ନୂଆଦିଲ୍ଲୀ,୨୪।୫: ପାକିସ୍ତାନରେ ସରକାରଙ୍କ ବିରୋଧରେ ସାଧାରଣ ଜନତା।ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ଝିଅ ଆସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କ କାରକେଡ ଉପରକୁ ଆକ୍ରମଣ। ଆସିଫା କରାଚୀରୁ ସିନ୍ଧର ନବାବଶାହ ଯାତ୍ରା କରୁଥିଲେ, ରାସ୍ତାରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ଘେରି ଯାଇଥିଲେ। ସେ ଜାମଶୋରୋ ଟୋଲ୍ ପ୍ଲାଜା ଦେଇ ଯାଉଥିବା ସମୟରେ କେନାଲ ପ୍ରକଳ୍ପକୁ ବିରୋଧ କରୁଥିବା ପ୍ରଦର୍ଶନକାରୀମାନେ ତାଙ୍କୁ କିଛି ସମୟ ପାଇଁ ଅଟକାଇଥିଲେ ଏବଂ ଲାଠି ସାହାଯ୍ୟରେ କାରକେଡ୍ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହା ରାଜପଥରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା।
ପ୍ରଦର୍ଶନକାରୀଙ୍କ କହିବା ଅନୁସାରେ, ବିବାଦୀୟ କେନାଲ ପ୍ରୋଜେକ୍ଟ ଓ କର୍ପୋରେଟ୍ ଫାର୍ମିଂକୁ ବିରୋଧ କରୁଥିଲେ। ସେ ଏହି ପ୍ରକଳ୍ପକୁ ଚାଷୀ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ ବୋଲି କହିଥିଲେ। ପୋଲିସର କହିବା ଅନୁଯାୟୀ, ଏହି ଘଟଣା ସମୟରେ ସୁରକ୍ଷା ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଫା ଜରଦାରୀଙ୍କ ଗାଡ଼ିକୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସିନ୍ଧର ଜାମଶୋରୋର ଏସଏସପି ଜାଫର ସିଦ୍ଦିକୀ କହିଛନ୍ତି ଯେ କାରକେଡ୍କୁ ଗୋଟିଏ ମିନିଟ୍ ରୁ କମ୍ ସମୟ ପାଇଁ ଅଟକାଯାଇଥିଲା ଏବଂ କୌଣସି ପ୍ରକାରର କ୍ଷତି ହୋଇନାହିଁ। ସେ କହିଛନ୍ତି, "ଯଦି କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୁଏ, ତେବେ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।’