ନୂଆଦିଲ୍ଲୀ, ୨୭/୭ : ମାଞ୍ଚେଷ୍ଟରରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଡ୍ରରେ ଶେଷ ହୋଇଛି । ଇଂଲଣ୍ଡ ୩୧୧ରନର ଲିଡ୍ ହାସଲ କରିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ମ୍ୟାଚ୍ ଡ୍ର କରିବାରେ ସଫଳ ହୋଇଛି। ମ୍ୟାଚର ପଞ୍ଚମ ଦିନରେ ତିନି ଜଣ ଭାରତୀୟ ଖେଳାଳି ଶତକ ହାସଲ କରିଥିଲେ ଏବଂ ଭାରତ ଦ୍ୱିତୀୟ ଇନିଂସରେ ୪୨୫ରନ କରିଥିଲା।
ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଏବଂ ଅଧିନାୟକ ଶୁଭମନ ଗିଲଙ୍କ ଶତକ ଭାରତକୁ ମାଞ୍ଚେଷ୍ଟର ଟେଷ୍ଟ ଡ୍ର କରିବାରେ ସାହାଯ୍ୟ କରିଥିଲା। ମାଞ୍ଚେଷ୍ଟରରେ ଭାରତୀୟ ଦଳର କେବେ ନ ଜିତିବାର ଧାରା ଜାରି ରହିଛି। ଏଠାରେ ଏହା ଟିମ୍ ଇଣ୍ଡିଆର ଷଷ୍ଠ ଡ୍ର, ଯାହାକି ଏହା ଓଲ୍ଡ ଟ୍ରାଫୋର୍ଡରେ ୪ ପରାଜୟ ହୋଇଛି । ଭାରତର ପ୍ରଥମ ଇନିଂସ ୩୫୮ରନରେ ସୀମିତ ରହିଥିବାବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୬୬୯ ରନର ବିଶାଳ ସ୍କୋର କରିଥିଲା।