ପ୍ରମୂଖ ଖବର
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମରାମତି ପରେ ବି ଦବିବାରେ ଲାଗିଛି ଦୟା ନଦୀବନ୍ଧ, ସ୍ଥାୟୀ ପ୍ରତିକାର ଦାବି

କଣାସ,୨୨/୦୭: ଡେଲାଙ୍ଗ ହାଟ ସାହି ନିକଟରେ ଭୁଶୁଡିଲା ଦୟା ନଦୀବନ୍ଧ । ନିମ୍ନମାନର କାମ ହୋଇଥିବା ହେତୁ ଆଠ ଦିନ ପୂର୍ବରୁ ଏଭଳି ପରିସ୍ଥିତି ଉପୁଜିଥିଲା । ମାରାମତି ପରେ ବି ନଦୀବନ୍ଧର ଅବସ୍ଥା ଶୋଚନୀୟ ରହିଛି । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ୨୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଦୟା ନଦୀବନ୍ଧ କାମ କରାଯାଇଥିଲା। ନିମ୍ନମାନର କାମ ହୋଇଥିବା ହେତୁ ବନ୍ଧ ଭୁଶୁଡି ପଡିଥିଲା। ଏବେ ସଙ୍କଟାପନ୍ନ ଅବସ୍ଥାରେ ଡେଲାଙ୍ଗ ହାଟ ସାହି ଗାଁ ନିକଟ ଦୟା ନଦୀବନ୍ଧ ଧୀରେଧୀରେ ଦବିବାରେ ଲାଗିଛି । ବନ୍ୟା ସମୟରେ ଏହି ସ୍ଥାନ ରେଡ୍ ଜୋନରେ ଆସିଥାଏ ।  ଆଗକୁ ମାତ୍ରାଧିକ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ନେଇ ଭୟଭୀତ ହେଉଛନ୍ତି କଣାସ ଓ ଡେଲାଙ୍ଗ ବାସିନ୍ଦା ।

ନଦୀର ବାଙ୍କାଣୀ ସ୍ଥାନରେ ବନ୍ଧ ଭୁଶୁଡିଛି । ପୁରା ନଦୀର ସମ୍ପୂର୍ଣ୍ଣ ସ୍ରୋତ ଏହି ସ୍ଥାନରେ ମାଡ଼ ହୁଏ । ଏପରି ସ୍ଥିତିରେ କେବଳ ବାଉଁଶ, ବଲ୍ହା ସହିତ ବାଲି ଅଖାକୁ ପାଲ ଲଗାଇ ପଳାଇଛନ୍ତି ପ୍ରଶାସନିକ ଯନ୍ତ୍ରୀ । ତେବେ ପ୍ରଶାସନ ସ୍ଥାୟୀ ପ୍ରତିକାର ନକରି କେବଳ ବାଲି ବସ୍ତାକୁ ବିକଳ୍ପ କରି ଠିକାଦାରକୁ କାର୍ଯ୍ୟରେ ଲଗାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଆଗକୁ ଅଛି ଅଧିକ ବର୍ଷା ତେବେ କ’ଣ ହେବ ଦୟା ନଦୀବନ୍ଧର ସ୍ଥିତି, ତାହା କେବଳ ସମୟ କହିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.