ପ୍ରମୂଖ ଖବର
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

କାଟୁ କଲାନି ଟ୍ରମ୍ପଙ୍କ ତାଗିଦ୍‌, ଦ୍ରୁତ ବେଗରେ ଆଗେଇଛି ଆଇଫୋନ୍‌ କ୍ୟାମ୍ପସ୍‌ କାର୍ଯ୍ୟ

Published By : Prameya | May 23, 2025 11:32 AM

ନୂଆଦିଲ୍ଲୀ,୨୩/୦୫: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତାଗିଦ୍‌  ସତ୍ତେ୍ୱ ଭାରତରେ ନିଜର ସମ୍ପ୍ରସାରଣ  ଯୋଜନା ନେଇ ଦୃଢ଼ ରହିଛି ଆପଲ୍‌ ।  କମ୍ପାନି ଚୀନ୍‌ରୁ ଯୋଗାଣ ଶୃଙ୍ଖଳକୁ ଭାରତକୁ ସ୍ଥାନାନ୍ତର କରୁଥିବାବେଳେ  ଏହାର ପ୍ରମୁଖ କଣ୍ଟ୍ରାକ୍ଟ ଉତ୍ପାଦନକାରୀ  ଫକ୍ସକନ୍‌ ଭାରତରେ ୩୦୦ ଏକର  ଆଇଫୋନ୍‌ କ୍ୟାମ୍ପସ୍‌ ପାଇଁ ପ୍ରସ୍ତୁତିକୁ  ଜୋରଦାର କରିଥିବା ଜଣାପଡ଼ିଛି ।  ଫକ୍ସକନ୍‌ ଦେବାନ୍‌ହଲି ପ୍ଲାଣ୍ଟର ୩୦,୦୦୦  କର୍ମଚାରୀଙ୍କ ରହିବା ପାଇଁ ଆବାସିକ  କମ୍ପେ୍ଲକ୍ସ୍‌ ନିର୍ମାଣ କାର୍ଯ୍ୟ ଅଗ୍ରିମ ସ୍ତରରେ  ରହିଛି । ଖୁବ୍‌ଶୀଘ୍ର ଏହି ୟୁନିଟ୍‌ରୁ ଆମେରିକାକୁ ରପ୍ତାନି ହେବ ଆଇଫୋନ୍‌ ।  ଭାରତ ବଦଳରେ ଆମେରିକାକୁ  ଆଇଫୋନ୍‌ ନିର୍ମାଣ ସ୍ଥାନାନ୍ତର କରିବା  ପାଇଁ ଟ୍ରମ୍ପଙ୍କ ଆହ୍ୱାନ ଫଳପ୍ରଦ  ହୋଇନାହିଁ । 

ସୂଚନାଯୋଗ୍ୟ, ନିକଟରେ  ଟ୍ରମ୍ପ କତାର ଯାତ୍ରା ଅବସରରେ ଆପଲ  ସିଇଓ ଟିମ୍‌ କୁକ୍‌ଙ୍କ ସହ ଆଲୋଚନା  କରିଥିଲେ । ସେ କହିଥିଲେ ଯେ,  ଟିମ୍‌ କୁକ୍‌ଙ୍କ ସହ ସାମାନ୍ୟ ଯୁକ୍ତିତର୍କ  ହୋଇଛି । କୁକ୍‌ ଭାରତରେ ପ୍ଲାଣ୍ଟ  ବନାଉଛନ୍ତି ଏବଂ ମୁଁ ଚାହେଁନାହିଁ ଯେ  ଭାରତରେ ଆପଲ୍‌ ପ୍ଲାଣ୍ଟ ବସାଉ । ଟ୍ରମ୍ପ  ସ୍ପଷ୍ଟ ଭାବେ କହିଥିଲେ ଯେ, ଭାରତରେ  ପ୍ଲାଣ୍ଟ ବସାଇବା ପାଇଁ ଆମର କୌଣସି  ପ୍ରକାର ଆଗ୍ରହ ନାହିଁ । ଭାରତ ନିଜ ଧ୍ୟାନ ନିଜେ ରଖିପାରିବ ।  

