ହିନ୍ଦୁ ଧର୍ମରେ ବର୍ଷକୁ ୪ ଥର ନବରାତ୍ରିର ମହାପର୍ବ ଆସିଥାଏ । ସେଥିମଧ୍ୟରୁ ଚୈତ୍ର ନବରାତ୍ରିର ରହିଛି ବିଶେଷ ମହତ୍ତ୍ୱ । ତେବେ ଚଳିତ ବର୍ଷ ଚୈତ୍ର ନବରାତ୍ରି ମାର୍ଚ୍ଚ ୩୦ ତାରିଖ (ରବିବାର)ଠାରୁ ଆରମ୍ଭ ହେବାକୁ ଯାଉଛି । ମାଆଙ୍କର ଏହି ମହାପର୍ବ ୯ ଦିନ ପରେ ଅର୍ଥାତ ଏପ୍ରିଲ ୭ ତାରିଖ (ସୋମବାର)ରେ ସମାପ୍ତ ହେବ । ଏହି ୯ ଦିନରେ ମାଆଙ୍କର ୯ ଟି ରୂପର ସମସ୍ତ ନିୟମ ପୂର୍ବକ ପୂଜା କରାଯାଇଥାଏ । ଭକ୍ତଗଣ ମାାଙ୍କ ଆରାଧନା କରି ଚୈତ୍ର ନବରାତ୍ରି ବ୍ରତ ପାଳନ କରି ମାଆଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ।
ପୂଜା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ-
ନବରାତ୍ରି ପୂଜା କରିବା ପୂର୍ବକୁ ଏହି ସବୁ କାମ ନିଶ୍ଚୟ କରି ନିଅନ୍ତୁ । ମାନ୍ୟତା ରହିଛି ଯେ, ଏହି ସବୁ କାମ କରିବା ଦ୍ୱାରା ମାଆଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ । ମାଆଙ୍କ ଆରାଧନା କରିବା ପୂର୍ବରୁ ଘରକୁ ଭଲ ଭାବରେ ସଫା କରି ନିଅନ୍ତୁ। ବିଶେଷ କରି ଠାକୁର ଘରକୁ ଭଲ ଭାବରେ ପରିସ୍କାର କରି ନିଅନ୍ତୁ । ମାନ୍ୟତା ରହିଛି ଯେ, ଯେଉଁ ଘରେ ଅଳିଆ ଆବର୍ଜନା ରହିଥାଏ, ସେଠାରେ ମାଆ ପ୍ରବେଶ କରି ନଥାନ୍ତି ।
ପୂଜା ଘରୁ ଭାଙ୍ଗି ଯାଇଥିବା ମୂର୍ତ୍ତି କାଢି ଦିଅନ୍ତୁ-
ନବରାତ୍ରିର ପୂଜା ଆରମ୍ଭ କରିବା ପୂର୍ବରୁ ଘରେ ଖାସ୍ କରି ପୂଜା କରୁଥିବା ସ୍ଥାନରେ ଯଦି କୌଣସି ଭାଙ୍ଗି ଯାଇଥିବା ମୂର୍ତ୍ତି ରହିଥାଏ, କିମ୍ୱା କୌଣସି ଫଟି ଯାଇଥିବା ଇଶ୍ୱରଙ୍କ ଫଟୋ ରହିଥାଏ, ତେବେ ସର୍ବ ପ୍ରଥମେ ତାକୁ ଘରୁ ବାହାର କରନ୍ତୁ । ଏଗୁଡ଼ିକ ଘରେ ରହିବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ପରିବାରରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ।
ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ-
ନବରାତ୍ରିରେ ମାଆଙ୍କ ପୂଜାର୍ଚ୍ଚନା ଆରମ୍ଭ କରିବା ପୂର୍ବରୁ ଘରର ପ୍ରତ୍ୟେକ ସ୍ଥାନରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ । ବିଶେଷ କରି ପୂଜା ଘରେ ଗଙ୍ଗା ଜଳ ସିଞ୍ଚଳ କରନ୍ତୁ । ଏହା ପରେ ଘରର ମୁଖ୍ୟ ଦ୍ୱାରରେ ଏକ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ଏପରି କରିବା ଦ୍ୱାରା ଘରେ ମାଆଙ୍କ ଆଗମନ ହେବ ଏବଂ ଘରେ ସୁଖ ସମୃଦ୍ଧି ବଜାୟ ରହିବ । ଏଥି ସହିତ ପୂଜା ପାଇଁ ଆବଶ୍ୟକ ଥିବା ସମସ୍ତ ସାମଗ୍ରୀ ପୂଜା ପୂର୍ବରୁ ଆଣି ଘରେ ରଖନ୍ତୁ ।