ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଶେଷ ହେଲା ଦୀର୍ଘ ୪ ବର୍ଷର ଅପେକ୍ଷା, କ୍ୟାରିୟରରେ ପ୍ରଥମ ଶତକ କଲେ ୱାଶିଂଟନ ସୁନ୍ଦର

Published By : Tapas Panda | July 27, 2025 11:01 PM

ନୂଆଦିଲ୍ଲୀ: ମାଞ୍ଚେଷ୍ଟର ଟେଷ୍ଟର ଶେଷ ଇନିଂସରେ ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଅତି ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ତାଙ୍କ ଇନିଂସ ଯୋଗୁଁ ଭାରତୀୟ ଦଳ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର କରିବାରେ ସଫଳ ହୋଇଛି । ଏହି ଇନିଂସରେ ୱାଶିଂଟନ ସୁନ୍ଦର ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲା। ସେ ଏହି ସୁଯୋଗର ପୂର୍ଣ୍ଣ ଫାଇଦା ଉଠାଇ ଏକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ଯେତେବେଳେ ୱାଶିଂଟନ ସୁନ୍ଦର ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ଟିମ୍ ଇଣ୍ଡିଆ ୧୮୮ ରନରେ ୩ ୱିକେଟ ହରାଇ ସାରିଥିଲା। ଏହା ପରେ, ସେ ଶୁଭମନ ଗିଲଙ୍କ ସହ ମିଶି ଇନିଂସକୁ ଆଗକୁ ନେଇଥିଲେ ଏବଂ ତା’ପରେ ରବୀନ୍ଦ୍ର ଜାଡେଜାଙ୍କ ସହ ଏକ ସ୍ମରଣୀୟ ଭାଗୀଦାରି କରିଥିଲେ ।

ଏହି ଇନିଂସରେ ୱାଶିଂଟନ ସୁନ୍ଦର ୨୦୬ ବଲ୍ ସାମ୍ନା କରିଥିଲେ ଏବଂ ଅପରାଜିତ ୧୦୧ ରନ୍ କରିଥିଲେ । ତାଙ୍କ ଇନିଂସରେ ୯ଟି ଚୌକା ଏବଂ ୧ଟି ଛକା ଅନ୍ତର୍ଭୁକ୍ତ । ୱାଶିଂଟନ ସୁନ୍ଦରଙ୍କ ଟେଷ୍ଟ କ୍ୟାରିଅର ୨୦୨୧ ମସିହାରେ ଆରମ୍ଭ ହୋଇଥିଲା ଏବଂ ତାଙ୍କୁ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଶତକ ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। 

ଏହି ଇନିଂସରେ ୱାଶିଂଟନ ସୁନ୍ଦର ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ସହ ଏକ ଦୃଢ଼ ଭାଗୀଦାରି କରିଥିଲେ। ଉଭୟ ଖେଳାଳି ୩୩୪ଟି ବଲ୍ ଖେଳି ଅପରାଜିତ ୨୦୩ ରନ୍ ଯୋଡ଼ିଥିଲେ। ଉଭୟ ଖେଳାଳି ୨ରୁ ଅଧିକ ସେସନ୍‌ ବ୍ୟାଟିଂ କରିଥିଲେ ଏବଂ ଭାରତୀୟ ଟିମ୍‌ର କୌଣସି ୱିକେଟ୍ ଯାଇ ନଥିଲା। ୱାଶିଂଟନ ସୁନ୍ଦର SENA(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ) ଦେଶରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିବାରେ ୨୬ତମ ଭାରତୀୟ ହୋଇଛନ୍ତି । ଏହାସହ, ସେ ଭାରତ ପାଇଁ ଟେଷ୍ଟରେ ଶତକ ହାସଲ କରିବାରେ ୭୦ତମ ଖେଳାଳି ମଧ୍ୟ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.