ଟ୍ରମ୍ପଙ୍କ ତାଗିଦ୍‌ ସତ୍ତେ୍ୱ ଆପଲ୍‌  ସିଇଓ ଟିମ୍‌ କୁକ୍‌ ଭାରତ ପାଇଁ କମ୍ପାନିର ସମ୍ପ୍ରସାରଣ ନେଇ ଦୃଢ଼ମନା ରହିଛନ୍ତି ।  କର୍ଣ୍ଣାଟକ ପ୍ଲାଣ୍ଟ କାର୍ଯ୍ୟ ଜୋରସୋର  ଚାଲିଛି । ଜୁନ୍‌ ସୁଦ୍ଧା ଏହି ପ୍ଲାଣ୍ଟରୁ ପ୍ରସ୍ତୁତ  ଆଇଫୋନ୍‌ ଆମେରିକା ବଜାରରେ  ପହଞ୍ଚିବ । ଆମେରିକା ବଜାର ପାଇଁ ସର୍ବାଧିକ ଆଇଫୋନ୍‌ ଚୀନ୍‌ ବଦଳରେ  ଭାରତରେ ନିର୍ମାଣ ହେବ ବୋଲି କୁକ୍‌  ସ୍ପଷ୍ଟ ଅଛନ୍ତି । ଏହି କ୍ରମରେ କମ୍ପାନି ଦ୍ରୁତ  ବେଗରେ ଆଗକୁ ବଢୁଛି ।  

କମ୍ପାନିର ଏହି ପ୍ରତିବଦ୍ଧତାର  ପ୍ରମାଣ କର୍ଣ୍ଣାଟକସ୍ଥିତ ଫକ୍ସକନ୍‌ର  ଦେବାନ୍‌ହଲି ୟୁନିଟ୍‌ରେ ସ୍ପଷ୍ଟ ଦୃଶ୍ୟମାନ  ହେଉଛି । ତାଇୱାନ୍‌ଭିତ୍ତିକ କଣ୍ଟ୍ରାକ୍ଟ  ମାନୁଫ୍ୟାକ୍‌ଚର୍‌ର ଏହି ୩୦୦ ଏକର  ପ୍ଲାଣ୍ଟ ସାଇଟ୍‌ରେ କାର୍ଯ୍ୟ ସ୍ୱାଭାବିକ  ରହିଛି । ଟ୍ରମ୍ପଙ୍କ ତାଗିଦ୍‌ର ପ୍ରଭାବ  ଏହା ଉପରେ ପଡ଼ିନାହିଁ । କର୍ମଚାରୀଙ୍କ  ରହିବା ପାଇଁ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ  ଜୋରସୋର ଚାଲିଛି, ଯାହାକି ଫକ୍ସକନ୍‌ର  ପରିଚାଳନାଗତ ଢ଼ାଞ୍ଚା ପାଇଁ ଅତ୍ୟନ୍ତ  ଜରୁରୀ । ଆପଲ୍‌ର ସର୍ବବୃହତ୍‌ କଣ୍ଟ୍ରାକ୍ଟ  ଉତ୍ପାଦନକାରୀ ହେଉଛି ଫକ୍ସକନ୍‌ ।  

ଫକ୍ସକନ୍‌ ଏହାର ଦେବାନ୍‌ହଲି  ୟୁନିଟ୍‌ର ପରିଚାଳନା ଲାଗି ବଡ଼  ଆକାରରେ ପୁଞ୍ଜି ଖଟାଉଛି । ଏହି  ୟୁନିଟ୍‌ ବେଙ୍ଗାଲୁରୁର କେମ୍ପେଗୌଡ଼ା  ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୩୪  କିଲୋମିଟର ଦୂରରେ ଅବସ୍ଥିତ । ଏହି  ଫ୍ୟାସିଲିଟିରେ କମ୍ପାନି ୨୧,୯୧୧ କୋଟି  ଟଙ୍କାର ପୁଞ୍ଜିନିବେଶ କରିଛି ।  

ଦେବାନ୍‌ହଲି ପ୍ଲାଣ୍ଟସ୍ଥିତ ଆବାସିକ  କମ୍ପେ୍ଲକ୍ସର କ୍ଷମତା ୩୦,୦୦୦ ଷ୍ଟାଫ୍‌ଙ୍କ  ପାଇଁ ରହିଛି । ଏଥିସହିତ ଏହା  ହେବ ଭାରତର ସର୍ବବୃହତ୍‌ ଷ୍ଟାଫ୍‌  ଆକମଡେସନ୍‌ କମ୍ପେ୍ଲକ୍ସ । ଡିସେମ୍ବର  ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ । ଫ୍ୟାକ୍ଟ୍ରି  କର୍ମଚାରୀ, ଯେଉଁମାନେ ଆଇଫୋନ୍‌  ଆସେମ୍ବଲ କାର୍ଯ୍ୟ କରିଥାନ୍ତି, ସେମାନଙ୍କ  ପାଇଁ ସ୍ୱତନ୍ତ୍ର ଭାବେ ଏହି ଆକମଡେସନ୍‌  କମ୍ପେ୍ଲକ୍ସକୁ ପ୍ରସ୍ତୁତ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.