ଆଠଗଡ଼,୦୪/୧୨: ଆଠଗଡ଼, ବାଙ୍କୀ , ନରସିଂହପୁର ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ମିଳିତ ଚଢ଼ାଉ। ୧୭୫୦ ଲିଟର ଚୋରା ଦେଶୀ ମଦ ଜବତ ସହ ୧୬୯୦୫ ଲିଟର ପୋଚ ନଷ୍ଟ କରାଯାଇଛି। ଏଥିସହ ଜଣେ ଗିରଫ ହୋଇଥିବା ସୂଚନା । ତେବେ ଗିରଫ ଜଣକ ହେଲେ ତିଗିରିଆ ଥାନା ପଣସପାଟଣା ଗ୍ରାମର ସଞ୍ଜୟ କୁମାର ସାହୁ ବୋଲି ଜଣାପଡିଛି । ତେବେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗ୍ରାମରୁ ସାମ୍ନାାକୁ ଆସିଛି ଏହି ଦୃଶ୍ୟ ।
ସୂଚନା ମୁତାବକ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗ୍ରାମରେ ବେଆଇନ ମଦ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା । ଏହାପରେ ଆଠଗଡ଼, ବାଙ୍କୀ , ନରସିଂହପୁର ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିବା ବେଳେ ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ୫୬୦ ଲିଟର ଚୋରା ଦେଶୀ ମଦ ସହ ୩୪୩୦ ଲିଟର ପୋଚ ସହିତ ଏହି କାରବାରରେ ବ୍ୟବହୃତ ଏକ ସ୍କୁଟିକୁ ମଧ୍ୟ ଜବତ୍ କରିଛି ଅବକାରୀ ବିଭାଗ । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ୫ ଗୋଟି ମାମଲା ରୁଜୁ କରଯାଇଥିବା ବେଳେ ଚଢ଼ାଉରେ ସାମିଲ ଅଛନ୍ତି ୧୦ ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ । ପ୍ରକାଶ ଥାଉକି, ଏହି ସ୍ଥାନରେ ବେଆଇନ ଭାବେ ଚୋରା ଦେଶି ମଦର ପାଲଟିଛି କୁଟୀର ଶିଳ୍ପ। ଏହି ଅଞ୍ଚଳରୁ ଦେଶୀ ମଦ ପ୍ରସ୍ତୁତ କରା ଯାଇ ଜିଲ୍ଲା ବାହରକୁ ଚୋରା ଚାଲାଣ କରାଯାଇ ଥାଏ ବୋଲି ସ୍ଥାନୀୟ ଲୋକେ ବାରମ୍ୱାର ଅଭିଯୋଗ ପରେ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା।