକ୍ଷେ ଭୁଲ ଥିଲା । କିନ୍ତୁ ଜ୍ୟୋତିଷ କାରଣରୁ ଏବଂ ନିର୍ମାତାଙ୍କ ବିଶ୍ବାସ କାରଣରୁ ଆମକୁ ସେହି ତାରିଖକୁ ମାନିବାକୁ ପଡ଼ିଲା । ମୁଁ ଶାହରୁଖ ଖାନ ଏବଂ ଡଙ୍କିର ଟିମକୁ ଭୁଲ୍ ମାଗୁଛି । ପ୍ରଭାସ , ପୃଥ୍ବୀରାଜ ଏବଂ ମୁଁ ରିଲିଜ୍ ତାରିଖର ନିଷ୍ପତ୍ତିରେ ସାମିଲ ନ ଥିଲୁ । ନିର୍ମାତା ଟକ୍କରର ନିଷ୍ପତ୍ତି ନେଇଥିଲେ କାରଣ ସେ ଜ୍ୟୋତିଷରେ ବହୁତ ବିଶ୍ବାସ କରିଥାନ୍ତି ଏବଂ ଏହି ତାରିଖରୁ ହଟିବାକୁ ଚାହୁଁନଥିଲେ । ଆମକୁ ହଁ ଭରିବାକୁ ପଡ଼ିଥିଲା ।