ପ୍ରମୂଖ ଖବର
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଜାଣନ୍ତୁ କେବେ ହେବ ଏସିଆ କପ୍ ସିଡ୍ୟୁଲ୍ ଜାରି, କ’ଣ ପାକିସ୍ତାନ ସହ ଖେଳିବ ଭାରତ ?

Published By : Gurupada Nath | July 26, 2025 6:41 PM

ନୂଆଦିଲ୍ଲୀ,୨୬/୭ :  ଏସିଆ କପ ୨୦୨୫ ସିଡ୍ୟୁଲର ଘୋଷଣା ଖୁବଶୀଘ୍ର ହୋଇପାରେ । ଏସିଆ କପକୁ ନେଇ କେତେ ମାସ ଧରି ବାଦ ବିବାଦ ଜାରି ରହିଥିଲା । ଏହି କାରଣରୁ ଭାରତ ଖେଳିବା ନେଇ କିଛି ସ୍ପଷ୍ଟ ହୋଇପାରିନଥିଲା । କ୍ରିକବଜର ରିପୋର୍ଟ ଅନୁସାରେ ଏସିଆ କପର ଆୟୋଜନ ୧୦ସେପ୍ଟେମ୍ବରରୁ ଆରମ୍ଭ ହେବ । ଯଦି ଆମେ ସିଡ୍ୟୁଲ କଥା କହିବା ତେବେ ତାହା ଆଗାମୀ ୨୪ରୁ ୪୮ଘଣ୍ଟା ମଧ୍ୟରେ ଜାରି କରାଯିବା ନେଇ ସୂଚନା ରହିଛି । କୁହାଯାଉଛି କି ନିକଟରେ ହୋଇଥିବା ଏସିଆ କ୍ରିକେଟ କାଉନସିଲ (ACC)ର ବୈଠକରେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ନିଜ ନିଷ୍ପତ୍ତିକୁ ଅଣଦେଖା କରି ଏସିଆ କପରେ ଖେଳିବାକୁ ନିର୍ଣ୍ଣୟ ନିଆଯାଇଛି । 

ସୂଚନା ମୁତାବକ ୨୬-୨୮ଜୁଲାଇ ମଧ୍ୟରେ କେବେ ବି ସିଡ୍ୟୁଲର ଘୋଷଣା କରାଯାଇପାରେ । ଯଦି ପୂରା ସିଡ୍ୟୁଲ ଏକାସାଥିରେ ଜାରି କରାଯିବ ନାହିଁ ତ ଅଧା ଶନିବାର ଏବଂ ଅଧା ରବିବାର ଜାରି କରାଯାଇପାରେ । ଏହି ରିପୋର୍ଟ ଅନୁସାରେ ଏସିଆ କପ ୧୦ସେପ୍ଟେମ୍ବରରୁ ୨୮ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବାକୁ ଅଛି । ତାରିଖରେ ଏବେ ବି ପରିବର୍ତ୍ତନ ସମ୍ଭବ ଅଟେ । ସେହିଭଳି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡ଼ିକ ୟୁଏଇର ଦୁବାଇରେ ଏବଂ ଆବୁ ଧାବିରେ କରାଯାଇପାରେ ବୋଲି ସୂଚନା ରହିଛି ।

ଏସିଆ କପର ଆୟୋଜନ ପ୍ରଥମେ ଭାରତ କରିବାରେ ଥିଲା । କିନ୍ତୁ ଏହା ଏକ ନିରପେକ୍ଷ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଥିଲା । ବିସିସିଆଇ ବର୍ତ୍ତମାନ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଚୁଡ଼ାନ୍ତ କରିବାକୁ ଚେଷ୍ଟା କରୁଛି। କାର୍ଯ୍ୟସୂଚୀରେ କିଛି ସାମାନ୍ୟ ପରିବର୍ତ୍ତନ ସମ୍ଭବ। ଜୁଲାଇ ୨୪ତାରିଖରେ ACC ବୈଠକ ପରେ ବିସିସିଆଇ ଏସୀୟ କ୍ରିକେଟ ପରିଷଦର ସଦସ୍ୟମାନଙ୍କୁ ଜଣାଇଥିଲା ଯେ  କାର୍ଯ୍ୟସୂଚୀ ସମ୍ପର୍କରେ ବାଣିଜ୍ୟିକ ଅଂଶୀଦାରମାନଙ୍କ ସହିତ କିଛି ବିଷୟ ନିଷ୍ପତ୍ତି ନେବାକୁ ପଡିବ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.