କର୍ମଫଳ ଦାତା ଶନି ଆସନ୍ତା ୨୯ ତାରିଖ ଅର୍ଥାତ ମାର୍ଚ୍ଚ ୨୯ ତାରିଖରେ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ଗୋଚର କରିବେ । ଶନିଙ୍କର ସାଢେ ସାତୀ ଚାଲିଥିବା ରାଶିର ବ୍ୟକ୍ତିଙ୍କୁ ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ । ଏହି କାରଣରୁ ଅନେକ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ବ୍ୟକ୍ତିକୁ ସବୁବେଳେ ଘେରି ରହିଥାଏ । ତେଣୁ ଶନିଦେବଙ୍କ ଏହି ସାଢେ ସାତୀର ପ୍ରକୋପରୁ ରକ୍ଷା ପାଇବା ପାଇଁ କଣ କରିବାକୁ ହେବ ଆସନ୍ତୁ ସେବିଷୟରେ ଜାଣିବା ।
ଶନିଙ୍କ କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ସନିବାର ଦିନ ନିଶ୍ଟୟ ଏହି ଉପାୟ କରନ୍ତୁ । ପ୍ରତ୍ୟେକ ଶନିବାର ଦିନ ନିଜ ସକ୍ଷମତା ଅନୁଯାୟୀ କରଳା ରାଶି ଦାନ କରନ୍ତୁ । ଶନିଦେବଙ୍କୁ କଳା ରାଶିର ତେଲ ଅର୍ପଣ କରନ୍ତୁ । ଏହା ବ୍ୟତୀତ ଶନିବାର ଦିନ ଶନିଦେବଙ୍କ ଓଁ ଶଂ ଶନିଶ୍ଚରାୟ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏଥି ସହତ କଳା କୁକୁରଙ୍କୁ ମଧ୍ୟ କିଛି ଖାଇବାକୁ ଦିଅନ୍ତୁ । ବେସାହାରା ଲୋକଙ୍କୁ ସାହାଯ୍ୟ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଶନି ଦେବଙ୍କ ପ୍ରକୋପରୁ ମୁକ୍ତି ମିଳିବା ସହ ତାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ ।