ପ୍ରମୂଖ ଖବର
  • ବୌଦ୍ଧ : ସାପ୍ତାହିକ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ
  • ||
  • ଯାଜପୁର : ୨ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର
  • ||
  • ଇଣ୍ଡିଆ-ଇଂଲଣ୍ଡ ୱାନ୍‌ ଡେ ମ୍ୟାଚ୍‌ ପାଇଁ ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଉନ୍ମୋଚନ କଲେ ଓଡ଼ିଆ ଥିମ୍‌ ସଙ୍ଗ୍‌
  • ||
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

୧୦ ଟ୍ରିଲିୟନ ଡଲାର ହୋଇପାରିବ ଦେଶର ଅର୍ଥନୀତି; ଅର୍ଥନୈତିକ ସର୍ଭେରେ ହେଲା ଖୁଲାସା

Published By : Prameya | January 31, 2025 8:25 PM

ନୂଆଦିଲ୍ଲୀ,୩୧/୦୧: ଭାରତର ଅର୍ଥନଢତିକ ସର୍ଭେ ହୁଏତ ବିକାଶର ଏକ ହିସାବ ଦେଇଥାଇପାରେ, କିନ୍ତୁ ଏଥିରୁ ଗୋଟିଏ ଜିନିଷ ବାହାରିଛି ଯାହାକୁ ନେଇ ଚର୍ଚ୍ଚା। ଗୋଟିଏ ମାମଲାରେ ଏହି ଅର୍ଥନୈତିକ ସର୍ଭେ ସମଗ୍ର ବିଶ୍ୱରେ ଭାରତକୁ ଚକିତ କରିଛି। ଆମେ ବିଶ୍ୱର ସର୍ବବୃହତ ଯୁବଶକ୍ତି ସମ୍ପନ୍ନ ଦେଶ ଅଟେ। ଆମର ଯୁବକମାନେ ଆମର ସବୁଠୁ ବଡ଼ ସମ୍ପତ୍ତି, ଯିଏ ଭାରତକୁ ୧୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିପାରିବେ। ଏପରିକି ଏହି ଯୁବକମାନେ ୨୦୩୦ ସୁଦ୍ଧା ଆମେରିକା ଏବଂ ଚୀନ୍ ପରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବେ।

ଆମ ଜନସଂଖ୍ୟାର ୨୬ ପ୍ରତିଶତ ଲୋକ ୧୦ ରୁ ୧୪ ବର୍ଷ ମଧ୍ୟରେ ଅଛନ୍ତି। ଯେଉଁମାନେ ଆମ ପାଇଁ ଏକ ବଡ଼ ଓ୍ବର୍କଫୋର୍ସ ସୃଷ୍ଟି କରୁଛନ୍ତି। ଅର୍ଥନୈତିକ ସର୍ଭେ ୨୦୨୪-୨୫ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୧୪ ରେ ଭାରତ ବିଶ୍ୱର ଦଶମ ବୃହତ୍ତମ ଅର୍ଥନୀତି ଥିଲା। ଏକ ଦଶନ୍ଧି ମଧ୍ୟରେ ଏହା ବ୍ରିଟେନକୁ ଅତିକ୍ରମ କରି ଚତୁର୍ଥ ସ୍ଥାନକୁ ଆସିଛି। ବର୍ତ୍ତମାନ ୨୦୩୦ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି।

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ବିଶ୍ୱର ସବୁଠାରୁ ସର୍ବୋତ୍ତମ ଯୁବସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରୁ ଭାରତ ଅନ୍ୟତମ। ଏଠାରେ ହାରାହାରି ବୟସ ୨୮ ବର୍ଷ। ଅପରପକ୍ଷେ, ବହୁ ବିକଶିତ ଦେଶ ବାର୍ଦ୍ଧକ୍ୟ ଜନସଂଖ୍ୟା ଏବଂ ଓ୍ବର୍କଫୋର୍ସ ଅଂଶଗ୍ରହଣ ହ୍ରାସ ସହ ସଂଘର୍ଷ କରୁଛନ୍ତି। ଯେତେବେଳେ କି ଭାରତରେ, ଏଭରଗ୍ରୀନ୍‌ ୟୁଥ୍‌ଙ୍କ ଯୋଗଦାନ ବୃଦ୍ଧି ପାଉଛି ଏବଂ ଦେଶର ଅର୍ଥନୀତିକୁ ଶକ୍ତି ଦେବାକୁ ଏମାନେ ଆଗ୍ରହୀ ଅଛନ୍ତି। 

ଅର୍ଥନୈତିକ ସର୍ବେକ୍ଷଣର ଆଉ ଏକ ତଥ୍ୟ ଆଖି ଖୋଲିଦେବା ଭଳି ଅଟେ, ଦେଶରେ କାର୍ଯ୍ୟରତ ଲୋକଙ୍କ ନିର୍ଭରଶୀଳତା ହ୍ରାସ ପାଉଛି। ଏହାର ଅର୍ଥ ଅଧିକରୁ ଅଧିକ ଲୋକ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବା ପରିବର୍ତ୍ତେ ନିଜର ରୋଜଗାର କରିବାକୁ ଚାହାଁନ୍ତି। ଯଦି ଏହି ସମସ୍ତ ଲୋକଙ୍କୁ ରୋଜଗାରର ସୁଯୋଗ ମିଳିବ, ତେବେ ସେମାନେ ଏକତ୍ର ଅର୍ଥନୀତିକୁ ବୃଦ୍ଧି କରିବେ। ଏହା ଉତ୍ପାଦନ ବୃଦ୍ଧି କରିବ ଏବଂ ଆୟ ସ୍ତରରେ ମଧ୍ୟ ଉନ୍ନତି ହେବ। ତେବେ ଅର୍ଥନୈତିକ ସର୍ଭେ ମଧ୍ୟ ଚେତାବନୀ ଦେଇଛି ଯେ ଡେମୋଗ୍ରାଫିକ ଡିଭିଡେଣ୍ଡ ହାସଲ କରିବା ପାଇଁ ନିଯୁକ୍ତି ସୁଯୋଗରେ ଅଭିବୃଦ୍ଧିର ଆବଶ୍ୟକତା ରହିବ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.