ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ପେଟ୍ରୋଲ ଦେଲେନି ବୋଲି ଲାଇନ କାଟିଦେଲେ ବିଦ୍ୟୁତ କର୍ମଚାରୀ...!

Published By : Bijay Swain | January 15, 2025 10:42 PM

Image courtesy: indiatoday

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁରରେ ଏମିତି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଏକ ପେଟ୍ରୋଲପମ୍ପରେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ହେଲମେଟ ପିନ୍ଧି ନଥିବା କାରଣରୁ ପେଟ୍ରୋଲ ନମିଳିବାରୁ ସେ ପେଟ୍ରୋଲପମ୍ପର ବିଦ୍ୟୁତ କାଟିଦେଇଥିବା ଜଣାପଡିଛି। ଏହି ଘଟଣାରେ ପେଟ୍ରୋଲପମ୍ପର ମାଲିକ ଥାନାରେ ଏକ ମାମଲା ରୁଜୁ କରିବା ସହ ବିଦ୍ୟୁତ ବିଭାଗ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। 

ହାପୁରର ପାତ୍ରପୁର ରୋଡଠାରେ ଥିବା ପେଟ୍ରୋଲପମ୍ପରେ ଏହି ଘଟଣା ଘଟିଥିବା ଜଣାପଡିଛି। ସୂଚନାନୁଯାୟୀ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଉକ୍ତ ପେଟ୍ରୋଲ ପମ୍ପରେ ପୋଟ୍ରୋଲ ପକେଇବାକୁ ପହଞ୍ଚିଥିଲେ। କିନ୍ତୁ ସେ ହେଲମେଟ ପିନ୍ଧି ନଥିବାରୁ ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ ତାଙ୍କୁ ପେଟ୍ରୋଲ ଦବାକୁ ସିଧାସଳଖ ମନା କରିଦେଇଥିଲେ। କାରଣ ଉତ୍ତରପ୍ରଦେଶରେ ବଢୁଥିବା ଦୁର୍ଘଟଣା ହାରକୁ ଦୃଷ୍ଟିରେ ରଖି ସରକାର ନିକଟରେ ସମୂର୍ଣ୍ଣ ରାଜ୍ୟରେ ନୋ ହେଲମେଟ, ନୋ ପେଟ୍ରୋଲ ନୀତି ଆପଣେଇଛନ୍ତି।

ଏହି ଘଟଣାରେ ଉକ୍ତ ଲାଇନମ୍ୟାନ ଜମଙ୍କ ଏତେ ଉତକ୍ଷିପ୍ତ ହୋଇଯାଇଥିଲେ ଯେ ପେଟ୍ରୋଲ ପମ୍ଫକୁ ବିଦ୍ୟୁତ ସଂଯୋଗ ଯୋଗାଉଥିବା ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗକୁ କାଟିଦେଇଥିଲେ। ବିଦ୍ୟତ୍ ସରବରାହ ବନ୍ଦ ହୋଇଯିବା ଫଳରେ ପେଟ୍ରୋଲପମ୍ପ କାମ କରିବା ବନ୍ଦ କରିଦେଇଥିଲା। ଯାହାଫଳରେ ପେଟ୍ରୋଲ ଭରିବାକୁ ଅପେକ୍ଷା କରିଥିବା ଅନ୍ୟ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। 

ପେଟ୍ରୋଲପମ୍ପର ମାଲିକ ସ୍ଥାନିୟ ଅଧିକାରୀ ଓ ପୋଲିସକୁ ଯୋଗାଯୋଗ କରିବା ପରେ 20 ମିନିଟ ମଧ୍ୟରେ ବିଦ୍ୟୁତ ସେବା ନିରବିଚ୍ଛିନ କରାଯାଇଥିଲା। ଏହି ଘଟଣାର କଏଦ ସିସିଟିଭି ଫୁଟେଜ ବର୍ତ୍ତମାନ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.