ନୂଆଦିଲ୍ଲୀ,୨୪।୫: ସଂସଦ ଭବନରେ ମଦ ପିଇଲେ ସାଂସଦ। ତାହା ପୁଣି ନିଜର ଜୋତାରେ ଓଜାଡି। ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ସମୟରେ ଭିଡିଓ । ଏହା ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଏଭଳି ଏକ ଘଟଣା ଅଷ୍ଟେ୍ରଲିଆ ସଂସଦରେ ଦେଖିବାକୁ ମିଳିଛି। ଯାହାକି ସେଠାର ଲୋକଙ୍କ ପାଇଁ ନୂଆ ନୁହେଁ। ଏହା ତାଙ୍କର ପରମ୍ପରା, ଯାହାକୁ ‘ଶୁଇ’ କୁହାଯାଏ।
ସୋସିଆଲ ମିଡିଆରେ ଆଜିକାଲି ଖୁବ୍ ଭାଇରାଲ ହେଉଛି ଅଷ୍ଟେ୍ରଲିଆ ସାଂସଦଙ୍କ ଏକ ଭିଡିଓ। ସେ ହେଉଛନ୍ତି ସାଂସଦ କାଇଲ ମେକାଗିନ୍। ସେ ନିଜର ସଂସଦୀୟ କାର୍ଯ୍ୟକାଳର ଶେଷ ଦିନରେ ଏଭଳି କିଛି କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଛି। ସଂସଦରେ କାଇନ୍ କହିଥିଲେ 'ମୁଁ ଏହି ଭାଷଣକୁ କିପରି ଶେଷ କରିବି ସେ ବିଷୟରେ ବହୁତ ଚିନ୍ତା କରିଥିଲି ଏବଂ ମୋତେ ଲାଗିଲା ଯେ ଏହା ଏକମାତ୍ର ଉପାୟ।' ଗୋଲ୍ଡଫିଲ୍ଡସରେ ଥିବା ମୋ ନିର୍ବାଚନମଣ୍ଡଳୀର ଲୋକମାନେ ଏହାକୁ ବିଶେଷ ଭାବରେ ପ୍ରଶଂସା କରିବେ। ତାଙ୍କ ପାନୀୟ ଶେଷ କରିବା ପୂର୍ବରୁ ସେ କହିଲେ, 'ମୁଁ ଗାଳି ପାଇବାରେ ଅଭ୍ୟସ୍ତ, ତେଣୁ ଆମକୁ ଏଠାରେ ଏହାକୁ ଶେଷ କରିବା ଉଚିତ, କିନ୍ତୁ ମୁଁ ଭୋଟରମାନଙ୍କୁ କହିବାକୁ ଚାହେଁ, ଦୁଇଟି ସୁନ୍ଦର କାର୍ଯ୍ୟକାଳ ପାଇଁ ଧନ୍ୟବାଦ।' ଚିଅର୍ସ। । ଯଦିଓ ଏହା ଅନ୍ୟମାନଙ୍କୁ ଚକିତ କରିଦେବା ଭଳି ଘଟଣା। ତେବେ ଅଷ୍ଟେ୍ରଲିଆ ଲୋକଙ୍କ ଭିତରେ ଏଭଳି ପରମ୍ପରା ରହିଛି। ଯଦି କେହି ଖୁସିରେ ଥାଏ ତେବେ ଜୋତାରେ ପାନୀୟ ଦ୍ରବ୍ୟକୁ ଓଜାଡି ପିଇଥାନ୍ତି।
ଏହି ପରମ୍ପରାକୁ ‘ଶୁଇ’ କୁହଯାଏ। ଏହି ପରମ୍ପରା କେବେ ଆରମ୍ଭ ହୋଇଛି ତାକୁ ନେଇ ବହୁ ମାନ୍ୟତା ରହିଛି। କିନ୍ତୁ ଆଧୁନିକ ଅଷ୍ଟେ୍ରଲିଆର ବହୁ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଏଭଳି କରନ୍ତି। ମୁଖ୍ୟ ଭାବରେ ଫର୍ମୁଲା ଓ୍ବାନ୍ ଡ୍ରାଇଭର ଡାନିୟଲ ରିକିୟାର୍ଡୋ, ଫିଲ୍ମଷ୍ଟାର ପୋଟ୍ରିକ୍ ସ୍ବିଭର୍ଟ, ଜିମି ଫଲନ୍, ହୁଗଗ୍ରାଣ୍ଟ ଓ ଜେରାର୍ଡ ବଟଲର ଏଭଳି କରିଛନ୍ତି।