ପ୍ରମୂଖ ଖବର
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ

Published By : Harapriya Sethi | October 9, 2024 11:10 AM

ଚାନ୍ଦବାଲି,୦୯/୧୦: ଜଣେ ମଦ୍ୟପ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ୧୩୨ କେଭି ବିଦ୍ୟୁତ ଖୁଣ୍ଟି ଉପରେ ଚଢିଥିଲେ ।  ସେଠାରୁ ଜଳି ଜଳି ତଳେ ପଡ଼ି ଅଳ୍ପକେ ବଞ୍ଚି ଯାଇଛନ୍ତି ଯୁବକ । ଯୁବକ ଜଣକ ପଶ୍ଚିମ ବଙ୍ଗ ପୁରୁଲିଆ ଅଞ୍ଚଳର ବାମପଦ ଗୋପ ବୋଲି ଜଣାପଡିଛି । ପଶ୍ଚିମବଙ୍ଗରୁ ଆସି ଧାମରା ଅଦାନୀ ପୋର୍ଟରେ ଠିକାଦାର ପାଖରେ ଅସ୍ଥାୟୀ ଶ୍ରମିକ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଠାରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବାମପଦ ନାମକ ଯୁବକ ପଶ୍ଚିମବଙ୍ଗରୁ ଆସି ଧାମରା ଅଦାନୀ ପୋର୍ଟରେ ଠିକାଦାର ପାଖରେ ଅସ୍ଥାୟୀ ଶ୍ରମିକ ଭାବେ କାମ କରୁଥିଲେ । ଯୁବକ ଜଣକ ମଦ ପିଇ ନିଶାଶକ୍ତ ଅବସ୍ଥା ରେ ଏକ ୧୩୨ କେଭି ବିଜୁଳି ଟାୱାର ଲାଇନକୁ ଚଢିଯାଇଥିଲେ । ସ୍ଥାନୀୟଲୋକେ ତାକୁ ତଳକୁ ଓହ୍ଲାଇବାକୁ କହୁଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ୧୩୨ କେଭି ତାରକୁ ଧରି ଦେଇଥିଲେ । ଫଳରେ ଯୁବକଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଭାଗ୍ୟବସତ ସମ୍ପୃକ୍ତ ଯୁବକ ଟାୱାର ଖୁଣ୍ଟରୁ ଖସି ପଡିଥିଲା । ଏହା ଦେଖି ସ୍ଥାନୀୟଲୋକେ ତାକୁ ଉଦ୍ଧାର କରି ଧାମରା ଆଦାନୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ପରିସ୍ଥିତି ସଂକଟପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ପରେ ଏନେଇ ଧାମରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.