ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହିଳା ୟୁରୋ ୨୦୨୫; ସୁଟଆଉଟ୍‌ରେ ସ୍ପେନ୍‌କୁ ହରାଇ ଇତିହାସ ରଚିଲା ଇଂଲଣ୍ଡ, ତୃତୀୟ ଥର ଜିତିଲା ଟ୍ରଫି

Published By : Ankita S | July 28, 2025 10:15 AM

ନୂଆଦିଲ୍ଲୀ,୨୮/୦୭: ଜୋରଦାର ଲଢେଇ । କେହି କାହାକୁ କମ୍ ନଥିଲେ । ଗୋଲ୍ ପରିଶୋଧ କରିବାକୁ ଜବରଦସ୍ତ ଟକ୍କର । ଶେଷରେ ମ୍ୟାଚ ଡ୍ର ହେବା ପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ବାଜି ମାରି ନେଇଛି ଇଂଲଣ୍ଡ । ବେସଲ୍‌ରେ ଅନୁଷ୍ଠିତ ୟୁରୋ ମହିଳା ଫୁଟବଲ ୨୦୨୫ ଫାଇନାଲରେ ବିଜୟୀ ହୋଇଛି ଇଂଲଣ୍ଡ । ୧-୧ରେ ମ୍ୟାଚ ଡ୍ର ହେବା ପରେ ବିଶ୍ୱ ଚାମ୍ପିଅନ୍‌ ସ୍ପେନ୍‌କୁ ସୁଟ୍‌ଆଉଟ୍‌ରେ ଚାମ୍ପିଅନ୍ ହୋଇଛି ଇଂଲଣ୍ଡ । ତୃତୀୟ ଥର ପାଇଁ ଟ୍ରଫି ନିଜ ନାମରେ କରିଛି ଦଳ । ସ୍ପେନ୍‌ଠୁ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ଇଂଲିଶ ଦଳ । ୨୦୨୩ ବିଶ୍ୱକପ ଫାଇନାଲରେ ପରାସ୍ତ ହୋଇଥିଲା ଇଂଲଣ୍ଡ ।

ବେସଲ୍‌ରେ ଖେଳାଯାଇଥିବା ୟୁରୋ ଫାଇନାଲରେ ମହିଳା ଇଂଲଣ୍ଡ ଫୁଟବଲ ଦଳ ସ୍ପେନ୍‌ରୁ ହରାଇ ଟ୍ରଫି ନିଜ ନାମରେ କରିଛି । ପ୍ରଥମ ହାଫ୍‌ରେ ସ୍ପେନ୍‌ର ମାରିୟୋନା କାଲଣ୍ଡେଟେ ଗୋଲ କରି ଆଗୁଆ ଥିଲେ । ମାତ୍ର ୫୭ତମ ମିନିଟ୍‌ରେ କ୍ଲୋଏ କେଲି ଗୋଲ୍ ପରିଶୋଧ କରି ବରାବର ସ୍ଥିତି କରିଥିଲେ । ମ୍ୟାଚ ଡ୍ର ହେବା ପରେ ପେନାଲ୍ଟି ସୁଟ୍ଆଉଟ୍‌କୁ ଯାଇଥିଲା । ଇଂଲଣ୍ଡ ଗୋଲ୍‌କିପର ହତ୍ରା ହେମ୍ପଟନ୍ ଦୁଇଟି ମୂଲ୍ୟବାନ୍ ଗୋଲ ବଞ୍ଚାଇଥିଲେ । ସ୍ପେନ୍‌ର ୩ଟି ପେନାଲ୍ଟି  ବାହାରକୁ ଚାଲିଯାଇଥିଲା । ପେନାଲ୍ଟିରେ ବି ଚମକିଥିଲେ କ୍ଲୋଏ କେଲି । ପେନାଲ୍ଟି ଗୋଲ୍ କରି ଇଂଲଣ୍ଡକୁ ବିଜୟୀ କରାଇଥିଲେ । ଲାରେନ୍ ଜେମ୍ସ ଆହତ ହେବା ପରେ ଖେଳିବାକୁ ମୈଦାନକୁ ଆସିଥିଲେ ହେଲେ ପ୍ରଦର୍ଶନ ଭଲ ନଥିଲା । ପ୍ରଥମ ହାପ୍‌ରୁ ବାହାରିଥିଲେ । ତାଙ୍କ ସ୍ଥାନରେ କ୍ଲୋଏ କେଲି ପୁଣି ଥରେ ସୁପର ସବ୍  ଭୂମିକା ତୁଲାଇ ଟିମ୍‌କୁ ବାରବର ସ୍ଥିତିକୁ ଆଣିଥିଲେ । ଶେଷରେ ପେନାଲ୍ଟିରେ ବି ବିଜୟୀ କରାଇଥିଲେ ।

କେବେ ପରାସ୍ତ ହୋଇନାହିଁ; ଫ୍ରାନ୍ସ ବିପକ୍ଷରେ ପ୍ରଥମ ପରାଜୟ ପରେ, ଇଂଲଣ୍ଡକୁ କ୍ୱାର୍ଟର ଏବଂ ସେମିଫାଇନାଲରେ ସ୍ୱିଡେନ ଏବଂ ଇଟାଲୀ ବିପକ୍ଷରେ କମବ୍ୟାକ୍‌ କରିବାକୁ ପଡିଥିଲା। ଦଳ ତିନୋଟି ନକଆଉଟ୍ ମ୍ୟାଚ୍‌ରେ କେବଳ ୪ ମିନିଟ୍ ଏବଂ ୫୨ ସେକେଣ୍ଡ ପାଇଁ ଆଗୁଆ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.