ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ମେଘନାଦ ଦେଶାଇଙ୍କ ଦେହାନ୍ତ, ଭାରତ- ବ୍ରିଟେନ୍ ସମ୍ପର୍କକୁ ସୃଦୁଢ କରିବାରେ ଥିଲା ଭୂମିକା

Published By : Ankita S | July 30, 2025 8:04 AM

ନୂଆଦିଲ୍ଲୀ,୩୦/୦୭: ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ମେଘନାଦ ଦେଶାଇଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ଗୁରୁଗ୍ରାମରେ ଦେହାନ୍ତ । ଭାରତରେ ଜନ୍ମିତ ବ୍ରିଟେନ୍ ନାଗରିକ ମେଘନାଦ ହାଉସ୍ ଅପ୍ ଲର୍ଡ ସଦସ୍ୟ ଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଭାରତ- ବ୍ରିଟେନ୍ ସମ୍ପର୍କରେ ତାଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଭାରତ ଏବଂ ଭାରତୀୟ ସଂସ୍କୃତି ସହିତ ଗଭୀର ସମ୍ପର୍କ ରଖିଥିବା ମେଘନାଦ ଦେଶାଇଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଗୁଜୁରାଟର ଭଦୋଦରାରେ ଜନ୍ମଗ୍ରହଣ କରିଥିବା ମେଘନାଦ ଦେଶାଇ ତାଙ୍କର ବହୁମୁଖୀ ପ୍ରତିଭା ଯୋଗୁଁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ । ସେ ବ୍ରିଟେନର ହାଉସ ଅଫ୍ ଲର୍ଡସର ସଦସ୍ୟ ମଧ୍ୟ ଥିଲେ । ଅର୍ଥନୈତିକ ମାମଲାରେ ବିଶେଷଜ୍ଞତା ସହିତ, ତାଙ୍କର ରାଜନୀତିର ମଧ୍ୟ ଜ୍ଞାନ ରହିଥିଲା । ସେ ଭାରତ-ବ୍ରିଟେନ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ମେଘନାଦ ଦେଶାଇ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତିର ପ୍ରଫେସର ଥିଲେ । ୧୯୯୨ ମସିହାରେ, ଏହି ପ୍ରତିଷ୍ଠିତ ପ୍ରତିଷ୍ଠାନରେ ଗ୍ଲୋବାଲ୍ ଗଭର୍ନାନ୍ସ ଷ୍ଟଡିଜ୍ ସେଣ୍ଟର୍ ପ୍ରତିଷ୍ଠା କରିଥିଲେ । ସେ ଅନେକ ପୁସ୍ତକ ଲେଖିଥିଲେ । ସେଥି ମଧ୍ୟରୁ  ମାର୍କ୍ସିଆନ୍ ଇକୋନୋମିକ୍ ଥିଓରୀ, ମାର୍କ୍ସସ୍ ରିଭେଞ୍ଜ୍ସ: ଦି ରିସର୍ଜେନ୍ସ ଅଫ୍ କ୍ୟାପିଟାଲିଜିମ୍ ଆଣ୍ଡ୍ ଦି ଡେଥ୍ ଅଫ୍ ଷ୍ଟାଟିଷ୍ଟ୍ ସୋସିଆଲିଜିମ୍, ଦି ରିଡିସ୍କୋଭର୍ରୀ ଅଫ୍ ଇଣ୍ଡିଆ, 'ନେହେରୁସ୍ ହିରୋ ଦିଲୀପ୍ କୁମାର' ଯିଏ ଭଗବଦ୍ ଗୀତା ସାମିଲ ଅଛି । ସେ ୨୦୦ ରୁ ଅଧିକ ଶିକ୍ଷାଗତ ପ୍ରବନ୍ଧ ମଧ୍ୟ ଲେଖିଛନ୍ତି । 

ଦେଶାଇ ୧୯୬୫ ରୁ ୨୦୦୩ ପର୍ଯ୍ୟନ୍ତ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ପାଠପଢ଼ା କରିଥିଲେ । ବ୍ରିଟେନର ଶିକ୍ଷାଗତ ଏବଂ ରାଜନୈତିକ କ୍ଷେତ୍ରରେ ବହୁତ ପ୍ରଭାବ ପକାଇଥିବା ଦେଶାଇ ବ୍ରିଟେନର ଲେବର ପାର୍ଟିର ସଦସ୍ୟ ଥିଲେ । ସେ ୧୯୮୬ ରୁ ୧୯୯୨ ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କର ପ୍ରାୟ ୪୯ ବର୍ଷର ରାଜନୈତିକ କ୍ୟାରିୟର ରହିଛି ।

ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକ୍ସରେ ଲେଖିଛନ୍ତି, ''ଜଣେ ବିଶିଷ୍ଟ ଲେଖକ ଏବଂ ଅର୍ଥନୀତିଜ୍ଞ ମେଘନାଦ ଦେଶାଇଙ୍କ ବିୟୋଗରେ ମୁଁ ମର୍ମାହତ । ସେ ସର୍ବଦା ଭାରତ ଏବଂ ଭାରତୀୟ ସଂସ୍କୃତି ସହିତ ଜଡିତ ଥିଲେ । ଭାରତ-ୟୁକେ ସମ୍ପର୍କକୁ ଆହୁରି ସୃଦୁଢ କରିବାରେ ତାଙ୍କର ଭୂମିକା ଥିଲା । ତାଙ୍କ ଅବଦାନ ସବୁବେଳେ ମନେ ରହିବ । ଏପରି ଦୁଃଖ ସମୟରେ ତାଙ୍କ ପରିବାର ପ୍ରତି ମୋର ସମବେଦନା ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.